ଶ୍ରେଷ୍ଠ ପାଞ୍ଚ: ମାଲକାନଗିରି ଜିଲାର ପର୍ଯ୍ୟଟନସ୍ଥଳୀ

ଭୈରବୀ ମନ୍ଦିର

ଭୈରବୀ ମନ୍ଦିର

ମାଲକାନଗିରି ଜିଲାରେ ରହିଛି ପ୍ରସିଦ୍ଧ ଭୈରବୀ ମନ୍ଦିର। ମାଲକାନଗିରି ସହରଠାରୁ ୩ କିଲୋମିଟର ଦୂରରେ ରହିଛି ଏହି ପୀଠ। ମନ୍ଦିରର ନିର୍ମାଣ ମାଲକାନଗିରି ରାଜା କରିଥିଲେ। ରାଜାଙ୍କ ଏକ ଛୋଟ ଭଗ୍ନ ପ୍ରାସାଦ ଭୈରବୀ ମନ୍ଦିର ସମ୍ମୁଖରେ ଥିବା ରାଜାରାଣୀ ପାହାଡ଼ରେ ରହିଛି। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ।

ଗୋଇ ହିଲ୍‌

ଗୋଇ ହିଲ୍‌

ମାଲକାନଗିରି ଜିଲାରେ ରହିଛି ଗୋଇ ହିଲ୍‌। ଏଠାରେ ମହାଦେବଙ୍କ ମନ୍ଦିର ରହିଛି। ମନ୍ଦିରରେ ୬ଫୁଟ ଉଚ୍ଚ ଲିଙ୍ଗ ପୂଜା ପାଉଛନ୍ତି। ଏହି ଲିଙ୍ଗ ବଢ଼ୁଥିବାର ଶ୍ରଦ୍ଧାଳୁ କହିଥାନ୍ତି। ଭୋଳାନାଥଙ୍କ ମହିମା ଅପାର। ଜାଗରରେ ଏଠାରେ ଗହଳି ହୋଇଥାଏ।

ମୟାକୋଣ୍ଡା

ମୟାକୋଣ୍ଡା

ମାଲକାନଗିରି ଜିଲା କାଲିମେଳା ବ୍ଲକ୍‌ରେ ରହିଛି ମୟାକୋଣ୍ଡା ଗ୍ରାମ ପଞ୍ଚାୟତ। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏହି ପ୍ରସିଦ୍ଧ ପୀଠ। ଏଠାରେ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ରହିଛି। ମାର୍ଚ୍ଚ-ଏପ୍ରିଲ୍‌ରେ ଏଠାରେ ବଡ଼ ଯାତ୍ରା ଉତ୍ସବ ପାଳିତ ହୋଇଥାଏ।

ସୀତାକୁଣ୍ଡ

ସୀତାକୁଣ୍ଡ

ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ ବଣ୍ଡା ପାହାଡ଼ରେ ରହିଛି ସୀତାକୁଣ୍ଡ। ଏଠାରେ ବସବାସ କରୁଥିବା ବଣ୍ଡା ସମ୍ପ୍ରଦାୟଙ୍କୁ ମାତା ସୀତା ଅଭିଶାପ ଦେଇଥିବା ନେଇ ରାମାୟଣରେ ବର୍ଣ୍ଣନା କରାଯାଇଛି। ମାତା ସୀତା ଗାଧୋଇଥିବା କୁଣ୍ଡକୁ ସୀତା କୁଣ୍ଡ କୁହାଯାଇଥାଏ। ଏଠାରେ ଥିବା ମୁଦୁଲିପଡାରେ ପାଣ୍ଡବମାନେ ବ୍ୟବହାର କରୁଥିବା ଏକ ଖଣ୍ଡା ରହିଛି। ଜାନୁୟାରୀ ମାସରେ ଏଠାରେ ପାଟଖଣ୍ଡା ଯାତ୍ରା ଉତ୍ସବ ପାଳିତ ହୋଇଥାଏ।

ଅମାକୁଣ୍ଡ

ଅମାକୁଣ୍ଡ

ମାଲକାନଗିରି ଜିଲାରେ ରହିଛି ଅମାକୁଣ୍ଡ ଜଳପ୍ରପାତ। ଏଠାରେ ଥିବା ମାଛମାନେ ଗାଧୋଉଥିବା ମଣିଷଙ୍କ ଦେହରେ ଘଷି ହୋଇଥାନ୍ତି। ସେମାନେ ପ୍ରଭୁ ବିଷ୍ଣୁଙ୍କ ମତ୍ସ୍ୟ ଅବତାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ଏଠାରେ ମାଛ ଧରିବା ମନା। ଶ୍ରଦ୍ଧାଳୁ ମାଛଙ୍କୁ ଦାନା ଖାଇବାକୁ ଦେଇଥାନ୍ତି। ଏହି ଅଞ୍ଚଳର ପ୍ରାକୃତିକ ଶୋଭା ଅତି ସୁନ୍ଦର। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।