ଶ୍ରେଷ୍ଠ ପାଞ୍ଚ: କୋରାପୁଟ ଜିଲାର ପର୍ଯ୍ୟଟନସ୍ଥଳୀ

ଗୁପ୍ତେଶ୍ୱର

ଗୁପ୍ତେଶ୍ୱର

କୋରାପୁଟ ଜିଲାରେ ରହିଛି ଗୁପ୍ତେଶ୍ୱର ମହାଦେବ ମନ୍ଦିର। କୋରାପୁଟ ସହରଠାରୁ ଏହାର ଦୂରତା ପ୍ରାୟ ୮୦ କିଲୋମିଟର। କୋଲାବ ନଦୀ କୂଳରେ ଏହି ମନ୍ଦିର। ଏକ ଗୁମ୍ଫାରେ ସ୍ବୟଂଭୂ ଲିଙ୍ଗ ପୂଜା ପାଉଛନ୍ତି। ଏହି ପୀଠର ଅପାର ମହିମା ରହିଛି ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ଜାଗରରେ ଏଠାରେ ମେଳା ହୋଇଥାଏ।

ସାବର ଶ୍ରୀକ୍ଷେତ୍ର

ସାବର ଶ୍ରୀକ୍ଷେତ୍ର

କୋରାପୁଟ ସହରରେ ରହିଛି ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର। ଏହି ଅଞ୍ଚଳକୁ ସାବର ଶ୍ରୀକ୍ଷେତ୍ର କୁହାଯାଇଥାଏ। ମନ୍ଦିର ସମୁଦ୍ର ପତ୍ତନଠାରୁ ୯୪୦ ମିଟର ଉଚ୍ଚରେ ରହିଛି। ମନ୍ଦିରରେ ବଡ ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ପୂଜା ପାଉଛନ୍ତି।

କୋଲାବ ଡ୍ୟାମ୍‌

କୋଲାବ ଡ୍ୟାମ୍‌

କୋରାପୁଟ ଜିଲାରେ ରହିଛି କୋଲାବ ଡ୍ୟାମ୍‌। କୋଲାବ ନଦୀ ଉପରେ ଏହା ନିର୍ମିତ ହୋଇଛି। ଏଠାରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ରହିଛି। ସମୁଦ୍ର ପତ୍ତନଠାରୁ ୩୦୦୦ଫୁଟ ଉଚ୍ଚରେ ଏହି ଡ୍ୟାମ ନିର୍ମାଣ କରାଯାଇଛି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

ଡୁଡୁମା ଜଳପ୍ରପାତ

ଡୁଡୁମା ଜଳପ୍ରପାତ

କୋରାପୁଟ ଜିଲାରେ ରହିଛି ଡୁଡୁମା ଜଳପ୍ରପାତ। ମାଛକୁଣ୍ଡ ନଦୀରେ ପ୍ରାୟ ୧୫୭ ମିଟର ଉଚ୍ଚର ଏହି ଆକର୍ଷଣୀୟ ପ୍ରପାତ ରହିଛି। କୋରାପୁଟ ସହରଠାରୁ ଏହା ୯୨ କିଲୋମିଟର ଦୂରରେ ରହିଛି। ଏଠାରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ରହିଛି। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

 ଗଣପତି ମନ୍ଦିର

ଗଣପତି ମନ୍ଦିର

କୋରାପୁଟ ଜିଲା ନନ୍ଦପୁରରେ ରହିଛି ପ୍ରଭୁ ଶ୍ରୀଗଣେଶଙ୍କ ମନ୍ଦିର। କୋରାପୁଟ ସହରଠାରୁ ଏହାର ଦୂରତା ପ୍ରାୟ ୫ କିଲୋମିଟର। ମନ୍ଦିରରେ ୩୨ ପାହାଚ ରହିଛି। ଏଠାରେ ଶ୍ରୀଗଣପତିଙ୍କ ୧.୮ ମିଟର ଉଚ୍ଚ ବୃହତ୍‌ ମୂର୍ତ୍ତି ରହିଛି। ନିକଟରେ ସର୍ବେଶ୍ୱର ମହାଦେବଙ୍କ ମନ୍ଦିର ରହିଛି। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।