ଶ୍ରେଷ୍ଠ ପାଞ୍ଚ: ଖୋର୍ଦ୍ଧା ଜିଲାର ପର୍ଯ୍ୟଟନସ୍ଥଳୀ

କେଦାରେଶ୍ୱର ମନ୍ଦିର

କେଦାରେଶ୍ୱର ମନ୍ଦିର

ଖୋର୍ଦ୍ଧା ଜିଲା ଭୁବନେଶ୍ୱର ଓଲଡ୍‌ ଟାଉନ୍‌ରେ ରହିଛି କେଦାରେଶ୍ୱରଙ୍କ ଭବ୍ୟ ମନ୍ଦିର। ମୁକ୍ତେଶ୍ୱର ମନ୍ଦିର ନିକଟରେ ଏହି ମନ୍ଦିର ରହିଛି। ରାଜା ଲଲାଟେନ୍ଦୂୁ କେଶରୀଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ମନ୍ଦିରରେ ମାତା ଗୌରୀଙ୍କ ମୂର୍ତ୍ତି ରହିଛି। ପ୍ରେମୀଯୁଗଳ କେଦାରଗୌରୀଙ୍କ ସ୍ମୃତିରେ ଏହି ମନ୍ଦିର ନିର୍ମାଣ ହୋଇଥିବା ଅନେକ କହିଥାନ୍ତି।

ଶତ୍ରୁଘ୍ନେଶ୍ୱର ମନ୍ଦିର

ଶତ୍ରୁଘ୍ନେଶ୍ୱର ମନ୍ଦିର

ଭୁବନେଶ୍ୱର ଓଲଡ୍‌ ଟାଉନ୍‌ରେ ରହିଛି ଏହି ପ୍ରାଚୀନ ମନ୍ଦିର। ଏହା ନିକଟରେ ଅନ୍ୟ ଦୁଇଟି ମନ୍ଦିର ମଧ୍ୟ ରହିଛି। ସେଥିମଧ୍ୟରୁ ଗୋଟିଏ ଭରତେଶ୍ୱର ମନ୍ଦିର ଏବଂ ଅନ୍ୟଟି ଲକ୍ଷ୍ମଣେଶ୍ୱର ମନ୍ଦିର। ଏହି ଭଗ୍ନପ୍ରାୟ ମନ୍ଦିରଗୁଡିକ ୭ ଶତାବ୍ଦୀରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ।

ବରୁଣେଇ ମନ୍ଦିର

ବରୁଣେଇ ମନ୍ଦିର

ଭୁବନେଶ୍ୱରଠାରୁ ପ୍ରାୟ ୨୮ କିଲୋମିଟର ଦୂରରେ ରହିଛି ବରୁଣେଈ ପାହାଡ। ଏହା ଉପରେ ମା’ ବରୁଣେଈ ଓ ମା’ କରୁଣେଈଙ୍କ ମନ୍ଦିର ରହିଛି। ମା’ ବରୁଣେଈଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ଏହା ନିକଟରେ ସ୍ବର୍ଣ୍ଣଗଙ୍ଗା ନାମକ ଏକ ସୁନ୍ଦର ଝରଣା ରହିଛି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

ଶିଶୁପାଳଗଡ଼

ଶିଶୁପାଳଗଡ଼

ଭୁବନେଶ୍ୱରଠାରୁ ପୁରୀରୋଡରେ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି ଐତିହାସିକ ଦୁର୍ଗ ଶିଶୁପାଳଗଡ଼। ଏହା ଖ୍ରୀଷ୍ଟପୂର୍ବ ୩ଶହରୁ ୪ଶହ ମଧ୍ୟରେ ବିଶେଷ ପରିଚିତି ହାସଲ କରିଥିବାର ଅନୁମାନ କରାଯାଏ। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏଠାରେ ଖନନ ଜାରି ରହିଛି। ଏହା ପର୍ଯ୍ୟଟକଙ୍କର ଏମ ମନପସନ୍ଦର ସ୍ଥାନ।

ମଙ୍ଗଳାଯୋଡ଼ି ଇକୋ ଟୁରିଜମ୍‌

ମଙ୍ଗଳାଯୋଡ଼ି ଇକୋ ଟୁରିଜମ୍‌

ଖୋର୍ଦ୍ଧା ଜିଲା ଚିଲିକା ନିକଟରେ ମଙ୍ଗଳାଯୋଡ଼ି ଗାଁରେ ରହିଛି ମଙ୍ଗଳାଯୋଡ଼ି ଇକୋ ଟୁରିଜମ୍‌ ପାର୍କ। ଏଠାରେ ବିଭିନ୍ନ ପ୍ରଜାତିର ୩ ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀ ଲୁଣା ଅଞ୍ଚଳରେ ବାସ କରିଥାନ୍ତି। ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ।

Model This Week

ପ୍ରଭାତ