ଶ୍ରେଷ୍ଠ ପାଞ୍ଚ: କେନ୍ଦୁଝର ଜିଲାର ପର୍ଯ୍ୟଟନସ୍ଥଳୀ

ମୁର୍ଗା ମହାଦେବ ମନ୍ଦିର

ମୁର୍ଗା ମହାଦେବ ମନ୍ଦିର

କେନ୍ଦୁଝର ଜିଲା ଚମ୍ପୁଆ ସବ୍‌ ଡିଭିଜନ୍‌ ସ୍ଥିତ ଠାକୁରାଣୀ ପାହାଡ଼ଠାରେ ରହିଛି ମୁର୍ଗା ମହାଦେବ ମନ୍ଦିର। ଏଠାରେ ଏକ ଛୋଟ ଝରଣା ରହିଛି। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ। ଜାଗରରେ ଏଠାରେ ଏକ ଛୋଟ ମେଳା ହୋଇଥାଏ।

ଘଟଗାଁ

ଘଟଗାଁ

କେନ୍ଦୁଝର ଜିଲା ଘଟଗାଁରେ ରହିଛି ମାତା ତାରିଣୀଙ୍କ ପ୍ରସିଦ୍ଧ ଶକ୍ତି ପୀଠ। ମା’ ତାରିଣୀଙ୍କ ମନ୍ଦିରରେ ଚଇତି ଯାତ୍ରା, ବୈଶାଖ ଉତ୍ସବ, ପାଟୁଆ ଯାତ୍ରା, ଆଷାଢ଼ୀ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥାଏ। ଦୁର୍ଗାପୂଜା ଓ କାଳୀପୂଜାରେ ମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ।

ଗୋନାସିକା

ଗୋନାସିକା

କେନ୍ଦୁଝର ଜିଲା ଗୋନାସିକା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏଠାରେ ଥିବା ପାହାଡ଼ରେ ସୂର୍ଯ୍ୟାଲୋକ ପଡି ସୁନ୍ଦର ବର୍ଣ୍ଣାଳୀ ସୃଷ୍ଟି ହୋଇଥାଏ। ଏହା ନିକଟରେ ଥିବା ବୈତରଣୀ ନଦୀକୂଳରେ ବ୍ରହ୍ମେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି। ଏଠାରେ କିଛି ଦୂର ପର୍ଯ୍ୟନ୍ତ ନଦୀ ମାଟିତଳେ ପ୍ରବାହିତ ହୋଇ ପୁଣି ଦୃଶ୍ୟମାନ ହୋଇଥାଏ। ଏହାକୁ ଗୁପ୍ତଗଙ୍ଗା କୁହାଯାଇଥାଏ। ଗାଈର ନାସିକା ସଦୃଶ ପଥ ଦେଇ ନଦୀ ପ୍ରବାହିତ ହେଉଥିବାରୁ ଏହାକୁ ଗୋନାସିକା କୁହାଯାଇଥାଏ। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

ବଡ଼ ଘାଘରା ଜଳପ୍ରପାତ

ବଡ଼ ଘାଘରା ଜଳପ୍ରପାତ

କେନ୍ଦୁଝର ଜିଲା ମୁଖ୍ୟାଳୟଠାରୁ ୯ କିଲୋମିଟର ଦୂରରେ ରହିଛି ବଡ଼ ଘାଘରା ଜଳପ୍ରପାତ। ମୁଦୁଳା ନଦୀରେ ପ୍ରାୟ ୫୦ ଫୁଟ ଉଚ୍ଚର ଏହି ଆକର୍ଷଣୀୟ ପ୍ରପାତ ରହିଛି। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

ସୀତାବିଞ୍ଜ୍‌

ସୀତାବିଞ୍ଜ୍‌

କେନ୍ଦୁଝର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ସୀତା ନଦୀ କୂଳରେ ରହିଛି ପୌରାଣିକ ସ୍ଥଳ ସୀତାବିଞ୍ଜ୍‌। ଏଠାରେ ଏକ ବୃହତ୍‌ ପଥର ରହିଛି। ପଥରରେ ଏକ ପେଣ୍ଟି ରହିଛି ଏହାକୁ ରାବଣ ଛାୟା କୁହାଯାଇଥାଏ। ଏହା ଏକ ଅଧାଖୋଲା ଛତା ସଦୃଶ ଦେଖାଯାଇଥାଏ। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

Model This Week

ପ୍ରଭାତ