ଶ୍ରେଷ୍ଠ ପାଞ୍ଚ: କେନ୍ଦ୍ରାପଡ଼ା ଜିଲାର ପର୍ଯ୍ୟଟନସ୍ଥଳୀ

ବଳଦେବଜୀଉ ମନ୍ଦିର

ବଳଦେବଜୀଉ ମନ୍ଦିର

କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁର ନିକଟରେ ରହିଛି ବଳଦେବଜୀଉଙ୍କ ପ୍ରସିଦ୍ଧ ମନ୍ଦିର। ମନ୍ଦିରରେ ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭବ୍ୟ ମୂର୍ତ୍ତି ରହିଛି। ପ୍ରାୟ ୨ ଏକର ୬ ଡେସିମିଲ ପରିମିତ ଅଞ୍ଚଳରେ ମନ୍ଦିର ନିର୍ମାଣ ହୋଇଛି। ମନ୍ଦିର ୧୭୬୧ ଖ୍ରୀଷ୍ଟାବ୍ଦରେ ମରହଟ୍ଟା ଶାସନ ସମୟରେ କୁଜଙ୍ଗ ରାଜା ଗୋପାଳ ଷଣ୍ଢଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ଅଞ୍ଚଳ ତୁଳସୀ କ୍ଷେତ୍ର ଭାବେ ପରିଚିତ।

ଅୟୁଲ ପ୍ୟାଲେସ୍‌

ଅୟୁଲ ପ୍ୟାଲେସ୍‌

କେନ୍ଦ୍ରାପଡ଼ା ଲୋକପଡ଼ା ନିକଟରେ ଅୟୁଲ ବଜାରଠାରୁ ଏକ କିଲୋମିଟର ଦୂରରେ ରହିଛି ଅୟୁଲ ପ୍ୟାଲେସ୍‌। ଏହା ୧୫୯୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ଏହା ପ୍ରାୟ ୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି। ଏଠାରେ ରାଜବାଟି, ରାଣୀମହଲ, ଘୋଡ଼ାଶାଳ, ଭଣ୍ଡାର, ଉଦ୍ୟାନ, ପ୍ରମୋଦ ଉଦ୍ୟାନ, ଦେବାଳୟ, ଦେବୀ ମନ୍ଦିର ଆଦି ରହିଛି। ଏହା ମଧ୍ୟରେ ସ୍ବାଧୀନତା ସଂଗ୍ରାମୀ ଧରଣୀଧର ଭୂୟାଁଙ୍କ ସମାଧି ରହିଛି। ଏଠାରେ କଳିଙ୍ଗ ରାଜାମାନେ ବସବାସ କରୁଥିବାର ଜଣାଯାଏ।

ବତିଘର

ବତିଘର

କେନ୍ଦ୍ରାପଡ଼ା ଜିଲା ମୁଖ୍ୟାଳୟଠାରୁ ୪୫ କିଲୋମିଟର ଦୂରରେ ରହିଛି ବତିଘର। ଏହା ଖରନାସୀ ନଦୀ କୂଳରେ ନିର୍ମିତ ହୋଇଛି। ପୂର୍ବରୁ ଏହାକୁ କୁଡ଼ିଆ ଦ୍ୱୀପ କୁହାଯାଉଥିଲା। ଏଠାକୁ କୁଜଙ୍ଗ ରାଜା ଶିକାର ପାଇଁ ଆସୁଥିଲେ। ବତିଘର ନିର୍ମାଣ କାର୍ଯ୍ୟ ୧୮୩୬ ମସିହା ଡିସେମ୍ବର ୬ରେ ଆରମ୍ଭ ହୋଇଥିଲା। ୧୮୩୭ ମସିହା ଅକ୍ଟୋବର ୧୬ଠାରୁ ଏହା କାର୍ଯ୍ୟ କରିଥିଲା। ଏହାର ନିର୍ମାଣରେ ବ୍ୟବହୃତ ହୋଇଥିବା ପଥର କଟକ ବାରବାଟୀ ଦୁର୍ଗରୁ ଅଣାଯାଇଥିଲା। ଏହାର ଉଚ୍ଚତା ୧୨୫ ଫୁଟ। ଏହାର କାନ୍ଥାର ମୋଟେଇ ୧୫ ଫୁଟ ଓ ବ୍ୟାସ ୧୦ ଫୁଟ। ଏଥିରେ ୧୩୮ଟି ପାହାଚ ରହିଛି। ଏହା ସହିତ ଏଥିରେ ୧୬ ପାହାଚ ବିଶିଷ୍ଟ ଶିଡି ରହିଛି।

କନିକା ପ୍ୟାଲେସ୍‌

କନିକା ପ୍ୟାଲେସ୍‌

କେନ୍ଦ୍ରାପଡ଼ା ଜିଲା ମୁଖ୍ୟାଳୟଠାରୁ ୫୦ କିଲୋମିଟର ଦୂରରେ ରାଜକନିକା ବ୍ଲକ୍‌ରେ ରହିଛି କନିକା ପ୍ୟାଲେସ୍‌। ପ୍ରାୟ ୪ ଏକର ପରିମିତ ଅଞ୍ଚଳରେ ଏହା ନିର୍ମିତ ହୋଇଛି। ଏହାର ଉଚ୍ଚତା ୭୫ ଫୁଟ। ଏହାକୁ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ନିର୍ମାଣ କରିଥିଲେ।

ଭିତରକନିକା

ଭିତରକନିକା

କେନ୍ଦ୍ରାପଡ଼ା କନିକା ନିକଟରେ ରହିଛି ଭିତରକନିକା ଅଭୟାରଣ୍ୟ। ୧୯୭୫ ମସିହା ଏପ୍ରିଲ୍‌ ୨୧ ତାରିଖରେ ଏହା ସ୍ଥାପିତ ହୋଇଥିଲା। ଏଠାକାର ସୁନ୍ଦରୀ ଜଙ୍ଗଲରେ କୁମ୍ଭୀରଙ୍କ ପ୍ରଜନନ ସ୍ଥଳୀ ରହିଛି। ଏଠାକାର ଅଭୟାରଣ୍ୟରେ ହରିଣ, ମାଙ୍କଡ, ଅଜଗର, ନାଗସାପ, ବିଲୁଆ, କୋକିଶିଆଳି ତଥା ବିଭିନ୍ନ ପ୍ରକାର ସରୀସୃପ ରହିଛନ୍ତି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

Model This Week

ଆହାନା