ଶ୍ରେଷ୍ଠ ପାଞ୍ଚ: କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ

ଦାରିଙ୍ଗିବାଡ଼ି

ଦାରିଙ୍ଗିବାଡ଼ି

କନ୍ଧମାଳ ଜିଲାରେ ରହିଛି ପ୍ରାକୃତିକ ପରିବେଶର ଅନନ୍ୟ ଗନ୍ତାଘର ଦାରିଙ୍ଗିବାଡ଼ି। ଏହାକୁ ଓଡ଼ିଶାର କଶ୍ମୀର କୁହାଯାଇଥାଏ। ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ। ଏହି ଶୈଳନିବାସ ସମୁଦ୍ର ପତ୍ତନଠାରୁ ୯୧୫ ମିଟର ଉଚ୍ଚରେ ରହିଛି। ଶୀତଦିନେ ଏଠାରେ ବରଫ ପଡିଥାଏ।

ପୁଟୁଡି ଜଳପ୍ରପାତ

ପୁଟୁଡି ଜଳପ୍ରପାତ

ଫୁଲବାଣୀଠାରୁ ୧୫ କିଲୋମିଟର ଦୂରରେ ରହିଛି ପୁଟୁଡି ଜଳପ୍ରପାତ। ଏହି ଜଳପ୍ରପାତ ପ୍ରବାହିତ ହୋଇ ବଡସାଲୁକି ନଦୀରେ ମିଶିଛି। ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥାଏ।

ବେଲଘର

ବେଲଘର

କନ୍ଧମାଳରେ ରହିଛି ବେଲଘର। ଏହାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ସମୁଦ୍ର ପତ୍ତନଠାରୁ ୨୫୫୫ଫୁଟ ଉଚ୍ଚରେ ଏହି ଅଞ୍ଚଳ ରହିଛି। ଏଠାରେ ବ୍ରିଟିଶମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏକ କାଠରେ ତିଆରି ବିଲ୍ଡିଂ ରହିଛି। ବାଲିଗୁଡାଠାରୁ ୭୦ କିଲୋମିଟର, ଫୁଲବାଣୀଠାରୁ ୧୬୫ କିଲୋମିଟର ତଥା ତୁମୁଡିବନ୍ଧ ତହସିଲ୍‌ ଠାରୁ ୯ କିଲୋମିଟର ଦୂରରେ ଏହି ଦର୍ଶନୀୟ ସ୍ଥାନ ରହିଛି। ଏଠାକାର ପାହାଡ଼ ଉପରେ ଥିବା ଜଙ୍ଗଲରେ କୁଟିଆ କନ୍ଧମାନେ ବସବାସ କରିଥାନ୍ତି। ସେମାନଙ୍କ ବିଷୟରେ ଗବେଷଣା କରିବା ପାଇଁ ଦେଶ ବିଦେଶରୁ ଅନେକ ଗବେଷକ ଆସିଥାନ୍ତି। ଏହି ଅଞ୍ଚଳରେ ଅନେକ ପ୍ରକାର ବନ୍ୟଜୀବ ବାସ କରନ୍ତି।

ଚକାପାଦ

ଚକାପାଦ

ଫୁଲବାଣୀଠାରୁ ୫୫ କିଲୋମିଟର ଦୂରରେ ରହିଛି ଚକାପାଦ ଗାଁ। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ଏଠାରେ ବୁରତୁଙ୍ଗା ନଦୀ କୂଳରେ ରହିଛି ପ୍ରଭୁ ବିରୂପାକ୍ଷଙ୍କ ପ୍ରାଚୀନ ମନ୍ଦିର । ଏହା ସହିତ ଏଠାରେ ପ୍ରଭୁ ଆନନ୍ଦେଶ୍ୱର ଏବଂ ଜାଗେଶ୍ୱରଙ୍କ ମନ୍ଦିର ମଧ୍ୟ ରହିଛି। ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ବଳାସକୁମ୍ପା

ବଳାସକୁମ୍ପା

ଫୁଲବାଣୀଠାରୁ ୧୫ କିଲୋମିଟର ଦୂରରେ ରହିଛି ବଳାସକୁମ୍ପା। ଏଠାରେ ମା’ ବରଳା ଦେବୀଙ୍କ ପୀଠ ରହିଛି। ଏହା ନିକଟରେ ପିଲାସଲାଙ୍କି ଡ୍ୟାମ୍‌ ରହିଛି। ଦୁର୍ଗାପୂଜା ଓ କାଳୀପୂଜାରେ ଏଠାରେ ସ୍ବତନ୍ତ୍ର ପୂଜାନୀତି ସମ୍ପନ୍ନ ହୋଇଥାଏ। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

Model This Week

ପ୍ରଭାତ