ଶ୍ରେଷ୍ଠ ପାଞ୍ଚ: କଳାହାଣ୍ଡି ଜିଲାର ପର୍ଯ୍ୟଟନସ୍ଥଳୀ

ମାଣିକେଶ୍ୱରୀ ମନ୍ଦିର

ମାଣିକେଶ୍ୱରୀ ମନ୍ଦିର

କଳାହାଣ୍ଡି ଜିଲା ଭବାନୀପାଟଣାରେ ରହିଛି ମା’ ମାଣିକେଶ୍ୱରୀଙ୍କ ମନ୍ଦିର। ଏହି ମନ୍ଦିର ପାରଳାଖେମୁଣ୍ଡି ରାଜା ନିର୍ମାଣ କରିଥିଲେ। ମା’ଙ୍କର ଛତର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଦୁର୍ଗାପୂଜା ଓ କାଳୀପୂଜାରେ ମନ୍ଦିରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ବେଲଖଣ୍ଡି ମନ୍ଦିର

ବେଲଖଣ୍ଡି ମନ୍ଦିର

କଳାହାଣ୍ଡି ଜିଲା ତେଲନଦୀ ଓ ଉତେଇ ନଦୀର ସଙ୍ଗମସ୍ଥଳରେ ରହିଛି ବେଲଖଣ୍ଡି ମନ୍ଦିର। ମନ୍ଦିର ୧୨ ଶତାବ୍ଦୀରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ଭବାନୀପାଟଣାଠାରୁ ୬୭ କିଲୋମିଟର ଦୂରରେ ଏହି ପ୍ରସିଦ୍ଧ ମନ୍ଦିର ରହିଛି। ମନ୍ଦିର ପରିସରରେ ସପ୍ତମାତୃକାଙ୍କୁ ପୂଜା କରାଯାଇଥାଏ। ଏଠାରେ ଏକ ସଂଗ୍ରହାଳୟ ରହିଛି।

ଫୁଲିଝରଣା

ଫୁଲିଝରଣା

କଳାହାଣ୍ଡି ଜିଲାର ଭବାନୀପାଟଣାଠାରୁ ୧୫ କିଲୋମିଟର ଦୂରରେ ରହିଛି ଫୁଲିଝରଣା। ୩୦ ଫୁଟ୍‌ ଉଚ୍ଚ ପଥର ଉପରୁ ଏହା ତଳକୁ ପଡୁଥିବାର ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ବର୍ଷସାରା ଏଠାରେ ଗହଳି ଲାଗିରହିଥାଏ। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନଲୋଭା।

ଡୋକାରୀ ଚଞ୍ଚରା

ଡୋକାରୀ ଚଞ୍ଚରା

କଳାହାଣ୍ଡି ଜିଲା କୋକସରା ଗାଁରେ ରହିଛି ଡୋକାରୀ ଚଞ୍ଚରା ଐତିହାସିକ ପୀଠ। ଏହି ସୁନ୍ଦର ପ୍ରାକୃତିକ ଅଞ୍ଚଳ କଳାହାଣ୍ଡି ଓ ନବରଙ୍ଗପୁର ସୀମାରେ ରହିଛି। ଏଠାରେ ଡେକାରୀ ଧାରା ଓ ଭାନ୍ୟରଘୁମାର ବା ଭୈରବୀ ଧାରା ଜଳପ୍ରପାତ ରହିଛି। ଦୁଇ ଜଳପ୍ରପାତର ଉଚ୍ଚତା ଯଥାକ୍ରମେ ୨୦୦ ଫୁଟ ଓ ୧୫୦ ଫୁଟ । ଦୁଇ ଜଳପ୍ରପାତ ମଧ୍ୟର ଦୂରତା ୨ କିଲୋମିଟର। ଏଠାରେ ଐତିହାସିକ ଗୁମ୍ଫା ଗୁଡହାଣ୍ଡି ରହିଛି। ଗୁମ୍ଫାର କାନ୍ଥରେ ଅନେକ ଲେଖଚିତ୍ର ଅଙ୍କନ କରାଯାଇଛି। ଏହା ନିକଟରେ ଶ୍ରୀରାମଙ୍କ ମନ୍ଦିର ରହିଛି। ଏଠାରେ ମା’ ଡୋକାରୀ ଦେବୀଙ୍କ ପୀଠ ରହିଛି।

ଅମାପାଣି ପର୍ବତ

ଅମାପାଣି ପର୍ବତ

କଳାହାଣ୍ଡି ଜିଲା ଭବାନୀପାଟଣାଠାରୁ ୭୭ କିଲୋମିଟର ଦୂରରେ ରହିଛି ଅମାପାଣି ପର୍ବତ। ଏଠାରେ ହଳଦୀଗୁଣ୍ଡି ଖାଇ ରହିଛି। ଏଠାରେ ସୂର୍ଯ୍ୟ ଆଲୋକ ପଡିଲେ ଏକ ଅନନ୍ୟ ଶୋଭା ସୃଷ୍ଟି ହୋଇଥାଏ। ସକାଳ ଓ ସଞ୍ଜରେ ସୂର୍ଯ୍ୟଙ୍କ ପ୍ରତିଫଳିତ କିରଣ ଯୋଗୁ ଏଠାରେ ହଳଦିଆ ଆଲୋକମାଳା ସୃଷ୍ଟି ହୋଇଥାଏ। ଏଠାରେ ସମ୍ବର, ହରିଣ, ଚିତାବାଘ ଆଦି ବନ୍ୟ ଜୀବ ଦେଖାଯାନ୍ତି।

Model This Week

ପ୍ରଭାତ