ଶ୍ରେଷ୍ଠ ପାଞ୍ଚ: ଯାଜପୁର ଜିଲାର ପର୍ଯ୍ୟଟନସ୍ଥଳୀ

ବିରଜା ମନ୍ଦିର

ବିରଜା ମନ୍ଦିର

ଯାଜପୁର ସହରରେ ରହିଛି ମା’ ବିରଜାଙ୍କ ପ୍ରସିଦ୍ଧ ମନ୍ଦିର। ଏହା ୧୩ ଶତାବ୍ଦୀରେ ନିର୍ମିତ ହୋଇଥିଲା। ମା’ ସିଂହ ବାହିନୀ ମହିଷାସୁରକୁ ବଧ ମୁଦ୍ରାରେ ଦଣ୍ଡାୟମାନ। ଏଠାରେ ଦୁର୍ଗାପୂଜା ଓ କାଳୀ ପୂଜାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ରାଜା ଯଯାତି କେଶରୀଙ୍କ ନାମ ଅନୁସାରେ ଯାଜପୁର ସହରର ନାମକରଣ ହୋଇଥିବା କୁହାଯାଏ।

 ଛତିଆ ବଟ

ଛତିଆ ବଟ

ଯାଜପୁରରେ ରହିଛି ଛତିଆ ବଟ। ଏଠାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରହିଛି। ବର୍ଷସାରା ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥାଏ। ଏଠାରେ ମାଳିକାରେ ବର୍ଣ୍ଣିତ କଳ୍‌କୀ ଅବତାରଙ୍କ ଘୋଡାରେ ସବାର ହୋଇଥିବା ମୂର୍ତ୍ତି ରହିଛି।

ମହାବିନାୟକ ମନ୍ଦିର

ମହାବିନାୟକ ମନ୍ଦିର

ଯାଜପୁରରେ ରହିଛି ପ୍ରଭୁ ମହାବିନାୟକଙ୍କ ମନ୍ଦିର। ଏହି ପ୍ରାଚୀନ ମନ୍ଦିରରେ ମହାଦେବ, ପାର୍ବତୀ, ବିଷ୍ଣୁ, ଦୁର୍ଗା, ସୂର୍ଯ୍ୟ ଦେବତା ଏବଂ ଗଣପତି ଆଦି ଦେବତାଙ୍କ ମୂର୍ତ୍ତି ରହିଛି। ବର୍ଷସାରା ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ସ୍ବତନ୍ତ୍ର ପୂଜା ନୀତି ସମ୍ପନ୍ନ ହୋଇଥାଏ।

ଗୋକର୍ଣ୍ଣେଶ୍ୱର

ଗୋକର୍ଣ୍ଣେଶ୍ୱର

ଯାଜପୁର ଜାରକାଠାରୁ ଏକ କିଲୋମିଟର ଦୂରରେ ରହିଛି ପ୍ରଭୁ ଗୋକର୍ଣ୍ଣେଶ୍ୱରଙ୍କ ଭବ୍ୟ ମନ୍ଦିର। ମହାଭାରତରେ ଏହି ମନ୍ଦିର ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପାଣ୍ଡବମାନେ ବ୍ରାହ୍ମଣୀ ନଦୀ କୂଳରେ ମହାଦେବଙ୍କୁ ପୂଜା କରିଥିବା ବର୍ଣ୍ଣିତ ହୋଇଛି। ଜାଗରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ।

ଦଶାଶ୍ୱମେଧଘାଟ

ଦଶାଶ୍ୱମେଧଘାଟ

ଯାଜପୁର ଜିଲା ବୈତରଣୀ ନଦୀ କୂଳରେ ରହିଛି ଦଶାଶ୍ୱମେଧଘାଟ। ଏହା ରାଜା ଯଯାତି କେଶରୀଙ୍କ ସମୟରେ ନିର୍ମିତ ହୋଇଥିଲା। ଏଠାରେ ବୁଡ ପକାଇଲେ ପାପ ନାଶ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ଏହାଠାରୁ କିଛି ଦୂରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରହିଛି।

Model This Week

ପ୍ରଭାତ