ଶ୍ରେଷ୍ଠ ପାଞ୍ଚ: ଜଗତ୍‌ସିଂହପୁର ଜିଲାର ପର୍ଯ୍ୟଟନସ୍ଥଳୀ

କୁଞ୍ଜବିହାରୀ ମନ୍ଦିର

କୁଞ୍ଜବିହାରୀ ମନ୍ଦିର

ଜଗତ୍‌ସିଂହପୁର ଜିଲାରେ ରହିଛି କୁଞ୍ଜ ବିହାରୀ ମନ୍ଦିର। ଜଗତ୍‌ସିଂହପୁରଠାରୁ ୯ କିଲୋମିଟର ଦୂର ସଦେଇପୁରଠାରେ ରହିଛି ଏହି ପ୍ରସିଦ୍ଧ ମନ୍ଦିର । ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ରଘୁନାଥ ଜୀଉ

ରଘୁନାଥ ଜୀଉ

ଜଗତ୍‌ସିଂହପୁର ଜିଲା ମାହିଲୋ ଗାଁରେ ରହିଛି ରଘୁନାଥ ଜୀଉଙ୍କର ପ୍ରସିଦ୍ଧ ପୀଠ। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ। ଅଶୋକାଷ୍ଟମୀ, ରାମନବମୀ, ପଣାସଂକ୍ରାନ୍ତିରେ ଏଠାରେ ଠାକୁରଙ୍କର ସ୍ବତନ୍ତ୍ର ନୀତି ହୋଇଥାଏ। ଏଠାରେ ପ୍ରଭୁ ଚନ୍ଦ୍ରଶେଖରଙ୍କର ମନ୍ଦିର ରହିଛି।

ସାରଳା ମନ୍ଦିର

ସାରଳା ମନ୍ଦିର

ଜଗତ୍‌ସିଂହପୁର ଜିଲା ଝଙ୍କଡରେ ରହିଛି ମା’ ସାରଳାଙ୍କ ପ୍ରସିଦ୍ଧ ଶକ୍ତି ପୀଠ। ଭୌମ ବଂଶ ରାଜାଙ୍କ ଦ୍ୱାରା ଏହି ମନ୍ଦିର ୮ ଶତାବ୍ଦୀରେ ନିର୍ମିତ ହୋଇଥିତ୍ବାର ଅନୁମାନ କରାଯାଏ। ଶାରଦୀୟ ନବରାତ୍ରରେ ଏଠାରେ ମା’ଙ୍କର ଷୋଡଶ ଦିନାତ୍ମକ ପୂଜା ସମ୍ପନ୍ନ ହୋଇଥାଏ।

 ଗୋରଖନାଥ ମନ୍ଦିର

ଗୋରଖନାଥ ମନ୍ଦିର

ଜଗତ୍‌ସିଂହପୁର ଜିଲାରେ କଟକ-ପାରାଦୀପ ରୋଡରେ ଥିବା ଜଇପୁର ଛକଠାରୁ ୫ କିଲୋମିଟର ଦୂରରେ ରହିଛି ବାବା ଗୋରଖନାଥଙ୍କ ପ୍ରସିଦ୍ଧ ପୀଠ। ବର୍ଷସାରା ଏଠାକୁ ଶ୍ରଦ୍ଧାଳୁ ଆସିଥାନ୍ତି। ଜାଗରରେ ଏଠାରେ ବଡମେଳା ହୋଇଥାଏ। ଶ୍ରାବଣ ମାସରେ ବାବାଙ୍କୁ ଜଳଲାଗି କରିବା ପାଇଁ କାଉଡିଆମାନେ ଆସିଥାନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର

ଶ୍ରୀଜଗନ୍ନାଥ ମନ୍ଦିର

ଜଗତ୍‌ସିଂହପୁର ଜିଲା ସରବନ୍ତଠାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର। ବାଲିକୁଦାଠାରୁ ୨୦ କିଲୋମିଟର ଦୂରରେ ରହିଛି ଏହି ପ୍ରସିଦ୍ଧ ମନ୍ଦିର। ବର୍ଷସାରା ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟନ ଋତୁରେ ଏଠାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।

Model This Week

ପ୍ରଭାତ