ଶ୍ରେଷ୍ଠ ପାଞ୍ଚ: ଗଞ୍ଜାମ ଜିଲାର ପର୍ଯ୍ୟଟନସ୍ଥଳୀ

ମହୁରିକାଳୁଆ

ମହୁରିକାଳୁଆ

ଗଞ୍ଜାମ ଜିଲାରେ ରହିଛି ମହୁରିକାଳୁଆ ମନ୍ଦିର। ଏହା ବ୍ରହ୍ମପୁର ସହରଠାରୁ ୧୫ କିଲୋମିଟର ଦୂରରେ ରହିଛି। ମା’ଙ୍କ ଅପାର ମହିମା। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ। ପିକ୍‌ନିକ୍‌ ଋତୁରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।

ବାଗ୍‌ଦେବୀ ମନ୍ଦିର

ବାଗ୍‌ଦେବୀ ମନ୍ଦିର

ଗଞ୍ଜାମ ଜିଲାର ଉତ୍ତର ପଶ୍ଚିମରେ ରହିଛି ପ୍ରସିଦ୍ଧ ପୀଠ କୁଲାଡ଼। ଏଠାରେ ରହିଛି ମା’ ବାଗ୍‌ଦେବୀଙ୍କ ମନ୍ଦିର। କୁଲାଡ଼ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜନ୍ମଗ୍ରହଣ କରିଥିଲେ। ୧୨ ଶତାବ୍ଦୀରେ ଭଞ୍ଜ ରାଜା ସ୍ଥାନୀୟ କୁଲୁ ଜନଜାତିଙ୍କ ସହିତ ମିଶି ବିଦେଶୀ ଶତ୍ରୁଙ୍କ ମୁକାବିଲା କରିଥିଲେ। ପରେ ଏଠାରେ ଏକ ଗଡ଼ ନିର୍ମାଣ କରାଯାଇଥିଲା। ଏହାକୁ କୁଲାଡ଼ ବା କୁଲାଡ଼ଗଡ଼ କୁହାଯାଉଥିଲା। ପାହାଡ ଉପରେ ଥିବା ବାଗ୍‌ଦେବୀଙ୍କ ମନ୍ଦିରକୁ ଯିବା ପାଇଁ ୨୧୦ ପାହାଚ ରହିଛି।

 ମା’ ଭୈରବୀ ମନ୍ଦିର

ମା’ ଭୈରବୀ ମନ୍ଦିର

ଗଞ୍ଜାମ ଜିଲା ବ୍ରହ୍ମପୁର ସହର ନିକଟରେ ଥିବା ମନ୍ତ୍ରିଡ଼ିରେ ରହିଛି ମା’ ଭୈରବୀଙ୍କ ମନ୍ଦିର। ଏହି ମନ୍ଦିର ୧୯୩୭ରେ ନିର୍ମିତ ହୋଇଥିଲା ା ଏହି ଶକ୍ତିପୀଠରେ ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

 ବୁଦ୍ଧଖୋଲ

ବୁଦ୍ଧଖୋଲ

ଗଞ୍ଜାମ ଜିଲା ବୁଗୁଡା ବ୍ଲକ୍‌ରେ ରହିଛି ପ୍ରସିଦ୍ଧ ବୌଦ୍ଧପୀଠ ବୁଦ୍ଧଖୋଲ। ଏଠାରେ ମହାଦେବଙ୍କ ମନ୍ଦିର ମଧ୍ୟ ରହିଛି। ଶ୍ରାବଣ ମାସ, କାର୍ତ୍ତିକପୂର୍ଣ୍ଣିମା ଓ ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ତାରାତାରିଣୀ

ତାରାତାରିଣୀ

ଗଞ୍ଜାମ ଜିଲାରେ ରହିଛି ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ପୀଠ। ଏହା ଏକ ଶକ୍ତିପୀଠ ଭାବେ ପରିଗଣିତ ହୋଇଥାଏ। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ସମାବେଶ ହୋଇଥାଏ।