ଶ୍ରେଷ୍ଠ ପାଞ୍ଚ: ଗଜପତି ଜିଲାର ପର୍ଯ୍ୟଟନସ୍ଥଳୀ

ମହେନ୍ଦ୍ର ଗିରି

ମହେନ୍ଦ୍ର ଗିରି

ଗଜପତି ଜିଲାରେ ରହିଛି ମହେନ୍ଦ୍ର ଗିରି ପର୍ବତ। ଏହି ପର୍ବତ ସମୁଦ୍ର ପତ୍ତନଠାରୁ ୧,୫୦୧ ମିଟର ଉଚ୍ଚରେ ରହିଛି। ଜିଲା ମୁଖ୍ୟାଳୟ ପାରଳାଖେମୁଣ୍ଡିଠାରୁ ଏହା ୫୬ କିଲୋମିଟର ଦୂରରେ ରହିଛି। ପର୍ଯ୍ୟଟନଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗିରହିଥାଏ।

କୁନ୍ତି ମନ୍ଦିର

କୁନ୍ତି ମନ୍ଦିର

ଗଜପତି ଜିଲା ମହେନ୍ଦ୍ରଗିରି ପର୍ବତ ତୁମ୍ବା ଗାଁ ନିକଟରେ ରହିଛି କୁନ୍ତି ମନ୍ଦିର। ପାଣ୍ଡବ ପାଞ୍ଚ ଭାଇ ଓ ମାତା କୁନ୍ତି ୧୨ବର୍ଷ ବନବାସ ସମୟରେ ଏଠାରେ ବାସ କରୁଥିବାର ମହାଭାରତରେ ବର୍ଣ୍ଣନା କରାଯାଇଛି। ଭୀମ ଏଠାରେ ଗୋଖୁରାକୃତି ଶିବଲିଙ୍ଗ ପୂଜା କରୁଥିଲେ। ପର୍ବତ ଶିଖରରେ ମାତା କୁନ୍ତି, ଯୁଧିଷ୍ଠିର ଓ ଭୀମଙ୍କ ମନ୍ଦିର ରହିଛି। ଜାଗରରେ ଏଠାରେ ଥିବା ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ଚନ୍ଦ୍ରଗିରି

ଚନ୍ଦ୍ରଗିରି

ଗଜପତି ଜିଲା ମୁଖ୍ୟାଳୟ ପାରଳାଖେମୁଣ୍ଡିଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ରହିଛି ଚନ୍ଦ୍ରଗିରି। ଏଠାରେ ତିବ୍ବତର ବୌଦ୍ଧଧର୍ମାବଲମ୍ବୀମାନେ ବସବାସ କରୁଛନ୍ତି। ନିକଟରେ ଆମ୍ବ, କମଳା, ସପୁରି ଆଦି ଚାଷ କରାଯାଇଥାଏ। ଏଠାକୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ଲାଗିରହିଥାଏ।

ଗଣ୍ଡାହାତୀ ଜଳପ୍ରପାତ

ଗଣ୍ଡାହାତୀ ଜଳପ୍ରପାତ

ଗଜପତି ଜିଲା ମୁଖ୍ୟାଳୟ ପାରଳାଖେମୁଣ୍ଡିଠାରୁ ୩୦ କିଲୋମିଟର ଦୂରରେ ରହିଛି ଗଣ୍ଡାହାତୀ ଜଳପ୍ରପାତ। ଏଠାରେ ଥିବା ଜଙ୍ଗଲରେ ହାତୀ ସମେତ ଅନେକ ବନ୍ୟଜୀବ ରହିଛନ୍ତି। ପର୍ଯ୍ୟଟନଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ।

ବୃନ୍ଦାବନ ରାଜପ୍ରାସାଦ

ବୃନ୍ଦାବନ ରାଜପ୍ରାସାଦ

ଗଜପତି ଜିଲାରେ ରହିଛି ବୃନ୍ଦାବନ ରାଜପ୍ରାସାଦ। ଏହାକୁ ପାରଳାଖେମୁଣ୍ଡି ରାଜା ନିର୍ମାଣ କରିଥିଲେ। ଖରାଦିନେ ଏଠାରେ ରହିବା ପାଇଁ ରାଜା ଏହା ତିଆରି କରିଥିଲେ। ଏହି ତିନି ମହଲା ରାଜପ୍ରାସାଦ ସହିତ ମୁଖ୍ୟ ରାଜନଅରର ମାଟିତଳେ ସଂଯୋଗ ପଥ ରହିଛି। ବର୍ଷସାରା ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।