ଶ୍ରେଷ୍ଠ ପାଞ୍ଚ: ଦେବଗଡ଼ର ପର୍ଯ୍ୟଟନସ୍ଥଳୀ

କୁରୁଦ୍‌କୁଟ୍‌ ଜଳପ୍ରପାତ

କୁରୁଦ୍‌କୁଟ୍‌ ଜଳପ୍ରପାତ

ଦେବଗଡ଼ ସହରଠାରୁ ୨ କିଲୋମିଟର ଜଙ୍ଗଲ ମଧ୍ୟରେ ରହିଛି କୁରୁଦ୍‌କୁଟ୍‌ ଜଳପ୍ରପାତ। ଏକ ଗଛତଳୁ ଏହି ଜଳପ୍ରପାତର ଜଳସ୍ରୋତ ସୃଷ୍ଟି ହୋଇଛି। ଏହାର ପାଣି ମିଠା। ଏଠାକାର ଶାନ୍ତ ସବୁଜ ପରିବେଶ ତଥା ଜଙ୍ଗଲର ଉଚ୍ଚା ଶାଳ ଗଛ ବର୍ଷ ସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।

ପ୍ରଧାନପାଟ ଜଳପ୍ରପାତ

ପ୍ରଧାନପାଟ ଜଳପ୍ରପାତ

ଦେବଗଡ଼ର ଘନ ଜଙ୍ଗଲ ମଧ୍ୟରେ ରହିଛି ପ୍ରଧାନପାଟ ଜଳ ପ୍ରପାତ। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ପର୍ଯ୍ୟଟନଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗିରହିଥାଏ।

ଝାଡ଼େଶ୍ୱର ବାବା ମନ୍ଦିର

ଝାଡ଼େଶ୍ୱର ବାବା ମନ୍ଦିର

ଦେବଗଡ଼ ସହରଠାରୁ ୪ କିଲୋମିଟର ଦୂରରେ ରହିଛି ପ୍ରଭୁ ଝାଡ଼େଶ୍ୱର ବାବା ମନ୍ଦିର। ଦେବଗଡ଼ ରାଜାଙ୍କ ଦ୍ୱାରା ୧୮ ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ମନ୍ଦିର ପରିସରରେ ବୃହତ୍‌ ନନ୍ଦୀଙ୍କ ମୂର୍ତ୍ତି ରହିଛି। ଜାଗର ଏବଂ ଶ୍ରାବଣ ମାସରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥାଏ।

କୈଳାସ ରଙ୍ଗ ମହଲ

କୈଳାସ ରଙ୍ଗ ମହଲ

ଦେବଗଡ଼ ଜିଲା ମୁଖ୍ୟାଳୟଠାରୁ ୧୫ କିଲୋମିଟର ଦୂରରେ ରହିଛି କୈଳାସ ରଙ୍ଗ ମହଲ। ଏହାକୁ ବାମଣ୍ଡା ରାଜା ନିର୍ମାଣ କରିଥିଲେ। ଏହାକୁ ନେଇ ଅନେକ ଇତିହାସ ରହିଛି। ପର୍ଯ୍ୟଟନଋତୁରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।

ରମ୍ଭାଦେବୀ ପୀଠ

ରମ୍ଭାଦେବୀ ପୀଠ

ଦେବଗଡ଼ ସହରଠାରୁ ୮ କିଲୋମିଟର ଦୂରରେ ରହିଛି ମା’ ରମ୍ଭାଦେବୀ ପୀଠ। ପ୍ରତିବର୍ଷ ଜ୍ୟେଷ୍ଠ ମାସରେ ଏଠାରେ ବଡ଼ ମେଳା ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ବର୍ଷସାରା ବନ୍ଦ ରହୁଥିବା ମା’ଙ୍କ ଗୁମ୍ଫା ଦୁଆର ଗୋଟିଏ ଦିନ ପାଇଁ ଖୋଲାଯାଇଥାଏ। ଦେହୁରୀ ମା’ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ପୀଠଠାରୁ କିଛି ଦୂରରେ ରହିଛି ରମ୍ଭା ଜଳପ୍ରପାତ।

Model This Week

ପ୍ରଭାତ