ଶ୍ରେଷ୍ଠ ପାଞ୍ଚ: କଟକ ଜିଲାର ପର୍ଯ୍ୟଟନସ୍ଥଳୀ

ଧବଳେଶ୍ୱର

ଧବଳେଶ୍ୱର

କଟକ ସହରଠାରୁ ୩୭ କିଲୋମିଟର ଦୂରରେ ମହାନଦୀ ମଧ୍ୟରେ ଥିବା ଏକ ଟାପୁରେ ରହିଛି ଧବଳେଶ୍ୱରଙ୍କ ପ୍ରସିଦ୍ଧ ପୀଠ। ଏହି ମନ୍ଦିର ୧୦ ରୁ ୧୧ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ। ପୀଠକୁ ଯିବା ପାଇଁ ଏକ ଝୁଲାପୋଲ ରହିଛି। ବଡ଼ଓଷାରେ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଏଠାରେ ଜାଗର ଅତି ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଇଥାଏ।

ଭଟ୍ଟାରିକା

ଭଟ୍ଟାରିକା

କଟକ ଜିଲା ଆଠଗଡ଼ ବଡମ୍ବାର ସାସଙ୍ଗ ଗାଁରେ ରହିଛି ମା’ ଭଟ୍ଟାରିକାଙ୍କ ଶକ୍ତିପୀଠ। ମହାନଦୀ କୂଳରେ ଥିବା ଏହି ମନ୍ଦିରରେ ନବରାତ୍ର ପାଳିତ ହୋଇଥାଏ। ବିଭିନ୍ନ ପର୍ବପର୍ବାଣିରେ ଶ୍ରଦ୍ଧାଳୁଙ୍କ ସୁଅ ଏଠାକୁ ଛୁଟିଥାଏ। ମା’ଙ୍କ ଅପାର ମହିମା ରହିଛି ବୋଲି ଶ୍ରଦ୍ଧାଳୁ କୁହନ୍ତି।

ଚର୍ଚ୍ଚିକା

ଚର୍ଚ୍ଚିକା

କଟକଠାରୁ ୫୨ କିଲୋମିଟର ଦୂରରେ ମହାନଦୀ କୂଳରେ ରହିଛି ମା’ ଚର୍ଚ୍ଚିକାଙ୍କ ଶକ୍ତିପୀଠ। ଓଡ଼ିଶାରେ ଥିବା ୮ଟି ଶକ୍ତି ପୀଠ ମଧ୍ୟରୁ ଏହା ଅନ୍ୟତମ। ଶାରଦୀୟ ଦୁର୍ଗା ପୂଜା ଅବସରରେ ମନ୍ଦିରରେ ମା’ଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ମା‘ ଚର୍ଚ୍ଚିକା ଭାରି ପ୍ରତ୍ୟକ୍ଷ ବୋଲି ଶ୍ରଦ୍ଧାଳୁ କୁହନ୍ତି।

ଅଶୁଂପା

ଅଶୁଂପା

କଟକ ଜିଲା ଆଠଗଡ଼ ନିକଟରେ ରହିଛି ଅଶୁଂପା ହ୍ରଦ। କଟକଠାରୁ ଏହାର ଦୂରତା ୫୪ କିଲୋମିଟର। ଶୀତଦିନେ ଏଠାରେ ଦେଶବିଦେଶର ଅନେକ ପକ୍ଷୀଙ୍କର ସମାଗମ ହୋଇଥାଏ।

କଟକ ଚଣ୍ଡୀ

କଟକ ଚଣ୍ଡୀ

କଟକ ସହରରେ ରହିଛି ମା’ କଟକ ଚଣ୍ଡୀଙ୍କ ପ୍ରସିଦ୍ଧ ମନ୍ଦିର। ଏଠାରେ ଦୁର୍ଗାପୂଜା ଓ କାଳୀ ପୂଜା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥାଏ। ମା’ଙ୍କର ବିଭିନ୍ନ ବେଶ ଓ ନୀତି ମଧ୍ୟ ଏହି ଅବସରରେ ସମ୍ପନ୍ନ ହୋଇଥାଏ। ମା’ଙ୍କ ଚାରିଟି ହସ୍ତ ରହିଛି। ଦୁଇଟି ହସ୍ତରେ ପାଶ ଓ ଅଙ୍କୁଶ ଧରିଥିବାବେଳେ ଅନ୍ୟ ଦୁଇ ହସ୍ତ ଅଭୟ ଓ ବର ମୁଦ୍ରାରେ ରହିଛି। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଗହଳି ହୋଇଥାଏ।