ଶ୍ରେଷ୍ଠ ପାଞ୍ଚ: ବୌଦ୍ଧର ପର୍ଯ୍ୟଟନସ୍ଥଳୀ

ରାମନାଥ ମନ୍ଦିର

ରାମନାଥ ମନ୍ଦିର

ବୌଦ୍ଧ ସହରରେ ରହିଛି ରାମନାଥ ମନ୍ଦିର। ୩ଟି ଶିବମନ୍ଦିରକୁ ଏକତ୍ର ରାମନାଥ ଭାବେ ଅଭିହିତ କରାଯାଇଥାଏ। ଏହି ପ୍ରାଚୀନ ମନ୍ଦିର ୯ମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ। ଏହାକୁ କେହି କେହି ଚାରିଶମ୍ଭୁ ମନ୍ଦିର କହିଥାନ୍ତି। ମନ୍ଦିରର ନିର୍ମାଣ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଥାଏ।

ଜାଗତି

ଜାଗତି

ବୌଦ୍ଧଠାରୁ ୧୬ କିଲୋମିଟର ଦୂରରେ ଗନ୍ଧରଡି ଗାଁରେ ରହିଛି ଜାଗତି। ଏଠାରେ ନୀଳମାଧବ ଏବଂ ସିଦ୍ଧେଶ୍ୱରଙ୍କ ମନ୍ଦିର ରହିଛି। ଖିନଜାଲି ମଣ୍ଡଳରେ ଶାସନ କରୁଥିବା ଭଞ୍ଜ ରାଜାଙ୍କ ସମୟରେ ୯ମ ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ। ଗୋଟିଏ ପିଣ୍ଡି ଉପରେ ମନ୍ଦିର ଦୁଇଟି ନିର୍ମିତ ହୋଇଛି। ବର୍ଷ ସାରା ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ।

ଚନ୍ଦ୍ରଚୂଡ଼ ମନ୍ଦିର

ଚନ୍ଦ୍ରଚୂଡ଼ ମନ୍ଦିର

ବୌଦ୍ଧରେ ରହିଛି ପ୍ରଭୁ ଚନ୍ଦ୍ରଚୂଡ଼ଙ୍କ ମନ୍ଦିର। ଏହି ପ୍ରାଚୀନ ମନ୍ଦିର ଲାଲ ରଙ୍ଗର ପଥରରେ ନିର୍ମିତ। ମନ୍ଦିର ନିର୍ମାଣ ୯ମ ଶତାବ୍ଦୀରେ ହୋଇଥିବା ଅନୁମାନ କରାଯାଏ। ମନ୍ଦିର ଗାତ୍ରରେ ଆକର୍ଷଣୀୟ ଦେବଦେବୀଙ୍କ ମୂର୍ତ୍ତି ରହିଛି। ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥାଏ।

 ଯୋଗେନ୍ଦ୍ର ଭିଲ୍ଲା

ଯୋଗେନ୍ଦ୍ର ଭିଲ୍ଲା

ଯୋଗେନ୍ଦ୍ର ଭିଲ୍ଲା ହେଉଛି ବୌଦ୍ଧ ରାଜାଙ୍କ ନଅର। ଏହାକୁ କେହି କେହି ରାଜବାଟି ବୋଲି କହିଥାନ୍ତି। ଏହା ରାଜା ଯୋଗେନ୍ଦ୍ର ଦେବଙ୍କ ଶାସନ ସମୟରେ ନିର୍ମିତ ହୋଇଥିଲା। ଯୋଗେନ୍ଦ୍ର ଜଣେ ପ୍ରଜାବତ୍ସଳ ରାଜା ଥିଲେ। ରାଜନଅର ମଧ୍ୟରେ ଅନେକ ତୈଳ ଚିତ୍ର ଓ ଆକର୍ଷଣୀୟ ଖୋଦେଇ କାମ ହୋଇଛି।

ମାତଙ୍ଗେଶ୍ୱର ମନ୍ଦିର

ମାତଙ୍ଗେଶ୍ୱର ମନ୍ଦିର

ବୌଦ୍ଧ ସହର ନିକଟରେ ମହାନଦୀ କୂଳରେ ରହିଛି ମାତଙ୍ଗେଶ୍ୱର ମହାଦେବଙ୍କ ମନ୍ଦିର। ମନ୍ଦିର ପରିସରରେ ମାତା ପାର୍ବତୀଙ୍କ ମନ୍ଦିର ମଧ୍ୟ ରହିଛି। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।