ଶ୍ରେଷ୍ଠ ପାଞ୍ଚ: ବଲାଙ୍ଗୀରର ପର୍ଯ୍ୟଟନସ୍ଥଳୀ

ଜଳ ମହାଦେବ

ଜଳ ମହାଦେବ

ବଲାଙ୍ଗୀର ଠାରୁ ଖପ୍ରାଖୋଲ ଦେଇ ୮୪ କିଲୋମିଟର ଗଲେ ପଡେ ପ୍ରସିଦ୍ଧ ମନ୍ଦିର ଜଳ ମହାଦେବ। ଏଠାରେ ସ୍ବୟଂଭୁ ଲିଙ୍ଗ ଉପରେ ଜଳସ୍ରୋତ ପ୍ରବାହିତ ହେଉଛି। ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ। ଜାଗରରେ ମନ୍ଦିରରେ ଜଳ ମହାଦେବଙ୍କ ସ୍ବତନ୍ତ୍ର ରୀତିନୀତି ସମ୍ପନ୍ନ ହୋଇଥାଏ।

ଶ୍ରୀଜଗନ୍ନାଥ ମନ୍ଦିର

ଶ୍ରୀଜଗନ୍ନାଥ ମନ୍ଦିର

ବଳାଙ୍ଗୀରରେ ରହିଛି ୮ମ ଶତାବ୍ଦୀର ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିର। ମନ୍ଦିର ଚାରିପଟେ ରହିଛି ଧାନକ୍ଷେତର ସବୁଜ ପରିବେଶ। ମନ୍ଦିରରେ ବଡଭାଇ ଶ୍ରୀବଳଭଦ୍ର, ପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କ ମୂର୍ତ୍ତି ରହିଛି। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ପାଟଣେଶ୍ୱରୀ ମନ୍ଦିର

ପାଟଣେଶ୍ୱରୀ ମନ୍ଦିର

ବଲାଙ୍ଗୀର ପାଟଣାଗଡ଼ରେ ରହିଛି ମା’ ପାଟଣେଶ୍ୱରୀଙ୍କ ପ୍ରାଚୀନ ମନ୍ଦିର। ଏହା ୧୨ ଶତାବ୍ଦୀରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ପୂର୍ବରୁ ପାଟଣାଗଡ ବଲାଙ୍ଗୀର ରାଜାଙ୍କ ରାଜଧାନୀ ଥିଲା। ସେହି ସମୟରେ ମନ୍ଦିର ନିର୍ମାଣ କରାଯାଇଥିବା କୁହାଯାଏ। ଏଠାରେ ଚାଲୁକ୍ୟ ଓ ଚୌହ୍ବାନ ବଂଶର ରାଜୁତି ସମୟରେ ମନ୍ଦିର ପରିସରର ବିକାଶ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ନରସିଂହ

ନରସିଂହ

ବଲାଙ୍ଗୀରର ନରସିଂହ ଗାଁରେ ନିମଗଛ ତଳେ ପୂଜା ପାଉଛନ୍ତି ଶ୍ରୀବିଷ୍ଣୁଙ୍କ ଚତୁର୍ଥ ଅବତାର ନୃସିଂହ। ନରସିଂହ ମନ୍ଦିର ନାମ ଅନୁସାରେ ଗାଁର ନାମକରଣ ହୋଇଥିବା ଜନଶ୍ରୁତିରୁ ଜଣାଯାଏ। ବିିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ଏଠାକାର ନୃସିଂହ ପ୍ରତ୍ୟକ୍ଷ ବୋଲି ଶ୍ରଦ୍ଧାଳୁ କହିଥାନ୍ତି।

ହରିଶଙ୍କର

ହରିଶଙ୍କର

ବଲାଙ୍ଗୀରରେ ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ପ୍ରାଚୀନ ହରିଶଙ୍କର ମନ୍ଦିର। ଏଠାରେ ହରି ଓ ଶଙ୍କରଙ୍କର ପୂଜା ହୋଇଥାଏ। ଏହା ୧୪ ଶତାବ୍ଦୀରେ ନିର୍ମାଣ ହୋଇଥିଲା। ଏଠାରେ ଥିବା ପାହାଡ଼ୀ ଝରଣା ପରିବେଶକୁ ଅତ୍ୟନ୍ତ ମନୋରମ କରି ଗଢ଼ିତୋଳିଥାଏ। ପର୍ଯ୍ୟଟନଋତୁରେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ।