ଶ୍ରେଷ୍ଠ ପାଞ୍ଚ: ବାଲେଶ୍ୱରର ପର୍ଯ୍ୟଟନସ୍ଥଳୀ

ଲଙ୍ଗଳେଶ୍ୱର

ଲଙ୍ଗଳେଶ୍ୱର

ବାଲେଶ୍ୱରଠାରୁ ୪୬ କିଲୋମିଟର ଓ ବସ୍ତା ରେଳ ଷ୍ଟେଶନଠାରୁ କିଛି ଦୂରରେ ରହିଛି ଲଙ୍ଗଳେଶ୍ୱର ମହାଦେବ ମନ୍ଦିର। ପାର୍ବତୀ ନଦୀ କୂଳରେ ଏହି ପୌରାଣିକ ମନ୍ଦିର ରହିଛି। ପୁରାଣରେ ବର୍ଣ୍ଣନା କରାଯାଇଛି, ପ୍ରଭୁ ମହାଦେବ ଧାନବିଲରେ ଲଙ୍ଗଳ ଧରି ଚାଷ କରୁଥିଲେ। ଏଠାରେ ଥିବା ପ୍ରଭୁଙ୍କ ଲଙ୍ଗଳକୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥାନ୍ତି। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ଜାଗରରେ ଏଠାରେ ଜନସମାଗମ ହୋଇଥାଏ।

 କ୍ଷୀରଚୋରା ଗୋପୀନାଥ

କ୍ଷୀରଚୋରା ଗୋପୀନାଥ

ବାଲେଶ୍ୱରଠାରୁ ୯ କିଲୋମିଟର ଦୂରରେ ରେମୁଣାରେ ରହିଛି କ୍ଷୀରଚୋରା ଗୋପୀନାଥଙ୍କ ଭବ୍ୟ ମନ୍ଦିର। ଏଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କ୍ଷୀରରେ ପ୍ରସ୍ତୁତ ସ୍ବତନ୍ତ୍ର ଭୋଗ ଲାଗି ହୋଇଥାଏ। ପ୍ରଭୁଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି।

ବେଲେଶ୍ୱର

ବେଲେଶ୍ୱର

ବାଲେଶ୍ୱରରେ ରହିଛି ପ୍ରଭୁ ମହାଦେବଙ୍କ ପ୍ରସିଦ୍ଧ ମନ୍ଦିର ବେଲେଶ୍ୱର। ମନ୍ଦିର ପରିସରରେ ପ୍ରଭୁ ରତ୍ନେଶ୍ୱର ଓ ମାତା ଚମ୍ପାବତୀ ଦୁର୍ଗାଙ୍କ ଆସ୍ଥାନ ରହିଛି। ଏହି ମନ୍ଦିର ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ହୋଇଛି। ମହାଶିବରାତ୍ରିରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ଭୂଧାରଚଣ୍ଡୀ

ଭୂଧାରଚଣ୍ଡୀ

ବାଲେଶ୍ୱରଠାରୁ ୨୭ କିଲୋମିଟର ଦୂର ସଜନାଗଡ ପାଖରେ ରହିଛି ମାତା ଭୂଧାରଚଣ୍ଡୀଙ୍କ ମନ୍ଦିର। ସଜନାଗଡ ନିକଟରେ ରହିଛି ନୀଳଗିରି ପାହାଡ। ଏହା ନିକଟରେ ରହିଛି କୁଲଡିହା ଅଭୟାରଣ୍ୟ। ଭୂଧାରଚଣ୍ଡୀଙ୍କଠାରୁ କିଛି ଦୂରରେ ରହିଛି ପଞ୍ଚଲିଙ୍ଗେଶ୍ୱର। ମା’ଙ୍କ ପୀଠରେ ବିଭିନ୍ନ ପର୍ବପର୍ବାଣି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥାଏ।

ଚନ୍ଦନେଶ୍ୱର

ଚନ୍ଦନେଶ୍ୱର

ବାଲେଶ୍ୱରଠାରୁ ୮୮ କିଲୋମିଟର ଦୂରରେ ରହିଛି ପ୍ରଭୁ ଚନ୍ଦନେଶ୍ୱରଙ୍କ ଭବ୍ୟ ମନ୍ଦିର। ଏହି ମନ୍ଦିର ଦିଘାଠାରୁ ପ୍ରାୟ ୬ କିଲୋମିଟର ଦୂରରେ ରହିଛି। ଏଠାରେ ଓଡ଼ିଆ-ବଙ୍ଗାଳୀ ସଂସ୍କୃତି ଦୃଷ୍ଟିଗୋଚର ହୋଇଥାଏ। ଜାଗରରେ ଏଠାରେ ଜନସମାଗମ ହୁଏ।