ଶ୍ରେଷ୍ଠ ପାଞ୍ଚ: ବରଗଡ଼ର ପର୍ଯ୍ୟଟନସ୍ଥଳୀ

ନୃସିଂହନାଥ

ନୃସିଂହନାଥ

ନୃସିଂହନାଥ ମନ୍ଦିର ୧୪୧୩ ମସିହା ମାର୍ଚ୍ଚ ୧୭ରେ ନିର୍ମିତ ହୋଇଥିଲା। ମନ୍ଦିରର ଉଚ୍ଚତା ୪୫ ଫୁଟ। ମନ୍ଦିର ପରିସରରେ ନବଗ୍ରହଙ୍କ ମୂର୍ତ୍ତି ରହିଛି। ଏଠାରେ ଥିବା ଆଠ ହସ୍ତ ବିଶିଷ୍ଟ ଗଣେଶଙ୍କ ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ।

ଗନ୍ଧମାର୍ଦ୍ଦନ

ଗନ୍ଧମାର୍ଦ୍ଦନ

ବରଗଡ଼ରେ ରହିଛି ରାମାୟଣ ବର୍ଣ୍ଣିତ ଗନ୍ଧମାର୍ଦ୍ଦନ ପର୍ବତ। ଏଠାରେ ୫୦୦ରୁ ଅଧିକ ପ୍ରକାର ଜଡ଼ିବୁଡ଼ି ଗୁଳ୍ମ ରହିଛି। ଏଠାକାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋହର। ଶୀତଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

ଦେବ୍ରିଗଡ ଅଭୟାରଣ୍ୟ

ଦେବ୍ରିଗଡ ଅଭୟାରଣ୍ୟ

ବରଗଡ଼ରେ ରହିଛି ଦେବ୍ରିଗଡ ଅଭୟାରଣ୍ୟ। ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୨୨୬୭ ଫୁଟ ରହିଛି। ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏଠାରେ ବ୍ରିଟିଶ ପୋଲିସ ହାତରେ ଧରାପଡିଥିଲେ। ଏଠାରେ କୃତ୍ରିମ ଜଳଭଣ୍ଡାର ରହିଛି।

ଅଷ୍ଟଶମ୍ଭୁ

ଅଷ୍ଟଶମ୍ଭୁ

ବରଗଡ଼ରେ ରହିଛି ଅଷ୍ଟଶମ୍ଭୁ ମନ୍ଦିର। ମନ୍ଦିରଗୁଡିକ ଚୌହ୍ବାନ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ଭୀମେଶ୍ୱର, ନୀଳକଣ୍ଠେଶ୍ୱର, କେଦାରନାଥ, ବିଶ୍ୱେଶ୍ୱର, ବୈଦ୍ୟନାଥ, ସ୍ବପ୍ନେଶ୍ୱର, ମାନ୍ଧାତା ବାବା ଓ ବାଲୁଙ୍କେଶ୍ୱରଙ୍କ ମନ୍ଦିରକୁ ଅଷ୍ଟଶମ୍ଭୁ ମନ୍ଦିର କୁହାଯାଏ।

ବାରବଖରା ଜଳପ୍ରପାତ

ବାରବଖରା ଜଳପ୍ରପାତ

ବରଗଡ ଜିଲା ଆମ୍ବବାହାନା ବ୍ଲକ୍‌ରେ ରହିଛି ବାରବଖରା ଜଳପ୍ରପାତ। ଏଠାକାର ପ୍ରାକୃତିକ ଶୋଭା ଅତି ମନୋରମ। ବାରବଖରାର ସବୁଜ ବନାନୀ ଓ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ସବୁବେଳେ ଆକୃଷ୍ଟ କରିଥାଏ।

Model This Week

ପ୍ରଭାତ