Dharitri News

ଶ୍ରେଷ୍ଠ ପାଞ୍ଚ: ପୁରୀର କୋଟ ଆସ୍ଥାନ

ଇନ୍ଦ୍ରଦ୍ୟୁମ୍ନ କୋଟ

ଇନ୍ଦ୍ରଦ୍ୟୁମ୍ନ କୋଟ

ଏହା ଏକ ପ୍ରାଚୀନ କୋଟ। ପବିତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍ପରିଣୀର ସ୍ବଚ୍ଛତା ଲାଗି ଏହି କୋଟର ସୃଷ୍ଟି ହୋଇଥିଲା। ମାଟିଆପଡା ନୃସିଂହବଲ୍ଲଭ ପାଟଣାର ଯୁବକଙ୍କୁ ନେଇ ଏହାର ସ୍ଥାପନା କରାଯାଇଥିଲା। ଏଠାରେ ଅବସ୍ଥିତ ହନୁମାନ ମନ୍ଦିର କାକାର୍ଣ୍ଣବ ନାମରେ ପରିଚିତ। ଏହି ଅଞ୍ଚଳର ଯୁବକମାନେ ଏହାର ଦାୟିତ୍ୱରେ ରହିଛନ୍ତି।

ଭାଗବତ କୋଟ

ଭାଗବତ କୋଟ

ମାର୍କଣ୍ଡେଶ୍ୱର ସାହି ଗଡନ୍ତି ଛକରେ ରହିଛି ଏହି କୋଟ। ଏଠାରେ ବାସୁଦେବ ପୂଜା ପାଉଛନ୍ତି। ଅଞ୍ଚଳର ଯୁବକମାନଙ୍କୁ ନେଇ ଏକ କ୍ଲବ ଗଠନ ହୋଇଛି। ସାହିଯାତ ସମୟରେ ଏହି କୋଟରୁ ପ୍ରମୁଖ ମେଢ ବେଶ ବାହାରିଥାଏ। ନେବଳ ଦାସ ମହନ୍ତ ଏହି କୋଟ ଦାନ କରିଥିବା ଜଣାଯାଏ। ଏଠାରେ ପ୍ରତିଦିନ ଭାଗବତ ପାଠ ପରମ୍ପରା ରହିଛି।

ମରିଚି କୋଟ

ମରିଚି କୋଟ

ବଡଦାଣ୍ଡରେ ରହିଛି ମରିଚି କୋଟ। ମରିଚେଇ ଠାକୁରାଣୀଙ୍କ ଆସ୍ଥାନ ରହିଛି। ମା’ଙ୍କ ନାମାନୁସାରେ ଏହାକୁ ମରିଚିକୋଟ କୁହାଯାଏ। ଶ୍ରୀଚୈତନ୍ୟଙ୍କ ପ୍ରେରଣାରେ ରାୟରାମା ନନ୍ଦଙ୍କ ନିର୍ଦ୍ଦେଶରେ ଭାଦ୍ରବ ଶୁକ୍ଳ ଦଶମୀ ଦିନ ରାମକୃଷ୍ଣ କୁଣ୍ଢାଇବେଣ୍ଟ ସାହି ଲବଣିଖିଆ ଛକକୁ ଯାଆନ୍ତି। ଫେରିବା ବେଳେ ମାଲ ମହନ୍ତ ଦେବୀଙ୍କ ବିଜେସ୍ଥଳୀରେ ଦର୍ଶନ କରି ଫେରିଥାନ୍ତି। ମା ମରିଚେଇଙ୍କ ଆସ୍ଥାନ ରହିଥିବାରୁ ଏଠାରେ ସଦାସର୍ବଦା ଗହଳି ରହିଥାଏ।

କାଳିକା  କୋଟ

କାଳିକା କୋଟ

ବାଲି ସାହି ଅଧୀନ ଖୁଣ୍ଟିଆ ସାହିରେ ରହିଛି କାଳିକା କୋଟ। କେହି କେହି ଏହାକୁ କାଳିକା ଦେବୀ ସାହିର ଜାଗା ବୋଲି କୁହନ୍ତି। କୁହାଯାଏ ମଲ୍ଲମାନେ ଯୁଦ୍ଧଯାତ୍ରା ବେଳେ ମା’ଙ୍କ ମାର୍ଜନା କରିବାକୁ ଏଠାକୁ ଆସୁଥିଲେ। ସବୁ ମଲ୍ଲ ଯୋଦ୍ଧାଙ୍କୁ ସୁବିଧା ସୁଯୋଗ ଦେବା ଲାଗି କାଳିକା କୋଟର ସ୍ଥାପନ କରାଯାଇଥିଲା।

ନାଗା କୋଟ

ନାଗା କୋଟ

ବାଲି ସାହି ବରାହୀ ଲେନ୍‌ର ଧାନକୁଟି ସାହିରେ ରହିଛି ନାଗା କୋଟ। ଏଠାରେ ନାଗାମାନେ ରହୁଥିବାରୁ ଏହାକୁ ନାଗା କୋଟ କୁହାଯାଏ। ନାଗାମାନେ ଏଠାରେ ସମର କୌଶଳ ଶିକ୍ଷା ଦେଉଥିବା ଜଣାଯାଏ। ରାଜାରାମ ଦାସ ଖାଲସା ଏସମ୍ପର୍କରେ ଉଲ୍ଲେଖ କରିଛନ୍ତି। ବ୍ରହ୍ମଚର୍ଯ୍ୟ ରକ୍ଷାର ପ୍ରଚାର ଏହି କୋଟର ମୂଖ୍ୟ ଲକ୍ଷ୍ୟ ଥିଲା। ଏବେ ନାଗାମାନେ ଏଠାରେ ରହୁ ନାହାନ୍ତି। ଅଞ୍ଚଳର ଯୁବକମାନଙ୍କ ପାଇଁ ଏଠାରେ କ୍ଲବ ଘର ରହିଛି। ଏଠାରେ ପ୍ରତିଦିନ ସମର କସରତ କରାଯାଉଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା