Dharitri News

ଶ୍ରେଷ୍ଠ ପାଞ୍ଚ: ଢେଙ୍କାନାଳର ପର୍ଯ୍ୟଟନସ୍ଥଳୀ

କପିଳାସ

କପିଳାସ

ଢେଙ୍କାନାଳ ସହରର ଉତ୍ତର-ପୂର୍ବ ଅଞ୍ଚଳରେ ରହିଛି କପିଳାସ। ପାହାଡ଼ରେ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ରହିଛି। ମନ୍ଦିର ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ରହିଛି। ଚନ୍ଦ୍ରଶେଖରଙ୍କ ମନ୍ଦିରରେ ୧୩୫୨ ପାହାଚ ରହିଛି। ଗଙ୍ଗବଂଶ ରାଜା ପ୍ରଥମ ନରସିଂହ ଦେବଙ୍କ ଦ୍ୱାରା ୧୨୪୬ରେ ମନ୍ଦିର ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ। ମନ୍ଦିରର ବାମ ପାର୍ଶ୍ୱରେ ପୟମାର୍ତ କୁଣ୍ଡ ଏବଂ ଦକ୍ଷିଣ ପାର୍ଶ୍ୱରେ ମରିଚି କୁଣ୍ଡ ରହିଛି।

ଯୋରନ୍ଦା

ଯୋରନ୍ଦା

ଢେଙ୍କାନାଳରେ ରହିଛି ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦା। ଏଠାରେ ଶୂନ୍ୟ ମନ୍ଦିର ସହିତ ମହିମା ଗୋସାଇଁ ସନ୍ଥ ଭୀମ ଭୋଇଙ୍କ ସମାଧି। ପ୍ରତି ବର୍ଷ ମାଘ ପୂର୍ଣ୍ଣମାରେ ଏଠାକାର ଯୋରନ୍ଦା ମେଳାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ସପ୍ତଶଯ୍ୟା

ସପ୍ତଶଯ୍ୟା

ଢେଙ୍କାନାଳ ସହରର ଦକ୍ଷିଣକୁ ୧୧ କିଲୋମିଟର ଗଲେ ରହିଛି ସପ୍ତଶଯ୍ୟା ପାହାଡ଼। ମହାଭାରତ ଅନୁସାରେ ଏଠାରେ ପାଣ୍ଡବମାନେ ଅଜ୍ଞାତବାସର କିଛିଦିନ କଟାଇଥିଲେ। ଏଠାରେ ସପ୍ତର୍ଷିଙ୍କ ଆଶ୍ରମ ରହିଥିବାର ପୁରାଣରେ ବର୍ଣ୍ଣନା ଅଛି। ରାମାୟଣ ଅନୁସାରେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ମଧ୍ୟରେ ଏହି ଅଞ୍ଚଳରେ ୭ ଦିନ କଟାଇଥିଲେ। ଏଠାରେ ରଘୁନାଥ ମନ୍ଦିର ରହିଛି। ୧୯୮୫ରେ ଏଠାରେ ମାତା କାଳୀଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା।

କୁଆଲୋ

କୁଆଲୋ

ଢେଙ୍କାନାଳ ସହରଠାରୁ ୭୨ କିଲୋମିଟର ଦୂରରେ ରହିଛି କୁଆଲୋ ପୀଠ। ଏଠାରେ ପ୍ରଭୁ କନକେଶ୍ୱର ମହାଦେବଙ୍କ ମନ୍ଦିର ଅଛି। ଏହା ପ୍ରାଚୀନ ଶୈଳୀରେ ପଥର ଉପରେ ପଥର ରଖି ନିର୍ମିତ ହୋଇଛି। ମନ୍ଦିର ଉଚ୍ଚତା ୨୪ ମିଟର। ଏହାଛଡା ଏଠାରେ ପ୍ରଭୁ ବୈଦ୍ୟନାଥ, ପଶ୍ଚିମେଶ୍ୱର, ବାଲୁଙ୍କେଶ୍ୱର, କପିଳେଶ୍ୱରଙ୍କ ମନ୍ଦିର ମଧ୍ୟ ରହିଛି।

ସିଦ୍ଧ ବଳରାମ ମନ୍ଦିର

ସିଦ୍ଧ ବଳରାମ ମନ୍ଦିର

ଢେଙ୍କାନାଳ ସହରରେ ରହିଛି ସିଦ୍ଧ ବଳରାମ ମନ୍ଦିର। ଏହାର ଉଚ୍ଚତା ୯୦ ଫୁଟ। ମନ୍ଦିର ନିର୍ମାଣ କାର୍ଯ୍ୟ ୧୫୯୦ ମସିହାରେ ଆରମ୍ଭ ହୋଇ ୧୭୦୮ରୁ ୧୭୪୧ ମସିହା ମଧ୍ୟରେ ଶେଷ ହୋଇଥିବାର ଅନୁମାନ କରାଯାଏ। ପରେ ୧୯୦୬ରୁ ୧୯୧୮ ମଧ୍ୟରେ ମନ୍ଦିର ପରିସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହୋଇଥିଲା। ଏଠାରେ ରଥଯାତ୍ରା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥାଏ।