Dharitri News

ଶ୍ରେଷ୍ଠ ପାଞ୍ଚ: ଅନୁଗୋଳର ପର୍ଯ୍ୟଟନସ୍ଥଳୀ

ରାମଚଣ୍ଡୀ

ରାମଚଣ୍ଡୀ

ଅନୁଗୋଳ-ବଗେଡିଆ ରୋଡ୍‌ଠାରୁ ପ୍ରାୟ ୨୮ କିଲୋମିଟର ଦୂରରେ ରହିଛି ରାମଚଣ୍ଡୀ ଗାଁ। ଏଠାରେ ମାତା ରାମଚଣ୍ଡୀଙ୍କ ପ୍ରସିଦ୍ଧ ମନ୍ଦିର ରହିଛି। ନିଃସନ୍ତାନ ଦମ୍ପତିମାନେ ଏଠାରେ ମାନସିକ କରିବାକୁ ଆସିଥାନ୍ତି। ଭାଦ୍ରବ କୃଷ୍ଣପକ୍ଷ ଦ୍ୱିତୀୟାରେ ମା’ଙ୍କ ପାଖରେ ମେଳା ହୋଇଥାଏ। ଏହାକୁ ରାମଚଣ୍ଡୀ ଯାତ୍ରା ବା କୁଦୁଆଲି ଯାତ୍ରା କୁହାଯାଇଥାଏ।

ଶୈଳ ଶ୍ରୀକ୍ଷେତ୍ର

ଶୈଳ ଶ୍ରୀକ୍ଷେତ୍ର

ଅନୁଗୋଳ ସୁନାସ ଗଡ଼ ପାହାଡ଼ରେ ରହିଛି ଶୈଳ ଶ୍ରୀକ୍ଷେତ୍ର। ଏଠାରେ ଏକ ଭବ୍ୟ ମନ୍ଦିର ରହିଛି। ମନ୍ଦିରରେ ମୁଖଶାଳା, ଜଗମୋହନ, ନାଟ ମନ୍ଦିର, ଗର୍ଭଗୃହ ଆଦି ରହିଛି। ମନ୍ଦିରରେ ପ୍ରଭୁ ବଳଭଦ୍ର, ପ୍ରଭୁ ଜଗନ୍ନାଥ ଏବଂ ମାତା ସୁଭଦ୍ରା ପୂଜା ପାଇଥାନ୍ତି। ଏହାଛଡା ମନ୍ଦିରରେ ମାତା ଲକ୍ଷ୍ମୀ, ବିମଳା, ସରସ୍ବତୀଙ୍କ ମୂର୍ତ୍ତି ରହିଛି। ଏଠାରେ ରଥଯାତ୍ରା ଆଡମ୍ବର ସହକାରେ ପାଳନ କରାଯାଇଥାଏ।

ଦେଉଳଝରି

ଦେଉଳଝରି

ଅନୁଗୋଳ ଜିଲା ଆଠମଲିକ ଦେଉଳଝରିରେ ରହିଛି ଏକ ଉଷ୍ଣପ୍ରସ୍ରବଣ। ଏଠାରେ ପ୍ରଭୁ ମହାଦେବଙ୍କ ମନ୍ଦିର ରହିଛି। ଏଠାରେ ଜାଗର ଆନନ୍ଦ ଉଲ୍ଳାସ ସହିତ ପାଳିତ ହୋଇଥାଏ।

ବୁଢ଼ୀ ଠାକୁରାଣୀ

ବୁଢ଼ୀ ଠାକୁରାଣୀ

ଅନୁଗୋଳ ଟାଉନ୍‌ ନିକଟରେ ରହିଛି ମା’ ବୁଢ଼ୀ ଠାକୁରାଣୀ ମନ୍ଦିର। ବର୍ଷ ସାରା ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ। ବିଭିନ୍ନ ପର୍ବପର୍ବାଣିରେ ମା’ଙ୍କର ସ୍ବତନ୍ତ୍ର ନୀତି ହୋଇଥାଏ। ଶରତ ମାସରେ ଏଠାରେ ନବରାତ୍ରର ସ୍ବତନ୍ତ୍ର ପୂଜା ହୋଇଥାଏ।

ଭୀମକୁଣ୍ଡ

ଭୀମକୁଣ୍ଡ

ଅନୁଗୋଳଠାରୁ ୫୦ କିଲୋମିଟର ଦୂରରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ଭୀମକୁଣ୍ଡ ଗାଁ। ଏଠାରେ ପ୍ରଭୁ ଶ୍ରୀବିଷ୍ଣୁଙ୍କ ଅନନ୍ତ ଶୟନ ପ୍ରତିକୃତି ପଥରରେ ଖୋଦିତ ହୋଇଛି। ଏହାର ଲମ୍ବ ୪୨ ମିଟର ଓ ପ୍ରସ୍ଥ ୮ ମିଟର ରହିଛି। ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ।