Dharitri News

ଶ୍ରେଷ୍ଠ ପାଞ୍ଚ: ରାଉରକେଲାର ପର୍ଯ୍ୟଟନସ୍ଥଳୀ

ହନୁମାନ ବାଟିକା

ହନୁମାନ ବାଟିକା

ରାଉରକେଲାରେ ରହିଛି ହନୁମାନ ବାଟିକା। ଏଠାରେ ୭୫ ଫୁଟ ଉଚ୍ଚ ହନୁମାନଙ୍କ ଭବ୍ୟ ମୂର୍ତ୍ତି ରହିଛି। ବର୍ଷ ସାରା ଏଠାରେ ପର୍ଯ୍ୟଟକଙ୍କ ଗହଳି ରହିଥାଏ। ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ତାନ ଆଦି ରାଜ୍ୟରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

ବୈଷ୍ଣଦେବୀ ମନ୍ଦିର

ବୈଷ୍ଣଦେବୀ ମନ୍ଦିର

ଦୁର୍ଗାପୁର ପାହାଡ଼ରେ ରହିଛି ମାତା ବୈଷ୍ଣଦେବୀଙ୍କ ଭବ୍ୟ ମନ୍ଦିର। ମନ୍ଦିର ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ ଆଡକୁ ମୁହଁ କରିଛି। ଦୁର୍ଗାପୂଜା ଏଠାରେ ଅତି ଆଡମ୍ବର ସହକାରେ ପାଳିତ ହୋଇଥାଏ। ବର୍ଷସାରା ଏଠାକୁ ଶ୍ରଦ୍ଧାଳୁଙ୍କ ଧାଡି ଲାଗି ରହିଥାଏ।

ବେଦବ୍ୟାସ ମନ୍ଦିର

ବେଦବ୍ୟାସ ମନ୍ଦିର

ରାଉରକେଲା ନିକଟରେ ବେଦବ୍ୟାସ ମନ୍ଦିର ରହିଛି। ଏହା ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ଏଠାରେ ମହର୍ଷି ବେଦବ୍ୟାସ ମହାଭାରତ ରଚନା କରିଥିବା ସମ୍ପର୍କରେ ମହାଭାରତରେ ବର୍ଣ୍ଣନା କରାଯାଇଛି। ଏଠାକୁ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।

ଖଣ୍ଡାଧାର ଜଳପ୍ରପାତ

ଖଣ୍ଡାଧାର ଜଳପ୍ରପାତ

ରାଉରକେଲାଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି ସୁନ୍ଦର ଖଣ୍ଡାଧାର ଜଳପ୍ରପାତ। ଏହା ନିକଟରେ ବଣଭୋଜି ପାଇଁ ସୁନ୍ଦର ପରିବେଶ ରହିଛି। ବର୍ଷା ଦିନକୁ ଛାଡି ବର୍ଷ ତମାମ୍‌ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ।

ଦେର୍‌ଜିଙ୍ଗ୍‌

ଦେର୍‌ଜିଙ୍ଗ୍‌

ରାଉରକେଲାଠାରୁ ୪୫ କିଲୋମିଟର ଦୂରରେ ରହିଛି ଦେର୍‌ଜିଙ୍ଗ୍‌। ଏହା ବ୍ରାହ୍ମଣୀ ନଦୀ କୂଳରେ ରାଜାମୁଣ୍ଡା ଅଞ୍ଚଳରେ ରହିଛି। ଏଠାକାର ସୁନ୍ଦର ସବୁଜ ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।