ଶ୍ରେଷ୍ଠ ପାଞ୍ଚ: କଟକର ପୋଲିସ ଷ୍ଟେଶନ

ଲାଲ୍‌ବାଗ ଥାନା

ଲାଲ୍‌ବାଗ ଥାନା

ଓଡ଼ିଶା ହାଇକୋର୍ଟ ନିକଟରେ ରହିଛି ଲାଲ୍‌ବାଗ ଥାନା। ଏହା କଟକର ପୁରୁଣା ଥାନା। ଲାଲ୍‌ବାଗ ଥାନା ୧୯୨୪ ମେ ୧୪ ତାରିଖରେ ସ୍ଥାପିତ ହୋଇଥିଲା। ଏହାର କାର୍ଯ୍ୟକ୍ଷେତ୍ର ୮ ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ। ଏହାର ୩ଟି ଆଉଟ୍‌ପୋଷ୍ଟ ରହିଛି। ଏହି ଥାନାର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଓଡ଼ିଶା ହାଇକୋର୍ଟ, ରାଜସ୍ବ ଭବନ, ଜୁଡିସିଆଲ ଏକାଡେମୀ, ଆରଟିଓ କାର୍ଯ୍ୟାଳୟ, ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଆଦି ରହିଛି।

ମଧୁପାଟଣା

ମଧୁପାଟଣା

ଜାତୀୟ ରାଜପଥ-୫ର ଲିଙ୍କ୍‌ ରୋଡ୍‌ଠାରେ ରହିଛି ମଧୁପାଟଣା ଥାନା। ଏହା ୧୯୭୮ରେ ସ୍ଥାପିତ ହୋଇଥିଲା। ଏହାର କାର୍ଯ୍ୟକ୍ଷେତ୍ର ୮ ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ। ଏହି ଥାନାର ୨ଟି ଆଉଟ୍‌ପୋଷ୍ଟ ରହିଛି। ଥାନାର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଆଇଟିଆଇ, ସରକାରୀ ପ୍ରେସ୍‌ ଆଦି କାର୍ଯ୍ୟାଳୟ ରହିଛି

ମାଲ୍‌ଗୋଦାମ୍‌

ମାଲ୍‌ଗୋଦାମ୍‌

ଜୋବ୍ରା ଛକଠାରେ ରହିଛି ମାଲ୍‌ଗୋଦାମ ଥାନା। ଏହା ୧୯୮୪ ଜୁନ୍‌ ୧ ତାରିଖରେ ସ୍ଥାପିତ ହୋଇଥିଲା। ଏହାର କାର୍ଯ୍ୟକ୍ଷେତ୍ର ୮ ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ। ଥାନାର ୨ଟି ଆଉଟ୍‌ପୋଷ୍ଟ ରହିଛି। ଏହି ଥାନାର କାର୍ଯ୍ୟକ୍ଷେତ୍ର ମଧ୍ୟରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ମହାବିଦ୍ୟାଳୟ, ମାଲ୍‌ଗୋଦାମ, ଜୋବ୍ରା ଗୁରୁଦ୍ୱାର, ବିପିସିଏଲ୍‌ ଡିପୋ, ଏଚପିସିଏଲ୍‌ ଡିପୋ ଆଦି ରହିଛି।

କ୍ୟାଣ୍ଟନମେଣ୍ଟ୍‌

କ୍ୟାଣ୍ଟନମେଣ୍ଟ୍‌

ହରିଣ ପାର୍କ ନିକଟରେ ରହିଛି କ୍ୟାଣ୍ଟନମେଣ୍ଟ ଥାନା। ଏହା ୧୯୮୧ ଅଗଷ୍ଟ ୧ ତାରିଖରେ ସ୍ଥାପିତ ହୋଇଥିଲା। ଏହାର କାର୍ଯ୍ୟକ୍ଷେତ୍ର ୧୧ ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ। ଏହି ଥାନାର ଗୋଟିଏ ଆଉଟ୍‌ପୋଷ୍ଟ ରହିଛି। ଥାନାର କାର୍ଯ୍ୟକ୍ଷେତ୍ର ମଧ୍ୟରେ ରାଜ୍ୟ ପୋଲିସ ହେଡକ୍ୱାର୍ଟର, ବାରବାଟୀ ଷ୍ଟାଡିୟମ୍‌, ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ୍‌, ସତ୍ୟବ୍ରତ ଷ୍ଟାଡିୟମ୍‌, ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌, ଜବାହରଲାଲ୍‌ ନେହେରୁ ଇନଡୋର୍‌ ଷ୍ଟାଡିୟମ୍‌ ଆଦି ରହିଛି।

 ବିଡ଼ାନାସୀ

ବିଡ଼ାନାସୀ

ତୁଳସୀପୁର ପୋଲିସ୍‌ କଲୋନୀଠାରେ ରହିଛି ବିଡ଼ାନାସୀ ଥାନା। ଏହା ୧୯୮୧ ଏପ୍ରିଲ୍‌ ୧ ତାରିଖରେ ସ୍ଥାପିତ ହୋଇଥିଲା। ଏହାର କାର୍ଯ୍ୟକ୍ଷେତ୍ର ୧୨ ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ। ବିଡ଼ାନାସୀ ଥାନାର ଗୋଟିଏ ଆଉଟ୍‌ପୋଷ୍ଟ ରହିଛି। ଏହି ଥାନାର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଟିଭି ସେଣ୍ଟର, ସନ୍‌ ସାଇନ୍‌ ହସ୍ପିଟାଲ, ସତୀଚଉରା ଆଦି ରହିଛି।

Karnatak Exit Poll

Model This Week

ସଂଗୀତ