ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ପୋଲିସ ଷ୍ଟେଶନ

କ୍ୟାପିଟାଲ ଥାନା

କ୍ୟାପିଟାଲ ଥାନା

ରାଜପଥ ୟୁନିଟ୍‌-୧ର ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ରହିଛି କ୍ୟାପିଟାଲ ଥାନା। ଏହା ୧୯୫୫ରେ ସ୍ଥାପିତ ହୋଇଥିଲା। ଏହାର କାର୍ଯ୍ୟ କ୍ଷେତ୍ର ୧୭ ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ। ଥାନାର ଦୁଇଟି ଆଉଟ୍‌ ପୋଷ୍ଟ ରହିଛି। ଏହାର କାର୍ଯ୍ୟ କ୍ଷେତ୍ର ମଧ୍ୟରେ ସଚିବାଳୟ, ବିଧାନସଭା, ୟୁନିଟ୍‌-୧ ମାର୍କେଟ୍‌, ରାଜଭବନ, କ୍ୟାପିଟାଲ୍‌ ହସ୍ପିଟାଲ ଆଦି ରହିଛି।

ଖାରବେଳ ନଗର

ଖାରବେଳ ନଗର

ଜନପଥର ୟୁନିଟ୍‌-୩ରେ ରହିଛି ଖାରବେଳ ନଗର ପୋଲିସ ଥାନା। ଏହା ୧୯୮୧ ଜାନୁୟାରୀ ୧ ତାରିଖରେ ସ୍ଥାପିତ ହୋଇଥିଲା। ଏହାର କାର୍ଯ୍ୟକ୍ଷେତ୍ର ୮ ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ। ଥାନାର ୪ଟି ଆଉଟ୍‌ ପୋଷ୍ଟ ରହିଛି। ଏହାର କାର୍ଯ୍ୟକ୍ଷେତ୍ର ମଧ୍ୟରେ ରିଜର୍ଭ ବ୍ୟାଙ୍କ, ରବୀନ୍ଦ୍ର ମଣ୍ଡପ, କ୍ୟାପିଟାଲ ହାଇସ୍କୁଲ, ପ୍ରଦର୍ଶନୀ ପଡିଆ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ରାମ ମନ୍ଦିର ଆଦି ରହିଛି।

ଶହୀଦ ନଗର

ଶହୀଦ ନଗର

ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ-୫ରେ ରହିଛି ଶହୀଦ ନଗର ଥାନା। ଏହା ୧୯୭୪ରେ ସ୍ଥାପିତ ହୋଇଥିଲା। ଏହାର କାର୍ଯ୍ୟ କ୍ଷେତ୍ର ୧୪ ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ। ଥାନାର ୪ଟି ଆଉଟ୍‌ପୋଷ୍ଟ ରହିଛି। ଏହାର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଇଡ୍‌କୋ ଟାଓ୍ବାର, ନିକ୍କୋ ପାର୍କ, ଜନଗଣନା କାର୍ଯ୍ୟାଳୟ, ରିଜର୍ଭ ପୋଲିସ କାର୍ଯ୍ୟାଳୟ ଆଦି ରହିଛି।

ନୟାପଲ୍ଲୀ

ନୟାପଲ୍ଲୀ

ଜାତୀୟ ରାଜପଥ-୫ର ଇସକନ୍‌ ମନ୍ଦିର ନିକଟରେ ରହିଛି ନୟାପଲ୍ଲୀ ଥାନା। ଗୃହ ବିଭାଗ ଏହି ଥାନାକୁ ୧୯୯୬ ମାର୍ଚ୍ଚ ୨୨ରେ ଅନୁମୋଦନ କରିଥିଲା। ପରେ ଏହା ୧୯୯୬ ମେ ୩ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା। ଏହାର ଗୋଟିଏ ଆଉଟ୍‌ ପୋଷ୍ଟ ରହିଛି। ଏହାର କାର୍ଯ୍ୟକ୍ଷେତ୍ର ୨୫ ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ। ଏହାର କାର୍ଯ୍ୟକ୍ଷେତ୍ର ମଧ୍ୟରେ ସିଆର୍‌ପିଏଫ୍‌ ଗ୍ରୁପ୍‌ ସେଣ୍ଟର, କଳିଙ୍ଗ ଷ୍ଟାଡିୟମ୍‌, ଇସକନ୍‌ ମନ୍ଦିର, ଏକାମ୍ର କାନନ ପାର୍କ, ନାଲ୍‌କୋ କର୍ପୋରେଟ୍‌ କାର୍ଯ୍ୟାଳୟ, ମେ ଫେୟାର ଲାଗୁନ୍‌ ହୋଟେଲ ଆଦି ରହିଛି।

ଖଣ୍ଡଗିରି

ଖଣ୍ଡଗିରି

ଜାତୀୟ ରାଜପଥ-୫ରେ ରହିଛି ଖଣ୍ଡଗିରି ଥାନା। ଏହା ୧୯୮୩ରେ ସ୍ଥାପିତ ହୋଇଥିଲା। ଏହାର କାର୍ଯ୍ୟକ୍ଷେତ୍ର ୭୦ ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ। ଥାନାର ୩ଟି ଆଉଟ୍‌ପୋଷ୍ଟ ରହିଛି। ଏହାର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଓୟୁଏଟି, ରାଜଧାନୀ କଲେଜ, ବରମୁଣ୍ଡା ବସ୍‌ ଷ୍ଟାଣ୍ଡ୍‌, କଳିଙ୍ଗ ଷ୍ଟୁଡିଓ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ, ଏମ୍ସ ଆଦି ରହିଛି।

Model This Week

ସୌମ୍ୟ