Dharitri News

ଶ୍ରେଷ୍ଠ ପାଞ୍ଚ: ଉତ୍ତର ଓଡ଼ିଶାର ଜିଲା

ଦେବଗଡ଼

ଦେବଗଡ଼

ପର୍ଯ୍ୟଟନସ୍ଥଳରେ ଭରପୁର ଦେବଗଡ଼ ଜିଲାକୁ ବର୍ଷସାରା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଜିଲାର ଦେବଗଡ଼ ସହରକୁ ଜଳ ପ୍ରପାତର ସହର କୁହାଯାଇଥାଏ। ଏଠାରେ ପ୍ରଧାନପାଟ, କୁରୁଡକୁଟ୍‌ ଜଳପ୍ରପାତ ରହିଛି। ଏହି ଜିଲା ୨୭୮୧.୬୬ ବର୍ଗ କିଲୋମିଟରରେ ପରିବ୍ୟାପ୍ତ।

କେନ୍ଦୁଝର

କେନ୍ଦୁଝର

କେନ୍ଦୁଝର ଜିଲାର କ୍ଷେତ୍ରଫଳ ୮୨୪୦ ବର୍ଗ କିଲୋମିଟର। ଏଠାରେ ଗନ୍ଧମାର୍ଦ୍ଦନ, ମାଙ୍କଡନଚା, ଗୋନାସିକା, ଠାକୁରାଣୀ ଆଦି ପାହାଡ଼ ରହିଛି। ଜିଲାର ୪୦୪୩ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ରହିଛି। ଏଠାରେ ଲୁହାପଥର, ମାଙ୍ଗାନିଜ୍‌ ଓ କ୍ରୋମାଇଟ୍‌ ଖଣି ରହିଛି।

ମୟୂରଭଞ୍ଜ

ମୟୂରଭଞ୍ଜ

ମୟୂରଭଞ୍ଜ ଜିଲାର କ୍ଷେତ୍ରଫଳ ୧୦,୪୧୮ ବର୍ଗ କିଲୋମିଟର। ଏଠାରେ ଶିମିଳିପାଳ ସଂରକ୍ଷିତ ଅଭୟାରଣ୍ୟ ରହିଛି। ଏଠାକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ବାଲେଶ୍ୱର

ବାଲେଶ୍ୱର

ବାଲେଶ୍ୱର ଜିଲାର କ୍ଷେତ୍ରଫଳ ୩,୬୩୪ ବର୍ଗ କିଲୋମିଟର। ଏହା ପ୍ରାଚୀନ କଳିଙ୍ଗ ରାଜ୍ୟର ଅଂଶବିଶେଷ ଥିଲା। ଏହି ଜିଲା ୧୮୨୮ରେ ସୃଷ୍ଟି ହୋଇଥିଲା। ଏଠାରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ରହିଛି। ଏଠାରେ ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିର ରହିଛି। ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ ପ୍ରମୁଖ ଏହି ଜିଲାରେ ଜନ୍ମଗ୍ରହଣ କରିଥିଲେ।

ସୁନ୍ଦରଗଡ଼

ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲାର କ୍ଷେତ୍ରଫଳ ୯,୭୧୨ ବର୍ଗ କିଲୋମିଟର ରହିଛି। ଇସ୍ପାତ ନଗରୀ ରାଉରକେଲା ଏହି ଜିଲାରେ ରହିଛି। ଏଠାରେ ହନୁମାନ ବାଟିକା, ଖଣ୍ଡାଧାର ଜଳପ୍ରପାତ, ବେଦବ୍ୟାସ ମନ୍ଦିର, ପିତାମହଲ ଡ୍ୟାମ୍‌ ଆଦି ପର୍ଯ୍ୟଟନସ୍ଥଳ ରହିଛି।