Dharitri News

ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ଛକ

ଏଜି ଛକ

ଏଜି ଛକ

ମହାଲେଖାପାଳ କାର୍ଯ୍ୟାଳୟ ବା ଆକାଉଣ୍ଟାଣ୍ଟ୍‌ ଜେନେରାଲ ଅଫିସ୍‌ ନିକଟରେ ଥିବା ଛକକୁ ଏଜି ଛକ କୁହାଯାଇଥାଏ। ଏଠାରେ ଟ୍ରାଫିକ୍‌ ନିୟମ ଅତି କଡାକଡି। ନିର୍ଦ୍ଦିଷ୍ଟ ଟ୍ରାଫିକ୍‌ ଲାଇନ୍‌କୁ ଅତିକ୍ରମ କଲେ ନିୟମ ଖିଲାପକାରୀଙ୍କୁ ୧୦୦ ଟଙ୍କାରୁ ଆରମ୍ଭ କରି ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିଥାଏ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଏହି ଛକରେ ଅନେକ ଟ୍ରାଫିକ୍‌ ପୋଲିସ କର୍ମଚାରୀ ମୁତୟନ ରହିଥାନ୍ତି।

ମାଷ୍ଟରକ୍ୟାଣ୍ଟିନ୍‌ ଛକ

ମାଷ୍ଟରକ୍ୟାଣ୍ଟିନ୍‌ ଛକ

ଭୁବନେଶ୍ୱର ରେଳ ଷ୍ଟେଶନଠାରେ ଥିବା ଛକକୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ କୁହାଯାଇଥାଏ। ପୂର୍ବରୁ ଏଠି ଜଣେ ଶିକ୍ଷକ ଏକ କ୍ୟାଣ୍ଟିନ୍‌ କରି ସିଙ୍ଗଡା ବିକ୍ରି କରୁଥିଲେ। ଏହାକୁ ମାଷ୍ଟରଙ୍କ କ୍ୟାଣ୍ଟିନ୍‌ କୁହାଯାଉଥିତ୍ଲା। ପରବର୍ତ୍ତୀ ସମୟରେ ଏହି ଛକର ନାମ ମାଷ୍ଟର କ୍ୟାଣ୍ଟିନ୍‌ ଭାବେ ନାମିତ ହୋଇଥିଲା।

ରାଜମହଲ ଛକ

ରାଜମହଲ ଛକ

ବାପୁଜୀ ନଗର ଓ ଅଶୋକ ନଗର ମଧ୍ୟରେ ଥିବା ଛକକୁ ରାଜମହଲ ଛକ କୁହାଯାଏ। ପୂର୍ବରୁ ଏଠାରେ ରାଜୁ ସାହୁ ନାମକ ଜଣେ ବ୍ୟକ୍ତି ବରା ବିକ୍ରି କରୁଥିଲେ। ପରବର୍ତ୍ତୀ ସମୟରେ ସେ ଏଠାରେ ଏକ ବିଳାସପୂର୍ଣ୍ଣ ହୋଟେଲ ରାଜମହଲ ନିର୍ମାଣ କରିଥିଲେ। ଏହି ହୋଟେଲ ନାମ ଅନୁସାରେ ଛକର ନାମକରଣ କରାଯାଇଛି।

କଳ୍ପନା ଛକ

କଳ୍ପନା ଛକ

କଳ୍ପନା ଫିଲ୍ମ ହଲ ନିକଟରେ ଥିବା ଛକକୁ କଳ୍ପନା ଛକ କୁହାଯାଏ। କଟକ-ପୁରୀ ରୋଡରେ ଏହି ଛକ ଅବସ୍ଥିତ। ଏଠାରେ ଦମକଳ ଅଫିସ ରହିଛି। ଛକଠାରୁ କିଛି ଦୂରରେ ରାଜ୍ୟ ସଂଗ୍ରହାଳୟ ରହିଛି।

ରୂପାଲି ଛକ

ରୂପାଲି ଛକ

ଶହୀଦ ନଗରରେ ରହିଛି ରୂପାଲି ଛକ। ପୂର୍ବରୁ ଏଠାରେ ରୂପାଲି ନାମକ ଏକ ହୋଟେଲ ଥିଲା। ହୋଟେଲର ନାମ ଅନୁସାରେ ଛକର ନାମକରଣ କରାଯାଇଥିଲା। ଏବେ ଏହା ପଥିକ ହୋଟେଲ ଭାବେ ନାମିତ ହୋଇଛି। ଏହି ଛକରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି।