ଶ୍ରେଷ୍ଠ ପାଞ୍ଚ: ମେଡିକାଲ କଲେଜ

 ଏସ୍‌ସିବି

ଏସ୍‌ସିବି

ଏସ୍‌ସିବି ବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକରେ ଅବସ୍ଥିତ ଏହାର କ୍ୟାମ୍ପସ୍‌ ୮୭.୩୨ ଏକରରେ ପରିବ୍ୟାପ୍ତ। ଏହା ୧୯୪୪ ଜୁନ୍‌ ୧ ତାରିଖରେ ସ୍ଥାପିତ ହୋଇଥିଲା। ୧୯୪୮ରେ ଏଠାରୁ ପ୍ରଥମ ବ୍ୟାଚ୍‌ ଶିକ୍ଷାର୍ଥୀ ଭାବେ ୨୨ ଜଣ ଡାକ୍ତର ବାହାରିଥିଲେ। ୧୯୫୨ରେ ଏହି କଲେଜ ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ନାମରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଭାବେ ନାମିତ ହୋଇଥିଲା।

ଏମ୍‌କେସିଜି

ଏମ୍‌କେସିଜି

ବ୍ରହ୍ମପୁରରେ ରହିଛି ଏମ୍‌କେସିଜି ବା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ। ଏହା ୧୯୬୨ ମସିହାରୁ କଲେଜ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ପରେ ୧୯୬୬ରେ ଏହା ହସ୍ପିଟାଲ ଭାବେ କାର୍ଯ୍ୟ କରିଥିଲା।

ଭିମ୍‌ସାର

ଭିମ୍‌ସାର

ଭିମ୍‌ସାର ବା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ସମ୍ବଲପୁରର ବୁର୍ଲାଠାରେ ରହିଛି। ଏହା ୧୯୫୯ରେ ସ୍ଥାପିତ ହୋଇଥିଲା। ଏହା ମହାନଦୀ କୂଳରେ ଅବସ୍ଥିତ।

ରଘୁନାଥ ମୁର୍ମୁ

ରଘୁନାଥ ମୁର୍ମୁ

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ମୟୂରଭଞ୍ଜ ଜିଲାରେ ରହିଛି। ଏହା ୨୦୧୭ରେ ସ୍ଥାପିତ ହୋଇଥିଲା। ଏହି କଲେଜରେ ୧୦୦ଜଣ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି।

ଲକ୍ଷ୍ମଣ ନାଏକ

ଲକ୍ଷ୍ମଣ ନାଏକ

ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ୨୦୧୭ରେ କୋରାପୁଟଠାରେ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ବରୁ ୧୯୦୮ରେ ଏଠାରେ ଏକ ଚିକିତ୍ସାଳୟ କାର୍ଯ୍ୟ କରୁଥିଲା। ପରବର୍ତ୍ତୀ ସମୟରେ ୧୯୩୭ରେ ଏହାର ବିକାଶ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ୨୦୦୪ରେ ଏହା ନୂତନ ବିଲ୍ଡିଂରେ କାର୍ଯ୍ୟ ଆରମ୍ଭ କରିଥିଲା।

Model This Week

ପ୍ରଭାତ