ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱର ଫ୍ଲାଏଓଭର

ରସୁଲଗଡ଼

ରସୁଲଗଡ଼

ରସୁଲଗଡ଼ ଫ୍ଳାଏଓଭର ପଳାଶୁଣୀଠାରୁ ସତ୍‌ସଙ୍ଗ ବିହାର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହା ଭୁବନେଶ୍ୱର ଓ କଟକ ଯାଉଥିବା ରାସ୍ତା ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ଏହାତଳେ ପୂର୍ବତଟ ରେଳ ଲାଇନ୍‌ ଯାଇଛି।

 ବାଣୀ ବିହାର-ଜୟଦେବ ବିହାର

ବାଣୀ ବିହାର-ଜୟଦେବ ବିହାର

ବାଣୀ ବିହାର- ଜୟଦେବ ବିହାର ଫ୍ଲାଏଓଭର ସତ୍‌ସଙ୍ଗ ବିହାରଠାରୁ ଆରମ୍ଭ ହୋଇ ଜୟଦେବ ବିହାର ପୂର୍ବରୁ ଶେଷ ହୋଇଛି। ଏହା ଭୁବନେଶ୍ୱର ଓ ଖୋର୍ଦ୍ଧା ଯାଉଥିବା ରାସ୍ତା ମଧ୍ୟରେ ଯୋଗାଯୋଗ ସ୍ଥାପନ କରିଥାଏ।

ରାଜମହଲ

ରାଜମହଲ

ୟୁନିଟ୍‌-୨ ଅଶୋକ ନଗରଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ଥିବା ଫ୍ଲାଏଓଭରକୁ ରାଜମହଲ ଫ୍ଲାଏଓଭର କୁହାଯାଇଥାଏ। ଏହା ଏଜି ଛକ ଓ କଳ୍ପନା ଛକ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିଥାଏ।

ସତ୍ୟନଗର

ସତ୍ୟନଗର

ବିଗ୍‌ ବଜାର ଫୋରମ ମାର୍ଟଠାରୁ କଟକ-ପୁରୀ ରୋଡକୁ ସଂଯୋଗ କରୁଥିବା ଫ୍ଲାଏଓଭରକୁ ସତ୍ୟନଗର ଫ୍ଲାଏଓଭର କୁହାଯାଏ। ଏହା ତଳେ ପୂର୍ବତଟ ରେଳ ଲାଇନ୍‌ ଯାଇଛି।

ସୁନ୍ଦରପଦା

ସୁନ୍ଦରପଦା

ଏୟାର ପୋର୍ଟ ଛକ ଓ ସୁନ୍ଦରପଦାକୁ ସଂଯୋଗ କରୁଥିବା ଫ୍ଲାଏଓଭରକୁ ସୁନ୍ଦରପଦା ଫ୍ଲାଏଓଭର କୁହାଯାଏ। ଏହା ଫରେଷ୍ଟ ପାର୍କ ଅଞ୍ଚଳକୁ ଜାଗମରା, ଗଣ୍ଡମୁଣ୍ଡା, ପୋଖରୀପୁଟ ଓ ସୁନ୍ଦରପଦା ସହିତ ସଂଯୋଗ କରିଥାଏ।

Model This Week

ପ୍ରଭାତ