Dharitri News

ଶ୍ରେଷ୍ଠ ପାଞ୍ଚ: ଦକ୍ଷିଣ ଓଡ଼ିଶା ସହର

ବ୍ରହ୍ମପୁର

ବ୍ରହ୍ମପୁର

ଏହା ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର। ଜନସଂଖ୍ୟା ଅନୁସାରେ ଏହା ଓଡ଼ିଶାର ତୃତୀୟ ବୃହତ୍ତମ ସହର। ଏହାକୁ ରେଶମ ସହର କୁହାଯାଏ। ଏଠାରେ ରେଶମ ଶିଳ୍ପ କୁଟୀରଶିଳ୍ପର ମାନ୍ୟତା ପାଇଛି। ଏଠାରେ ତାରାତାରିଣୀ ଶକ୍ତିପୀଠ ରହିଛି।

ଜୟପୁର

ଜୟପୁର

ଦକ୍ଷିଣ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ଜୟପୁର। ଏହା କୋରାପୁଟ ଜିଲାରେ ଅବସ୍ଥିତ। ଏଠାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି।

ବୋରିଗୁମ୍ମା

ବୋରିଗୁମ୍ମା

ବୋରିଗୁମ୍ମା କୋରାପୁଟ ଜିଲାରେ ଅବସ୍ଥିତ। ଏଠାରେ ଜୈନଧର୍ମର ଗାଥା ବହନ କରୁଥିବା ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି। ବୋରିଗୁମ୍ମା ଓଡ଼ିଶାର ବୃହତ୍ତମ ବ୍ଲକ୍‌। ଏହି ବ୍ଲକ୍‌ରେ ୩୦ଟି ଗ୍ରାମ ପଞ୍ଚାୟତ ରହିଛି। ଏହାକୁ ଭୈରବଙ୍କ ଉପାସନାସ୍ଥଳୀ କୁହାଯାଏ। ଏଠାକାର ଭୈରବସିଂପୁରଠାରେ ଭୈରବ ମନ୍ଦିର ରହିଛି।

ମାଲକାନଗିରି

ମାଲକାନଗିରି

ମାଲକାନଗିରି ସହର ମାଲକାନଗିରି ଜିଲାର ମୁଖ୍ୟ କାର୍ଯ୍ୟାଳୟ। ଏହା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସୀମାକୁ ଲାଗି ରହିଛି। ଏଠାରେ ଦଣ୍ଡକାରଣ୍ୟ ସମତଳ ଅଞ୍ଚଳ ରହିଛି। ଏଠାରେ ବଣ୍ଡା ପର୍ବତ, ମାଛକୁଣ୍ଡ ଜଳପ୍ରପାତ, ଇକୋ-ଟୁରିଜମ୍‌ ପାର୍କ ଆଦି ପର୍ଯ୍ୟଟନସ୍ଥଳୀ ଓ ମଉଳି ମା’ଙ୍କ ପ୍ରାଚୀନ ମନ୍ଦିର ରହିଛି।

ସୁନାବେଡ଼ା

ସୁନାବେଡ଼ା

କୋରାପୁଟ ଜିଲାରେ ରହିଛି ସୁନାବେଡା ସହର। ଏଠାରେ ମିଗ୍‌ ବିମାନ କାରଖାନା ରହିଛି। ଏଠାରେ ଅନେକ ପର୍ଯ୍ୟଟନସ୍ଥଳୀ ତଥା ମନ୍ଦିର ରହିଛି। ସୁନାବେଡ଼ା ପଶ୍ଚିମଘାଟ ପର୍ବତ ପାଦଦେଶରେ ଅବସ୍ଥିତ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ