ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱର କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ

ଏଜି

ଏଜି

ଆକାଉଣ୍ଟାଣ୍ଟ୍‌ ଜେନେରାଲ(ଏଜି) ବା ମହାଲେଖପାଳଙ୍କ କାର୍ଯ୍ୟାଳୟ ଭୁବନେଶ୍ୱର କେଶରୀ ନଗରଠାରେ ରହିଛି। ଏଠାରେ ଥିବା ଛକକୁ ଏଜି ଛକ କୁହାଯାଏ।

ଆୟକର କାର୍ଯ୍ୟାଳୟ

ଆୟକର କାର୍ଯ୍ୟାଳୟ

ଭୁବନେଶ୍ୱର ସତ୍‌ସଙ୍ଗ୍‌ ବିହାରଠାରେ ରହିଛି ଆୟକର କାର୍ଯ୍ୟାଳୟ। ଏଠାରେ ଆୟକର ସମ୍ପର୍କିତ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥାଏ।

ପାସ୍‌ପୋର୍ଟ କାର୍ଯ୍ୟାଳୟ

ପାସ୍‌ପୋର୍ଟ କାର୍ଯ୍ୟାଳୟ

ଭୁବନେଶ୍ୱର ନୟାପଲ୍ଲୀ ୟୁନିଟ୍‌-୮ଠାରେ ପାସ୍‌ପୋର୍ଟ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ରହିଛି। ବିଦେଶ ଯାଉଥିବା ବ୍ୟକ୍ତି ବିଶେଷଙ୍କୁ ଏହି କାର୍ଯ୍ୟାଳୟ ଆବଶ୍ୟକ ଯାଞ୍ଚ୍‌ ପରେ ପାସ୍‌ପୋର୍ଟ ପ୍ରଦାନ କରିଥାଏ।

କେନ୍ଦ୍ରୀୟ ଜଳ କମିଶନ

କେନ୍ଦ୍ରୀୟ ଜଳ କମିଶନ

ଆଚାର୍ଯ୍ୟ ବିହାର ସାଇନ୍ସ୍‌ ପାର୍କ ନିକଟରେ ରହିଛି କେନ୍ଦ୍ରୀୟ ଜଳ କମିଶନଙ୍କ ଆଞ୍ଚଳିକ କାର୍ଯ୍ୟାଳୟ। ରାଜ୍ୟରେ ଜଳଉତ୍ସର ବିକାଶ ପାଇଁ ଏହି କାର୍ଯ୍ୟାଳୟ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥାଏ।

ପୋଷ୍ଟ ମାଷ୍ଟର ଜେନେରାଲ

ପୋଷ୍ଟ ମାଷ୍ଟର ଜେନେରାଲ

ଭୁବନେଶ୍ୱର ୟୁନିଟ୍‌-୩ ଖାରବେଳନଗରଠାରେ ରହିଛି ପୋଷ୍ଟ ମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ। ଡାକର ସୁପରିଚାଳନା ପାଇଁ ଏହି କାର୍ଯ୍ୟାଳୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ।