ଶ୍ରେଷ୍ଠ ପାଞ୍ଚ: ମହାନଦୀର ଶାଖା ନଦୀ

କାଠଯୋଡ଼ି

କାଠଯୋଡ଼ି

ମହାନଦୀ ନରାଜଠାରେ ଦୁଇ ଶାଖାରେ ବିଭକ୍ତ ହୋଇଛି। ଏହାର ଗୋଟିଏ ଶାଖାକୁ କାଠଯୋଡ଼ି କୁହାଯାଇଥାଏ। କାଠଯୋଡି ଓ ସିଧୁଆ ନଦୀ ମିଳିତ ଭାବେ ଏକ ତ୍ରିକୋଣ ଭୂମି ସୃଷ୍ଟି କରିଛନ୍ତି। ଏହାକୁ ୪୨ ମୌଜା କୁହାଯାଇଥାଏ। ଗୋବିନ୍ଦପୁରଠାରେ କାଠଯୋଡ଼ି ଦୁଇଭାଗରେ ବିଭକ୍ତ ହୋଇ ଦେବୀ ଓ ବିଲୁଆଖାଇ ନଦୀ ସୃଷ୍ଟି କରିଛି।

ପାଇକା

ପାଇକା

ପାଇକା ନଦୀ ପାରାଦୀପ ଅଞ୍ଚଳରେ ପ୍ରବାହିତ। ତିର୍ତ୍ତୋଲଠାରେ ଏହା ଉପରେ ଏକ ବନ୍ଧ ତିଆରି କରାଯାଇ ଜଳ ନିୟନ୍ତ୍ରଣ କରାଯାଉଛି। ପୂର୍ବରୁ ଏହି ନଦୀରେ ବନ୍ୟା ଆସିଲେ ୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହେଉଥିଲା। କିନ୍ତୁ ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ବନ୍ଧ ଯୋଗୁ ଏବେ ସେଭଳି ଭୟାବହ ପରିସ୍ଥିତି ସୃଷ୍ଟି ହେଉନାହିଁ।

ବିରୂପା

ବିରୂପା

କେନ୍ଦ୍ରାପଡ଼ା ଜିଲାର ଇନ୍ଦୁପୁର ଅଞ୍ଚଳରେ ବିରୂପା ନଦୀ ପ୍ରବାହିତ । ଏହା ଉପରେ ବିଶ୍ୱବ୍ୟାଙ୍କ ସହଯୋଗରେ ଏକ ବ୍ୟାରେଜ୍‌ ନିର୍ମାଣ କରାଯାଇଛି। ଏହି ନଦୀରେ ବିଭିନ୍ନ ପ୍ରଜାତିର ମାଛ ରହିଥିବାରୁ ଏହା ଉପରେ ଅନେକ ଧୀବର ନିର୍ଭର କରିଥାନ୍ତି।

ଚିତ୍ରୋତ୍ପଳା

ଚିତ୍ରୋତ୍ପଳା

କଟକ ଓ କେନ୍ଦ୍ରାପଡ଼ା ଜିଲା ମଧ୍ୟରେ ରହିଛି ଚିତ୍ରୋତ୍ପଳା ନଦୀ। ଏହା ସାଲେପୁରର ଗୁଆଳିଠାରୁ ପ୍ରବାହ ହୋଇଛି। ଏହା ଉପରେ ସିସୁଆ, ନେମାଳ, ନରେନ୍ଦ୍ରପୁର, ଗରଦପୁର, ପାଟକୁରା ଓ ହଳଦିଆଠାରେ ପୋଲ ତିଆରି କରାଯାଇଛି।

 ଗେଙ୍ଗୁଟି

ଗେଙ୍ଗୁଟି

ଯାଜପୁର ଜିଲାରେ ଗେଙ୍ଗୁଟି ନଦୀ ପ୍ରବାହିତ ହେଉଛି। ଏହା ଉପରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଯାଇଛି। ଏହାର ପାର୍ଶ୍ୱରେ ଅନେକ ଐତିହାସିକ ମନ୍ଦିର ରହିଛି। ଏହା ଉପରେ ନିର୍ମିତ ହୋଇଥିବା ବ୍ୟାରେଜ୍‌ ଯୋଗୁ ଅନେକ ଅଞ୍ଚଳରେ ଜଳସେଚନ ସମ୍ଭବ ହୋଇପାରୁଛି।

Model This Week

ସନ୍ତୋଷ