ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ମାର୍ଗ

ବିଦ୍ୟୁତ୍‌ ମାର୍ଗ

ବିଦ୍ୟୁତ୍‌ ମାର୍ଗ

ଜୟଦେବବିହାର ଛକଠାରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାକୁ ବିଦ୍ୟୁତ୍‌ ମାର୍ଗ କୁହାଯାଇଥାଏ। ଏହାର ବାମ ପାର୍ଶ୍ୱରେ କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଆଦି ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଫିସ ରହିଛି।

ସଚିବାଳୟ ମାର୍ଗ

ସଚିବାଳୟ ମାର୍ଗ

ଆଚାର୍ଯ୍ୟବିହାର ଛକଠାରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାକୁ ସଚିବାଳୟ ମାର୍ଗ କୁହାଯାଏ। ଏହାର ବାମ ପାର୍ଶ୍ୱରେ ଗୃହ ନିର୍ମାଣ ଭବନ, ଆରବିଆଇ, ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ, ମୁଖ୍ୟ ଡ଼ାକଘର, ଇନ୍ଦିରା ପାର୍କ, ସୂଚନା ଭବନ, ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ରୁମ୍‌ ଆଦି ରହିଛି। ସେହିପରି ଦକ୍ଷିଣ ପାର୍ଶ୍ୱରେ ରବୀନ୍ଦ୍ର ମଣ୍ଡପ, ବିଧାନସଭା, ସଚିବାଳୟ, ଏଜି ଅଫିସ୍‌ ଆଦି ରହିଛି।

ବିବେକାନନ୍ଦ ମାର୍ଗ

ବିବେକାନନ୍ଦ ମାର୍ଗ

ଗୌତମ ନଗରର ଭୁବନେଶ୍ୱର ମ୍ୟୁନିସିପାଲିଟି ଅଫିସ୍‌ ଥିବା ରାସ୍ତାକୁ ବିବେକାନନ୍ଦ ମାର୍ଗ କୁହାଯାଇଥାଏ। ଏହି ମାର୍ଗର ଦୁଇ ପାର୍ଶ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି।

ଆଜାଦ୍‌ ମାର୍ଗ

ଆଜାଦ୍‌ ମାର୍ଗ

ସିରିପୁର ଛକଠାରୁ ଫାୟାର ଷ୍ଟେଶନ ଛକ ପର୍ଯ୍ୟନ୍ତ ରାସ୍ତାକୁ ଆଜାଦ୍‌ ମାର୍ଗ କୁହାଯାଇଥାଏ। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଓ ମନ୍ଦିର ରହିଛି।

ଖଣ୍ଡଗିରି ମାର୍ଗ

ଖଣ୍ଡଗିରି ମାର୍ଗ

ଜାଗମରା ଭକ୍ତମଧୁ ନଗରଠାରୁ ଜଗମୋହନ ନଗର ପର୍ଯ୍ୟନ୍ତ ରାସ୍ତାକୁ ଖଣ୍ଡଗିରି ମାର୍ଗ କୁହାଯାଇଥାଏ। ଏହାର ଦୁଇ ପାର୍ଶ୍ୱରେ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି।