Dharitri News

ଶ୍ରେଷ୍ଠ ପାଞ୍ଚ: ମହିଳା ସ୍ବାଧୀନତା ସଂଗ୍ରାମୀ

ରମାଦେବୀ ଚୌଧୁରୀ

ରମାଦେବୀ ଚୌଧୁରୀ

ରମାଦେବୀ ଚୌଧୁରୀ ୧୮୯୯ ଡିମ୍ବେର ୩ରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ ଏକଧାରାରେ ଜଣେ ସ୍ବାଧୀନତା ସଂଗ୍ରାମୀ, ସମାଜ ସେବିକା ଓ ସମାଜ ସୁଧାରିକା ଥିଲେ। ୧୫ ବର୍ଷ ବୟସରେ ସେ ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଡାକରାରେ ଉଭୟ ପତ୍ନୀ-ପତି ୧୯୨୧ରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସେ ୧୯୨୧,୧୯୩୬ ଏବଂ ୧୯୪୨ରେ ଜେଲ ଦଣ୍ଡ ଭୋଗ କରିଥିଲେ। ଶ୍ରଦ୍ଧାରେ ସଭିଏଁ ତାଙ୍କୁ ମା’ ରମାଦେବୀ ବୋଲି ଡାକୁଥିଲେ। ଭାରତ ଛାଡ ଆନ୍ଦୋଳନ ସମୟରେ ତାଙ୍କ ସହିତ ଓଡ଼ିଶାର ୨୪ ଜଣ ମହିଳା ସ୍ବାଧୀନତା ସଂଗ୍ରାମୀ ଗିରଫ ହୋଇଥିଲେ। ୧୯୮୫ ଜୁଲାଇ ୨୨ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।

 କୁନ୍ତଳା କୁମାରୀ ସାବତ

କୁନ୍ତଳା କୁମାରୀ ସାବତ

ଡାକ୍ତର କୁନ୍ତଳା କୁମାରୀ ସାବତ ବସ୍ତର ଅଞ୍ଚଳର ଜଗଦଲ୍‌ପୁରଠାରେ ୧୯୦୧ ଫେବୃୟାରୀ ୧ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ମୋନିକା ଓ ପିତାଙ୍କ ନାମ ଡାନିଏଲ୍‌ ଥିଲା। କୁନ୍ତଳା କୁମାରୀ ରେଭେନ୍‌ଶା ବାଳିକା ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରି ପରେ କଟକରେ ମେଡିକାଲ ଶିକ୍ଷା ଗ୍ରହଣ କରିଥିଲେ। ସେ ଏକଧାରାରେ ଜଣେ ଲେଖିକା, ସମାଜ ସେବିକା ଓ ସ୍ବାଧୀନତା ସଂଗ୍ରାମୀ ଥିଲେ। ନିଜ ଲେଖାରେ ସେ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଜନତାଙ୍କୁ ସଚେତନ କରୁଥିଲେ। ୧୯୩୮ ଅଗଷ୍ଟ ୨୩ରେ ସେ ଇହଧାମ ତ୍ୟାଗ କରିଥିଲେ।

ମାଳତୀଦେବୀ ଚୌଧୁରୀ

ମାଳତୀଦେବୀ ଚୌଧୁରୀ

ମାଳତୀଦେବୀ ଚୌଧୁରୀ ୧୯୦୪ ଜୁଲାଇ ୨୬ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ସ୍ନେହଲତା ସେନ୍‌ ଓ ପିତା ବାରିଷ୍ଟର କୁମୁଦ ନାଥ ସେନ୍‌ ଥିଲେ। ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ସେ ନବକୃଷ୍ଣ ଚୌଧୁରୀଙ୍କୁ ବିବାହ କରିଥିଲେ। ୧୯୯୮ ମାର୍ଚ୍ଚ ୧୫ରେ ମାଳତୀଦେବୀ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।

ସରଳା ଦେବୀ

ସରଳା ଦେବୀ

ସରଳା ଦେବୀ ଜଗତ୍‌ସିଂହପୁର ଜିଲା ବାଲିକୁଦାର ନରିଲୋ ଗ୍ରାମରେ ୧୯୦୪ ଅଗଷ୍ଟ ୯ରେ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ପଦ୍ମାବତୀ ଦେବୀ ଓ ପିତା ବାସୁଦେବ କାନୁନ୍‌ଗୋ ଥିଲେ। ୧୯୧୭ରେ ଭାଗୀରଥୀ ମହାପାତ୍ରଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ୧୯୧୮ରେ ଭାଗୀରଥୀ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ। ପ୍ରଥମ ଓଡ଼ିଆ ମହିଳା ଭାବେ ସେ ସରଳା ୧୯୨୧ରେ କଂଗ୍ରେସରେ ଯୋଗଦେଇ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ। ୧୯୮୬ ଅକ୍ଟୋବର ୪ରେ ସରଳା ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।

ଅନ୍ନପୂର୍ଣ୍ଣା ମହାରଣା

ଅନ୍ନପୂର୍ଣ୍ଣା ମହାରଣା

ଅନ୍ନପୂର୍ଣ୍ଣା ମହାରଣା ୧୯୧୭ ନଭେମ୍ବର ୩ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରମାଦେବୀ ଚୌଧୁରୀ ଓ ପିତା ଗୋପବନ୍ଧୁ ଚୌଧୁରୀ ଥିଲେ। ତାଙ୍କୁ ୧୪ ବର୍ଷ ହୋଇଥିବାବେଳେ ସେ ଭାରତୀୟ ସ୍ବାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ। ସେ ଶରତ ଚନ୍ଦ୍ର ମହାରଣାଙ୍କୁ ବିବାହ କରିଥିଲେ। ୧୯୩୪ରେ ସେ ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରାରେ ଅଂଶଗ୍ରହଣ କରି ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ସେ ଅନେକ ଥର ଜେଲ୍‌ ଯାଇଥିଲେ। ୨୦୧୨ ଡିସେମ୍ବର ୩୧ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା