ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ପଖାଳ

ବାସି ପଖାଳ

ବାସି ପଖାଳ

ରାତିର ରନ୍ଧା ଭାତକୁ ପାଣିରେ ପଖାଳିଦେଲେ ଏହା ସକାଳେ ବାସି ପଖାଳରେ ପରିଣତ ହୋଇଥାଏ। ଏହା ଖାଇବାକୁ ସ୍ବାଦଯୁକ୍ତ ତଥା ସ୍ବାସ୍ଥ୍ୟ ପାଇଁ ହିତକର। ବାସି ପଖାଳକୁ ଆଳୁ ଚକଟା, ଆଳୁ ଭଜା, ସାରୁ ଚକଟା, ବାଇଗଣ ପୋଡ଼ା ସହିତ ଖାଇବାକୁ ବେଶ୍‌ ମଜା ଲାଗିଥାଏ।

ସଜ ପଖାଳ

ସଜ ପଖାଳ

ଭାତକୁ ରାନ୍ଧି ପାଣିରେ ପଖାଳିଦେଲେ ଏହା ସଜ ପଖାଳରେ ପରିଣତ ହୋଇଥାଏ। ଏହାକୁ ଚାଇଁ ପଖାଳ ମଧ୍ୟ କୁହାଯାଇଥାଏ। ଏହାକୁ ଶାଗ ଖରଡା, ମାଛ ଭଜା ସହିତ ଖାଇବାକୁ ବେଶ୍‌ ଭଲ ଲାଗିଥାଏ।

ଦହି ପଖାଳ

ଦହି ପଖାଳ

ପଖାଳ ଭାତରେ ଦହି ମିଶାଇ ଦେଲେ ଏହା ଦହି ପଖାଳରେ ପରିଣତ ହୋଇଥାଏ। ଏହା ବେଶ୍‌ ସ୍ବାସ୍ଥ୍ୟବର୍ଦ୍ଧକ ଓ ସ୍ବାଦଯୁକ୍ତ। ଦହି ପଖାଳ ସହିତ ବଡ଼ିଚୂରା, ଚୂନା ମାଛଭଜା ସହିତ ଖାଇବାକୁ ଭଲ ଲାଗିଥାଏ। ଖରାଦିନେ ଦହି ପଖାଳ ଖାଇଲେ ପେଟ ଭଲ ରହିଥାଏ ଓ ଶରୀରରେ ଆବଶ୍ୟକ ପରିମାଣର ଜଳ ରହିବା ଯୋଗୁ ଅଂଶୁଘାତରୁ ରକ୍ଷା ମିଳିଥାଏ।

ଜିରା ପଖାଳ

ଜିରା ପଖାଳ

ପଖାଳ ଭାତରେ ଜିରାକୁ ବଘାରି ପକାଇ ଦେଲେ ଏହା ଜିରା ପଖାଳରେ ପରିଣତ ହୋଇଥାଏ। ଏହା ବେଶ୍‌ ସ୍ବାଦଯୁକ୍ତ ଓ ସ୍ବାସ୍ଥ୍ୟବର୍ଦ୍ଧକ। ଏହା ସହିତ ମାଛଭଜା, କଦଳୀମଞ୍ଜା ରାଇ, ପୋଇଶାଗ ରାଇତା ଖାଇବାକୁ ମଜା ଲାଗେ।

ମସଲା ପଖାଳ

ମସଲା ପଖାଳ

ପଖାଳ ଭାତରେ ଦହି, ଆମ୍ବକଷି ଅଦା, ଭୁର୍ସଙ୍ଗ ପତ୍ର, ଧନିଆ ପତ୍ର, କାକୁଡି ଆଦି ପକାଇଲେ ଏହା ମସଲା ପଖାଳ ହୋଇଥାଏ। ଏହାକୁ କଲରା ଭଜା, ଶାଗ ଭଜା, ବଡ଼ିଚୂରା, ବାଦାମ ଚଟଣୀ ସହିତ ଖାଇଲେ ମଜା ଲାଗେ।

Model This Week

ଯସ୍ମିନ୍