Dharitri News

ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱର ଐତିହ୍ୟ

ଲିଙ୍ଗରାଜ ମନ୍ଦିର

ଲିଙ୍ଗରାଜ ମନ୍ଦିର

ଲିଙ୍ଗରାଜ ମନ୍ଦିର ୧୧ ଶହରୁ ୧୨ଶହ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା। ଏହାକୁ ରାଜା ଯଯାତୀ କେଶରୀ ନିର୍ମାଣ କରିଥିଲେ। ଏହାର ଉଚ୍ଚତା ୫୫ ମିଟର। ଉକ୍ତ ମନ୍ଦିର ସମ୍ପର୍କରେ ଏକାମ୍ର ପୁରାଣରେ ବର୍ଣ୍ଣନା କରାଯାଇଛି। ଏଠାରେ ଭୋଳାନାଥ ଶିବଶଙ୍କରଙ୍କର ଭବ୍ୟ ଲିଙ୍ଗ ପୂଜା ପାଉଛନ୍ତି।

ରାଜାରାଣୀ ମନ୍ଦିର

ରାଜାରାଣୀ ମନ୍ଦିର

ରାଜାରାଣୀ ମନ୍ଦିର ୧୧ ଶହ ଶତାବ୍ଦୀରେ ନିର୍ମାଣ କରାଯାଇଥିବାରଅନୁମାନ କରାଯାଏ। ମନ୍ଦିରରେ କୌଣସି ଦେବୀ ଦେବତା ନାହାନ୍ତି। ଏହାକୁ ରଜାରାଣୀଆ ନାମକ ଏକ ପ୍ରକାର ଲାଲ ରଙ୍ଗର ପଥରରେ ନିର୍ମାଣ କରାଯାଇଥିବାରୁ ଏହାର ନାମ ଏପରି ହୋଇଥିବା କୁହାଯାଏ। ଏହା ଖଜୁରାହୋ ମନ୍ଦିର ଶୈଳୀରେ ନିର୍ମିତ ହୋଇଛି।

 ଖଣ୍ଡଗିରି

ଖଣ୍ଡଗିରି

ଜୈନଧର୍ମର ପ୍ରାଚୀନ ତଥ୍ୟ ବର୍ଣ୍ଣନା କରିଥାଏ ଖଣ୍ଡଗିରି। ଏଠାରେ ୧୫ଟି ଗୁମ୍ଫା ରହିଛି। ସେଥିମଧ୍ୟରେ ୨ଟି ତତ୍ତ୍ୱ ଗୁମ୍ଫା, ଅନନ୍ତ ଗୁମ୍ଫା,ତେନ୍ତୁଳି ଗୁମ୍ଫା, ଖଣ୍ଡଗିରି ଗୁମ୍ଫା, ଧ୍ୟାନ ଗୁମ୍ଫା, ନବମୁନୀ ଗୁମ୍ଫା,ବାରାଭୁଜୀ ଗୁମ୍ଫା, ତ୍ରୁଶୂଳା ଗୁମ୍ଫା, ଅମ୍ବିକା ଗୁମ୍ଫା, ଲଲାଟେନ୍ଦୁ କେଶରୀ ଗୁମ୍ଫା, ଏକାଦଶୀ ଗୁମ୍ଫା ଆଦି ରହିଛି। ୩ଟି ଗୁମ୍ଫାର କୌଣସି ନାମକରଣ କରାଯାଇ ନାହିଁ। ଏଠାରେ ମହାମେଘ ବାହନ ଐର ଖାରବେଳଙ୍କ ସମ୍ପର୍କିତ ଅନେକ ଶିଳାଲିପି ରହିଛି। ଏଠାରେ ମାଘ ସପ୍ତମୀ ମେଳା ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ।

ଉଦୟଗିରି

ଉଦୟଗିରି

ଜୈନଧର୍ମ ତଥା ସମ୍ରାଟ ଖାରବେଳଙ୍କ ସମ୍ପର୍କରେ ଉଦୟଗିରି ଅନେକ ତଥ୍ୟ ବର୍ଣ୍ଣନା କରିଥାଏ। ଏଠାରେ ଦୁଇମହଲା ଗୁମ୍ଫା ରହିଛି। ବିଭିନ୍ନ ଗୁମ୍ଫା ମଧ୍ୟରେ ଏଠାରେ ରାଣୀ ଗୁମ୍ଫା, ବାଜଘର ଗୁମ୍ଫା, ଛୋଟ ହାତୀ ଗୁମ୍ଫା, ଅଳକାପୁରୀ ଗୁମ୍ଫା, ଜୟ ବିଜୟ ଗୁମ୍ଫା, ପଣସ ଗୁମ୍ଫା, ଠାକୁରାଣୀ ଗୁମ୍ଫା, ପାତାଳପୁରୀ ଗୁମ୍ଫା, ମେନକାପୁରୀ ଓ ସ୍ବର୍ଗପୁରୀ ଗୁମ୍ଫା, ଗଣେଶ ଗୁମ୍ଫା ଆଦି ରହିଛି। ସେହିପରି ଏଠାରେ ବାଘ ଗୁମ୍ଫା, ସର୍ପ ଗୁମ୍ଫା, ହାତୀ ଗୁମ୍ଫା ମଧ୍ୟ ରହିଛି

ଧଉଳିଗିରି

ଧଉଳିଗିରି

ବୌଦ୍ଧଧର୍ମ ସମ୍ପର୍କରେ ଅନେକ ତଥ୍ୟ ଦେଇଥାଏ ଧଉଳିଗିରି। ଦୟା ନଦୀ କୂଳରେ ଏହା ଅବସ୍ଥିତ। ଦୟାନଦୀ କୂଳରେ କଳିଙ୍ଗ ଯୁଦ୍ଧ ହୋଇଥିଲା। ଏଠାରେ ଅନେକ ଶିଳାଲିପି ରହିଛି। ଅଶୋକଙ୍କ ରାଜ୍ୟ ଶାସନ ସମ୍ପର୍କରେ ଏଠାକାର ଶିଳାଲିପି ବର୍ଣ୍ଣନା କରିଥାଏ। ଜପନ ବୌଦ୍ଧ ସଂଘ ଏବଂ ନିପ୍ପନ ବୌଦ୍ଧ ସଂଘର ମିଳିତ ଉଦ୍ୟମରେ ୧୯୭୦ରେ ଏଠାରେ ଶାନ୍ତିସ୍ତୁପ ନିର୍ମାଣ କରାଯାଇଛି। ଏହି ସ୍ଥାନରେ ଏକ ଶିବ ମନ୍ଦିର ରହିଛି। ଜାଗରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।