ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ପ୍ରଶାସନିକ କାର୍ଯ୍ୟାଳୟ

ସଚିବାଳୟ

ସଚିବାଳୟ

ଇନ୍ଦିରା ପାର୍କ ସମ୍ମୁଖରେ ରହିଛି ସଚିବାଳୟ। ଏହାର ତୃତୀୟ ମହଲାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଏଠାରେ ଗୃହ, ଅର୍ଥ, ସ୍ବାସ୍ଥ୍ୟ ଆଦି ବିଭିନ୍ନ ବିଭାଗର କାର୍ଯ୍ୟାଳୟ ରହିଛି।

ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ

ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ

ବିଦ୍ୟୁତ୍‌ ମାର୍ଗର ବାମ ପାର୍ଶ୍ୱରେ ରହିଛି ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ବା ହେଡସ୍‌ ଅଫ୍‌ ଡିପାର୍ଟମେଣ୍ଟ୍‌। ଏଠାରେ କୃଷି, ମୃତ୍ତିକା ସଂରକ୍ଷଣ, ସ୍ବାସ୍ଥ୍ୟ, ସାଧାରଣ ସୂଚନା, ଖଣି, ପରିସଂଖ୍ୟାନ, କାରାଗାର, ସାଧାରଣ ପ୍ରଶାସନ, ଜଳସେଚନ ଆଦି ବିଭାଗର ମୁଖ୍ୟ କାର୍ଯ୍ୟାଳୟ ରହିଛି।

ବିଡିଏ

ବିଡିଏ

ସଚିବାଳୟ ମାର୍ଗର ବାମ ପାର୍ଶ୍ୱରେ ରହିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କାର୍ଯ୍ୟାଳୟ। ସହରର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଏହି କାର୍ଯ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥାଏ। ଭୁବନେଶ୍ୱରରେ ବାସସ୍ଥାନ ଉପଯୋଗୀ ଘର ନିର୍ମାଣ ନିମନ୍ତେ ବିଡିଏରୁ ଅନୁମତି ନେବାକୁ ପଡିଥାଏ।

ଗୃହ ନିର୍ମାଣ ଭବନ

ଗୃହ ନିର୍ମାଣ ଭବନ

ସଚିବାଳୟ ମାର୍ଗର ବାମ ପାର୍ଶ୍ୱରେ ରହିଛି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କାର୍ଯ୍ୟାଳୟ ବା ହାଉସିଂ ବୋର୍ଡ ଅଫିସ୍‌। ଜନସାଧାରଣଙ୍କ ଉପଯୋଗୀ ବାସଗୃହ ନିର୍ମାଣକ୍ଷେତ୍ରରେ ଏହି ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥାଏ।

କମିଶନରେଟ୍‌ ପୋଲିସ

କମିଶନରେଟ୍‌ ପୋଲିସ

ବିଦ୍ୟୁତ୍‌ ମାର୍ଗର ବାମ ପାର୍ଶ୍ୱରେ ରହିଛି କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ। ଆଇନାଶୃଙ୍ଖଳା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଏହି କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟ। ଭୁବନେଶ୍ୱର ଓ କଟକର ସୁରକ୍ଷା ଦାୟିତ୍ୱ ଏହି କାର୍ଯ୍ୟାଳୟ ଉପରେ ନ୍ୟସ୍ତ ଥାଏ।