Dharitri News

ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱର ସିନେମା ହଲ୍‌

ମହାରାଜା

ମହାରାଜା

ଜାତୀୟ ରାଜପଥର ଆଚାର୍ଯ୍ୟ ବିହାରଠାରେ ରହିଛି ମହାରାଜା ଫିଲ୍ମ ହଲ୍‌। ଏଠାରେ ଦିନରେ ୩ଟି ଶୋ’ ହୋଇଥାଏ। ବେଳେବେଳେ ମର୍ନିଂ ଶୋ’ ମଧ୍ୟରେ ହୋଇଥାଏ। ହଲ୍‌ରେ ହିନ୍ଦୀ, ଓଡ଼ିଆ, ଇଂଲିଶ୍‌, ତେଲୁଗୁ, ତାମିଲ୍‌ ଆଦି ଭାଷାର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥାଏ।

ଏକାମ୍ର

ଏକାମ୍ର

କଟକ-ପୁରୀ ରୋଡ଼ରେ ରହିଛି ଏକାମ୍ର ସିନେମା ହଲ୍‌। ଏଠାରେ ବର୍ଷ ସାରା ବିଭିନ୍ନ ଭାଷାର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥାଏ। ବିଭିନ୍ନ ପର୍ବପର୍ବାଣି ଓ ଛୁଟି ଦିନରେ ହଲ୍‌ରେ ଦର୍ଶକଙ୍କ ଗହଳି ହୋଇଥାଏ।

କେଶରୀ

କେଶରୀ

ୟୁନିଟ୍‌-୩ରେ ରହିଛି କେଶରୀ ସିନେମା ହଲ୍‌। ଏହା ସହର ମଧ୍ୟ ଭାଗରେ ଥିବାରୁ ଏଠାରେ ବର୍ଷର ପ୍ରାୟତଃ ସବୁ ସମୟରେ ଦର୍ଶକଙ୍କର ଗହଳି ହୋଇଥାଏ। ହଲ୍‌ରେ ମର୍ନିଂ ଶୋ’, ମ୍ୟାଟିନ୍‌ ଶୋ’ ଇଭିନିଂ ଶୋ’ ଓ ନାଇଟ୍‌ ଶୋ’ ପ୍ରଦର୍ଶିତ ହୋଇଥାଏ।

ସ୍ତୁତି

ସ୍ତୁତି

ଶ୍ରୀୟା କମ୍ପ୍ଲେକ୍ସରେ ରହିଛି ସ୍ତୁତି ସିନେମା ହଲ୍‌। ଏଠାରେ ଶ୍ରୀୟା ଓ ସ୍ବାତୀ ହଲ୍‌ ମଧ୍ୟ ରହିଛି। ବର୍ଷ ସାରା ଏଠାରେ ଦର୍ଶକଙ୍କର ଗହଳି ଦେଖିବାକୁ ମିଳିଥାଏ। ବିଭିନ୍ନ ପର୍ବପର୍ବାଣିରେ ଦର୍ଶକ ସଂଖ୍ୟା ବୃଦ୍ଧି ପାଇଥାଏ।

ଆଇନକ୍ସ

ଆଇନକ୍ସ

ଶହୀଦ ନଗର ଭବାନୀ ମଲ୍‌ରେ ରହିଛି ଅତ୍ୟାଧୁନିକ ସିନେମା ହଲ ଆଇନକ୍ସ୍‌। ଏଠାରେ ସକାଳ ୮ଟା ୩୦ରୁ ଶୋ’ ଆରମ୍ଭ ହୋଇଥାଏ। ବିଭିନ୍ନ ଶୋ’ର ମୂଲ୍ୟ ଭିନ୍ନ ଭିନ୍ନ ରହିଥାଏ। ବିଭିନ୍ନ ପର୍ବପର୍ବାଣିରେ ଏଠାରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଥାଏ।