Dharitri News

ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱର ହାଟ

ବଡ଼ ମାର୍କେଟ

ବଡ଼ ମାର୍କେଟ

ୟୁନିଟ୍‌-୧ରେ ରହିଛି ବଡ଼ ମାର୍କେଟ୍‌। ଏଠାରେ ପନିପରିବା ସହିତ ତେଜରାତି ସାମଗ୍ରୀ, ଲୁଗାପଟା, ପୂଜା ସାମଗ୍ରୀ ଆଦି ମିଳିଥାଏ। ଅନ୍ୟ ମାର୍କେଟ ତୁଳନାରେ ଏଠାରେ ପନିପରିବା ମୂଲ୍ୟ କମ୍‌ ରହିଥାଏ। ଭୁବନେଶ୍ୱର ସହର ଆଖପାଖ ଅଞ୍ଚଳର ଚାଷୀ ବଡ଼ ମାର୍କେଟକୁ ପନିପରିବା ଆଣିଥାନ୍ତି। ଏହା ସୋମବାର ଦିନ ବନ୍ଦ ରହିଥାଏ।

୪-ନମ୍ବର ମାର୍କେଟ

୪-ନମ୍ବର ମାର୍କେଟ

ମଧୁସୂଦନ ନଗରଠାରେ ୟୁନିଟ୍‌-୪ରେ ରହିଛି ୪-ନମ୍ବର ମାର୍କେଟ। ଏଠାରେ ପନିପରିବା, ଜେତରାତି ସାମଗ୍ରୀ, ଲୁଗାପଟା, ପାଠପଢ଼ା ବହି, ପୂଜା ସାମଗ୍ରୀ, ଘରକରଣା ଉପକରଣ, ମାଛ, ମାଂସ, ଚିକେନ୍‌, ଅଣ୍ଡା, ଫଳ ଆଦି ମିଳିଥାଏ। ଏଠାରେ ବଡ଼ ମାଛ ଗୋଦାମ ରହିଛି। ଆନ୍ଧ୍ରପ୍ରଦେଶ ତଥା ଅନ୍ୟ ରାଜ୍ୟରୁ ଏଠାକୁ ବିଭିନ୍ନ ପ୍ରକାର ମାଛ ଆସିଥାଏ। ମାସ ଶେଷ ମଙ୍ଗଳବାର ଏହି ମାର୍କେଟ ବନ୍ଦ ରହିଥାଏ।

ଶହୀଦ୍‌ ନଗର

ଶହୀଦ୍‌ ନଗର

ଶହୀଦ୍‌ ନଗର ମାର୍କେଟ ଓମଫେଡ୍‌ ଅଫିସ୍‌ ନିକଟରେ ରହିଛି। ପୂର୍ବରୁ ଏହା ଶହୀଦ୍‌ ନଗର କେନ୍ଦ୍ରସ୍ଥଳରେ ଥିଲା। ପରବର୍ତ୍ତୀ ସମୟରେ ଏହାର ସ୍ଥାନାନ୍ତରଣ ହୋଇଥିଲା। ଏଠାରେ ପନିପରିବା, ତେଜରାତି ସାମଗ୍ରୀ, ଘରକରଣା ଉପକରଣ, ମାଛ, ମାଂସ, ଚିକେନ୍‌, ଅଣ୍ଡା, ଲୁଗାପଟା ଆଦି ମିଳିଥାଏ।

ଗାନ୍ଧୀ ମାର୍କେଟ

ଗାନ୍ଧୀ ମାର୍କେଟ

ନୟାପଲ୍ଲୀରେ ରହିଛି ଗାନ୍ଧୀ ମାର୍କେଟ। ଏଠାରେ ପନିପରିବା ସହିତ ଅନ୍ୟ ଖାଦ୍ୟ ସାମଗ୍ରୀ ମିଳିଥାଏ। ଏହି ମାର୍କେଟରେ ଗ୍ରାମାଞ୍ଚଳ ବଜାରର ଛାପ ଦେଖିବାକୁ ମିଳିଥାଏ। ସାଲିଆସାହିର ଅନେକ ବ୍ୟବସାୟୀ ଏଠାରେ ବିଭିନ୍ନ ସାମଗ୍ରୀ ବିକ୍ରି କରିଥାନ୍ତି।

କୋଚିଲେଇ ହାଟ

କୋଚିଲେଇ ହାଟ

ରସୁଲଗଡ଼ରେ ରହିଛି ମା’ କୋଚିଲେଇ ହାଟ। ଏଠାରେ ପନିପରିବା ସହିତ ଅନ୍ୟାନ୍ୟ ସାମଗ୍ରୀ ମିଳିଥାଏ। ହାଟରେ ବେପାରୀଙ୍କ ବସିବା ପାଇଁ ସିମେଣ୍ଟ ପିଣ୍ଡି କରାଯାଇଛି। ଏହା ପରିସରରେ ଥିବା ମାର୍କେଟରେ ହୋଟେଲଠାରୁ ଆରମ୍ଭ କରି ଘରୋଇ ସରଞ୍ଜାମ ସାମଗ୍ରୀ ଦୋକାନ ରହିଛି।