ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱର ସରକାରୀ ମହାବିଦ୍ୟାଳୟ

ରମାଦେବୀ

ରମାଦେବୀ

ରମାଦେବୀ ମହିଳା ମହାବିଦ୍ୟାଳୟ ୧୯୬୪ରେ ସ୍ଥାପିତ ହୋଇଥିଲା। ୨୦୧୫ରେ ଏହା ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିଥିଲା। ସ୍ବାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏଠାରେ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଇଥାଏ।

 ବିଜେବି କଲେଜ

ବିଜେବି କଲେଜ

ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜକୁ ବିଜେବି କଲେଜ କୁହାଯାଇଥାଏ। ଏହା ୧୯୫୭ରେ ସ୍ଥାପିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ସ୍ବୟଂ ଶାସିତ ମହାବିଦ୍ୟାଳୟର ମାନ୍ୟତା ହାସଲ କରିଥିଲା। ଖୋର୍ଦ୍ଧା ପାଇକ ବୀର ବକ୍ସି ଜଗବନ୍ଧୁ ଭ୍ରମରବର ରାୟଙ୍କ ନାମରେ ଏହାର ନାମକରଣ କରାଯାଇଛି। ଏଠାରେ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମ ରହିଛି।

ବେସିକ୍‌ ସାଇନ୍ସ୍‌ କଲେଜ

ବେସିକ୍‌ ସାଇନ୍ସ୍‌ କଲେଜ

ବେସିକ୍‌ ସାଇନ୍ସ୍‌ କଲେଜ ଓୟୁଏଟି( ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ)ଦ୍ୱାରା ପରିଚାଳିତ। ଏହା ୧୯୬୨ରେ ସ୍ଥାପିତ ହୋଇଥିଲା। ଏଠାରେ ବିଜ୍ଞାନ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଇଥାଏ।

ରାଜଧାନୀ କଲେଜ

ରାଜଧାନୀ କଲେଜ

ରାଜଧାନୀ ମହାବିଦ୍ୟାଳୟ ୧୯୭୩ରେ ସ୍ଥାପିତ ହୋଇଥିଲା। ଏହା ୧୯୮୯ରେ ବରମୁଣ୍ଡାକୁ ସ୍ଥାନାନ୍ତର ହୋଇଥିଲା। ଏଠାରେ ଯୁକ୍ତ ୨ ଏବଂ ଯୁକ୍ତ ୩ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରାଯାଇଥାଏ।

ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ୍‌ କଲେଜ

ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ୍‌ କଲେଜ

ଡାକ୍ତର ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ୍‌ କଲେଜ କେନ୍ଦ୍ରୀୟ ହୋମିଓପ୍ୟାଥି ପରିଷଦ ଦ୍ୱାରା ୧୯୬୯ରେ ସ୍ଥାପିତ ହୋଇଥିଲା। ଏଠାରେ ୧୯୭୭ରେ ହୋମିଓପ୍ୟାଥିରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା।

I&PR

Model This Week

ସନ୍ତୋଷ