ଶ୍ରେଷ୍ଠ ପାଞ୍ଚ: କଥିତ ଭାଷା

ମୟୂରଭଞ୍ଜୀ

ମୟୂରଭଞ୍ଜୀ

ମୟୂରଭଞ୍ଜୀ ଓଡ଼ିଆ ଭାଷାକୁ ବାଲେଶ୍ୱରୀ ଓଡ଼ିଆ ମଧ୍ୟ କୁହାଯାଇଥାଏ। ଏହି ପ୍ରକାର ଓଡ଼ିଆ ଭାଷା ସାଧାରଣତଃ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଆଦି ଉତ୍ତରଓଡ଼ିଶା ଅଞ୍ଚଳର ବାସିନ୍ଦାଙ୍କ ମୁଖରୁ ଶୁଣିବାକୁ ମିଳିଥାଏ। ଓଡ଼ିଆ ଭାଷା ସହିତ ଉଚ୍ଚାରଣ ଶୈଳୀରେ ଏହି ଭାଷାରେ ସାମ୍ୟତା ରହିଥାଏ।

ଗଞ୍ଜାମୀ

ଗଞ୍ଜାମୀ

ଗଞ୍ଜାମ, ଗଜପତି ତଥା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲାରେ ଗଞ୍ଜାମୀ ଭାଷା ବିଶେଷ ଭାବେ ପ୍ରଚଳିତ। ସାଧାରଣ ଓଡ଼ିଆ ଭାଷା ତୁଳନାରେ ଗଞ୍ଜାମୀ ଭାଷାରେ କେତେକ ଉଚ୍ଚାରଣ ଭିନ୍ନତା ରହିଥାଏ।

ସମ୍ବଲପୁରୀ

ସମ୍ବଲପୁରୀ

ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଆଦି ଜିଲାରେ ସମ୍ବଲପୁରୀ ଭାଷା ବହୁଳ ପ୍ରଚଳିତ। ସାଧାରଣ ଓଡ଼ିଆ ଭାଷା ତୁଳନାରେ ସମ୍ବଲପୁରୀ ଭାଷାରେ କେତେକ ଉଚ୍ଚାରଣ ଗତ ଭିନ୍ନତା ରହିଛି।

ଦେଶିଆ

ଦେଶିଆ

କେ।ରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଆଦି ଜିଲାରେ ଦେଶିଆ ଓଡ଼ିଆ ଭାଷା ପ୍ରଚଳିତ। ଏହି କଥିତ ଭାଷାରେ ସାଧାରଣ ଓଡ଼ିଆ ଭାଷାଠାରୁ ଅନେକ କ୍ଷେତ୍ରରେ ଭିନ୍ନତା ଦୃଷ୍ଟିଗୋଚର ହୋଇଥାଏ। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ ଓ ବିଜୟନଗରମ୍‌ ଜିଲାର କେତେକ ଅଞ୍ଚଳରେ ଦେଶିଆ ଭାଷାରେ ଲୋକମାନେ କଥାବାର୍ତ୍ତା ହୋଇଥାନ୍ତି।

ଫୁଲବାଣୀ

ଫୁଲବାଣୀ

ଫୁଲବାଣୀ ଓଡ଼ିଆ ଭାଷା ସାଧାରଣତଃ ଫୁଲବାଣୀ, କନ୍ଧମାଳ, ବୌଦ୍ଧ ଆଦି ଜିଲାରେ ପ୍ରଚଳିତ। ସାଧାରଣ ଓଡ଼ିଆ ଭାଷା ତୁଳନାରେ ଏହି ଭାଷାରେ ଅନେକ ଭିନ୍ନତା ରହିଥାଏ। କେତେକ ଆଦିବାସୀ ସମ୍ପ୍ରଦାୟ କୁଇ, କୁର୍ଖ ଆଦି ଭାଷାର ମିଶ୍ରଣରେ ଫୁଲବାଣୀ ଓଡ଼ିଆ ଭାଷାର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ।