ଶ୍ରେଷ୍ଠ ପାଞ୍ଚ: ପୁରାତନ କୀର୍ତ୍ତି

ଧଉଳି ଗିରି

ଧଉଳି ଗିରି

ଦୟା ନଦୀ କୂଳରେ ରହିଛି ଧଉଳି ଗିରି ଶାନ୍ତି ସ୍ତୂପ। ଏହା ବୌଦ୍ଧ ଧର୍ମର ବାର୍ତ୍ତା ବହନ କରିଥାଏ। ଏଠାରେ ଥିବା ଶାନ୍ତି ସ୍ତୂପ ଖ୍ରୀଷ୍ଟପୂର୍ବ ସମୟର ଅନେକ ସ୍ମୃତି ବହନ କରିଛି। ଅଶୋକଙ୍କ କଳିଙ୍ଗ ମହାସମର ଏଠାରେ ଥିବା ଦୟା ନଦୀ ଅବବାହିକାରେ ହୋଇଥିଲା। କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ସମ୍ପର୍କରେ ଅନେକ ତଥ୍ୟ ଏଠାରେ ସ୍ଥାପିତ ହୋଇଥିବା ଶିଳାଲିପିରୁ ଜଣାପଡେ। ୧୯୭୦ ମସିହାରେ ଏଠାରେ ଜପନ ବୌଦ୍ଧ ସଂଘ ଉଦ୍ୟମରେ ଶାନ୍ତିସ୍ତୂପ ପ୍ରତିଷ୍ଠା କରାଯାଇଛି।

 ଶିଶୁପାଳଗଡ଼

ଶିଶୁପାଳଗଡ଼

ଭୁବନେଶ୍ୱର ନିକଟରେ ଶିଶୁପାଳଗଡ଼ର ଭଗ୍ନାବଶେଷ ରହିଛି। ଏହି ଦୁର୍ଗର ନିର୍ମାଣ ୩ରୁ ୪ ଶହ ଶତାବ୍ଦୀ ମଧ୍ୟରେ ହୋଇଥିବାର ଅନୁମାନ କରାଯାଏ। ମୌର୍ଯ୍ୟ ବଂଶ ଶାସକଙ୍କ ଦ୍ୱାରା ର୍ନିମିତ ହୋଇଥିବା ଏହି ଦୁର୍ଗରେ ୨୦ରୁ ୨୫ ହଜାର ଲୋକ ବାସ କରୁଥିବା ଆକଳନ କରାଯାଉଛି।

ଅସୁରଗଡ଼

ଅସୁରଗଡ଼

କଳାହାଣ୍ଡି ଜିଲାରେ ଥିବା ଅସୁରଗଡ଼ ଖ୍ରୀଷ୍ଟପୂର୍ବ ୫୦୦ରୁ ୧୦୦ ମଧ୍ୟରେ ଏହା ଏକ ବାଣିଜି୍ୟକ କେନ୍ଦ୍ରର ମାନ୍ୟତା ହାସଲ କରିଥିଲା ବୋଲି ଅନୁମାନ କରାଯାଏ। ଏଠାରେ ଅତାବିକା ଓ ତିତିଲକା ଜନପଦ ସ୍ଥାପିତ ହୋଇଥିଲା। କଳିଙ୍ଗର ଚେଦି ଓ କୁସାଣ ବଂଶ ରାଜା ୧ରୁ ୩ଶହ ଶତାବ୍ଦୀରେ ଅସୁରଗଡ଼ରେ ରାଜୁତି କରୁଥିବା ସମ୍ପର୍କରେ ଅମରାବତୀ ସ୍ତୂପ ମହାବାଣରେ ଖୋଦିତ ହୋଇଛି। ଏହି ଦୁର୍ଗ ୨୪.୨୯ ହେକ୍ଟର ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି। ଦୁର୍ଗର ସୁରକ୍ଷା ପାଇଁ ୨୦୦ଶହ ହେକ୍ଟର ପରିମିତ ଅଞ୍ଚଳରେ ଜଳଭଣ୍ଡାର ସ୍ଥାପନ କରାଯାଇଥିଲା ବୋଲି ଅନୁମାନ କରାଯାଉଛି।

ବିନ୍ଦୁସାଗର

ବିନ୍ଦୁସାଗର

ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ନିକଟରେ ରହିଛି ବିନ୍ଦୁସାଗର। ଏହା ୭ରୁ ୮ଶହ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ। ଏଠାରେ ଶ୍ରଦ୍ଧାଳୁମାନେ ପିଣ୍ଡ ଦାନ କରିଥାନ୍ତି।

 ଅନନ୍ତଶାୟୀ ବିଷ୍ଣୁ

ଅନନ୍ତଶାୟୀ ବିଷ୍ଣୁ

ଢେଙ୍କାନାଳ ବ୍ରାହ୍ମଣୀ ନଦୀ କୂଳରେ ପରଜଙ୍ଗ ତହସିଲର ସରାଙ୍ଗ ଗ୍ରାମରେ ରହିଛି ଅନନ୍ତଶାୟୀ ବିଷ୍ଣୁଙ୍କର ଅନନ୍ୟ କଳାକୃତି। ଏହା ୯ ଶହ ଶତାବ୍ଦୀରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। କେନ୍ଦ୍ରୀୟ ଓଡ଼ିଶାରେ ଭୌମା କାର ରାଜାଙ୍କ ରାଜୁତି ସମୟରେ ଏହା ନିର୍ମିତ ହୋଇଥିବା ଆକଳନ କରାଯାଇଥାଏ। ଏହି ରାଜାମାନେ ବିଷ୍ଣୁଙ୍କର ଉପାସକ ଥିଲେ।

I&PR

Model This Week

ସନ୍ତୋଷ