ଶ୍ରେଷ୍ଠ ପାଞ୍ଚ: ମଧ୍ୟଯୁଗୀୟ ମନ୍ଦିର

ଶ୍ରୀମନ୍ଦିର

ଶ୍ରୀମନ୍ଦିର

ପୁରୀ ଶ୍ରୀମନ୍ଦିର ୧୨ ଶହ ଶତାବ୍ଦୀରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ମନ୍ଦିର ନିର୍ମାଣ କାର୍ଯ୍ୟ ଗଙ୍ଗବଂଶ ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ପରେ ବିଭିନ୍ନ ରାଜାଙ୍କ ସମୟରେ ମନ୍ଦିରର ଭିନ୍ନ ଭିନ୍ନ ଅଂଶ ନିର୍ମିତ ହୋଇଥିଲା। ମନ୍ଦିରରେ ରତ୍ନବେଦିରେ ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା, ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନ ପୂଜା ପାଉଛନ୍ତି।

 ବଳଦେବଜୀଉ ମନ୍ଦିର

ବଳଦେବଜୀଉ ମନ୍ଦିର

ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ମନ୍ଦିର ରହିଛି। ୧୭୬୧ ଖ୍ରୀଷ୍ଟାବ୍ଦରେ ମରାଠା ଶାସନ ସମୟରେ କୁଜଙ୍ଗ ରାଜା ଗୋପାଳ ଷଣ୍ଢଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ବିଭିନ୍ନ ପର୍ବପର୍ବାଣିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ।

ବିରଜା ମନ୍ଦିର

ବିରଜା ମନ୍ଦିର

ଯାଜପୁରରେ ରହିଛି ମାତା ବିରଜାଙ୍କ ପ୍ରସିଦ୍ଧ ମନ୍ଦିର। ମନ୍ଦିର ୧୩ ଶହ ଶତାବ୍ଦୀରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ସ୍କନ୍ଦ ପୁରାଣରେ ବିରଜା କ୍ଷେତ୍ର ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏଠାରେ ଆଶ୍ୱିନ ମାସରେ ଦଶହରା ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ।

ଅନନ୍ତ ବାସୁଦେବ ମନ୍ଦିର

ଅନନ୍ତ ବାସୁଦେବ ମନ୍ଦିର

ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର ୧୩ ଶହ ଶତାବ୍ଦୀରେ ରାଜା ତୃତୀୟ ଅନଙ୍ଗଭୀମଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ମନ୍ଦିରରେ ପ୍ରଭୁ ଶ୍ରୀବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ଏଠାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଶୈଳୀରେ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ।

କୋଣାର୍କ ମନ୍ଦିର

କୋଣାର୍କ ମନ୍ଦିର

କୋଣାର୍କରେ ପ୍ରଭୁ ସୂର୍ଯ୍ୟଙ୍କର ମନ୍ଦିର ରହିଛି। ଏହି ମନ୍ଦିର ୧୩ ଶହ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏହାକୁ ଗଙ୍ଗବଂଶ ରାଜା ପ୍ରଥମ ନରସିଂହ ଦେବ ନିର୍ମାଣ କରିଥିଲେ। ଏଠାରେ ଥିବା ଅରୁଣସ୍ତମ୍ଭ ପୁରୀ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଛି। ଶ୍ରଦ୍ଧାଳୁ ଏଠାରେ ସୂର୍ଯ୍ୟ ଉପାସନା ସହିତ ନବଗ୍ରହ ଶାନ୍ତି ପୂଜା କରିଥାନ୍ତି।

Karnatak Exit Poll

Model This Week

ସନ୍ତୋଷ