ଶ୍ରେଷ୍ଠ ପାଞ୍ଚ: ବ୍ରତ

ସୁଦଶା ବ୍ରତ

ସୁଦଶା ବ୍ରତ

ଶୁକ୍ଳପକ୍ଷ ଦଶମୀ ଗୁରୁବାର ପଡିଲେ ସେହିଦିନ ମାତା ମହାଲକ୍ଷ୍ମୀଙ୍କ ବ୍ରତ ସୁଦଶା ବ୍ରତ କରାଯାଇଥାଏ। ମହିଳାମାନେ ମାତା ଲକ୍ଷ୍ମୀଙ୍କ ୧୦ ନାମ ଉଚ୍ଚାରଣ କରି ସୂତାରେ ୧୦ଟି ଗଣ୍ଠି ପକାଇ ଏହାକୁ ହଳଦୀ ପାଣିରେ ବୁଡ଼ାଇ ଧାରଣ କରନ୍ତି। ଏହି ବ୍ରତରେ ମାତା ଲକ୍ଷ୍ମୀଙ୍କୁ ୧୦ଟି ମଣ୍ଡାପିଠା ଅର୍ପଣ କରାଯାଇଥାଏ।

କାର୍ତ୍ତିକ ବ୍ରତ

କାର୍ତ୍ତିକ ବ୍ରତ

କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି। ଏହି ମାସରେ ଅନେକ ହବିଷିଳୀ ବ୍ରତ ପାଳନ କରିଥାନ୍ତି। କାର୍ତ୍ତିକ ମାସ ପଞ୍ଚୁକର ତୃତୀୟ ଦିନରେ ଶ୍ରଦ୍ଧାଳୁ ବଡ଼ଓଷା ପାଳନ କରିଥାନ୍ତି।

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସଧବା ମହିଳା ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ସ୍ବାମୀଙ୍କ ଦୀର୍ଘ ଆୟୁଷ ପାଇଁ ମହିଳାମାନେ ଉପାସ କରିଥାନ୍ତି। ଏହି ଦିନ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ରବି ନାରାୟଣ ବ୍ରତ

ରବି ନାରାୟଣ ବ୍ରତ

ପ୍ରଭୁ ସୂର୍ଯ୍ୟ ଦେବଙ୍କୁ ଆରାଧନା କରି ରବି ନାରାୟଣ ବ୍ରତ ପାଳିତ ହୋଇଥାଏ। ଶୁକ୍ଳପକ୍ଷ ଏକାଦଶୀ ରବିବାର ପଡ଼ିଲେ ଏହି ଦିନ ରବି ନାରାୟଣ ବ୍ରତ ପାଳିତ ହୋଇଥାଏ। ଏହି ବ୍ରତ କଲେ ପାପ ନାଶ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ଏହି ବ୍ରତରେ ୭ ପ୍ରକାର ଫୁଲ ଓ ଫଳ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରାଯାଇଥାଏ। ୭ ପରସ୍ତ ସୂତା, ୭ଟି ଦୁବ ଘାସ, ୭ଟି ଅକ୍ଷତ ଓ ୭ଟି ବରକୋଳି ପତ୍ର ଏହି ପୂଜାରେ ବ୍ୟବହୃତ ହୋଇଥାଏ। ଏହି ଉପାସ କଲେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି।

 ସୋମନାଥ ବ୍ରତ

ସୋମନାଥ ବ୍ରତ

ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀରେ ସୋମନାଥ ବ୍ରତ ପାଳିତ ହୋଇଥାଏ। ଏହି ଦିନ ପ୍ରଭୁ ଭୋଳାନାଥ ଶିବଶଙ୍କରଙ୍କୁ ଆରାଧନା କରାଯାଇଥାଏ। ଏହି ବ୍ରତରେ ମହାଦେବଙ୍କୁ ମଣ୍ଡାପିଠା ଅର୍ପଣ କରାଯାଇଥାଏ। ଏହା ସହିତ ୧୦ ପ୍ରକାର ଫଳ ଓ ଫୁଲ ଲାଗି ହୋଇଥାଏ। ଏହି ବ୍ରତରେ ସନ୍ଧ୍ୟାରେ ପୂଜା ପରେ ଶ୍ରଦ୍ଧାଳୁ ଖାଦ୍ୟ ଗ୍ରହଣ କରିଥାନ୍ତି।

Model This Week

ସନ୍ତୋଷ