Dharitri News

ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ରାଜା

ଖାରବେଳ

ଖାରବେଳ

ମହାମେଘବାହନ ଖାରବେଳ ମୌର୍ଯ୍ୟ ବଂଶର ରାଜା ଥିଲେ। ତାଙ୍କ ରାଜ୍ୟ ଶାସନ ସମ୍ପର୍କରେ ଉଦୟଗିରି ହାତୀ ଗୁମ୍ଫା ପଥର ଖୋଦିତ ତଥ୍ୟରୁ ଅନେକ ବିଷୟରେ ଜାଣି ହୋଇଥାଏ। ସେ ୩୮ ବର୍ଷ ଧରି ରାଜ୍ୟ ଶାସନ କରିଥିବାର ଜଣାଯାଏ।

ଅନନ୍ତ ବର୍ମନ ଚୌଡ଼ ଗଙ୍ଗଦେବ

ଅନନ୍ତ ବର୍ମନ ଚୌଡ଼ ଗଙ୍ଗଦେବ

ଅନନ୍ତ ବର୍ମନ ଚୌଡ଼ ଗଙ୍ଗଦେବ ୧୧ ଶହ ଶତାବ୍ଦୀରେ ଶାସନ କରୁଥିବାର ଅନୁମାନ କରାଯାଏ। ଗଙ୍ଗବଂଶ ରାଜାଙ୍କ ଦ୍ୱାରା କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିଲା। ଅନନ୍ତ ବର୍ମନଙ୍କ ରାଜ୍ୟ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ବୋଲି ଇତିହାସରୁ ଜଣାଯାଏ।

କପିଳେନ୍ଦ୍ର ଦେବ

କପିଳେନ୍ଦ୍ର ଦେବ

କପିଳେନ୍ଦ୍ର ଦେବ ରାଉତରାୟ ଗଜପତି ବଂଶର ରାଜା ଥିଲେ। ସେ କପିଳ ରାଉତ ଭାବେ ଜଣାଶୁଣାଥିଲେ। ଏକ ଗରିବ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ପରବର୍ତ୍ତୀ ସମୟରେ ଗଙ୍ଗବଂଶର ରାଜାଙ୍କ ଦ୍ୱାରା ସେ ପୋଷ୍ୟପୁତ୍ର ଭାବେ ଗ୍ରହଣ ହୋଇଥିଲେ ବୋଲି ମାଦଳା ପାଞ୍ଜିରୁ ଜଣାଯାଏ। ସେ ଭୁବନେଶ୍ୱର କପିଳେଶ୍ୱର ମନ୍ଦିର ନିର୍ମାଣ କରିଥିଲେ।

ପୁରୁଷୋତ୍ତମ ଦେବ

ପୁରୁଷୋତ୍ତମ ଦେବ

ବୀର ପ୍ରତାପ ପୁରୁଷୋତ୍ତମ ଦେବ ଗଜପତି ବଂଶର ରାଜା ଥିଲେ। ସେ ୧୪୬୭ରୁ ୧୪୯୭ ଖ୍ରୀଷ୍ଟାବ୍ଦ ମଧ୍ୟରେ ରାଜୁତି କରିଥିଲେ। ଗଜପତି କପିଳେନ୍ଦ୍ର ଦେବ ରାଉତରାୟ ତାଙ୍କର ପିତା ଥିଲେ। ହାମଭୀରା ଦେବଙ୍କ ସହିତ ତାଙ୍କ ଯୁଦ୍ଧ ହୋଇଥିଲା। ଏହାପରେ ତାଙ୍କ ସାମ୍ରାଜ୍ୟ ଦୁର୍ବଳ ହୋଇପଡ଼ିଥିଲା। ସେ ଶ୍ରୀଜଗନ୍ନାଥ ମନ୍ଦିରର ନାଟ ମଣ୍ଡପ ଓ ଭୋଗ ମଣ୍ଡପ ନିର୍ମାଣ କରିଥିଲେ।

 ମୁକୁନ୍ଦ ଦେବ

ମୁକୁନ୍ଦ ଦେବ

ମୁକୁନ୍ଦ ଦେବ ୧୮୭୯ରୁ ୧୯୨୬ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିଥିଲେ। ତାଙ୍କ ସମୟରେ କଳାପାହାଡ଼ ଓଡ଼ିଶା ଆକ୍ରମଣ କରିଥିଲା। ତାଙ୍କ ସମୟରେ ବଡ଼ମ୍ବା, ତିଗିରିଆ, ଦଶପଲ୍ଲା, ନୟାଗଡ଼, ରଣପୁର ଆଦି କେତେକ ଅଞ୍ଚଳରେ ସ୍ବାଧୀନ ରାଜା ଶାସନ କରୁଥିଲେ। ମୁକୁନ୍ଦ ଦେବ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ନିଯୋଗକୁ ହସ୍ତାନ୍ତର କରିଥିଲେ।