ଶ୍ରେଷ୍ଠ ପାଞ୍ଚ: ତନ୍ତ୍ରପୀଠ

ହୀରାପୁର

ହୀରାପୁର

ଖୋର୍ଦ୍ଧା ଜିଲାରେ ରହିଛି ତନ୍ତ୍ରପୀଠ ହୀରାପୁର। ଏହା ଭୁବନେଶ୍ୱରଠାରୁ ୨୦ କିମି ଦୂରରେ ଅବସ୍ଥିତ। ଏହି ମନ୍ଦିର ବ୍ରହ୍ମ ବଂଶ ରାଣୀ ହୀରାଦେବୀଙ୍କ ଦ୍ୱାରା ୯ମ ଶତାବ୍ଦୀରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ପୂର୍ବରୁ ଏଠାରେ ୬୪ ଯୋଗିନୀଙ୍କ ମୂର୍ତ୍ତି ରହିଥିଲା। ଏବେ ଏଠାରେ ୫୬ଟି ମୂର୍ତ୍ତି ରହିଛି। ମୂର୍ତ୍ତିଗୁଡିକ କଳା ମୁଗୁନୀ ପଥରରେ ନିର୍ମିତ ହୋଇଛି।

ରାଣୀପୁର ଝରିଆଲ୍‌

ରାଣୀପୁର ଝରିଆଲ୍‌

ବଲାଙ୍ଗୀର ଜିଲା ଟିଟିଲାଗଡ଼ ସବ୍‌ ଡିଭିଜନ୍‌ରେ ରହିଛି ତନ୍ତ୍ରପୀଠ ରାଣୀପୁର ଝରିଆଲ୍‌। ଏହି ମନ୍ଦିର ୯ମରୁ ୧୦ମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ।ଏହି କ୍ଷେତ୍ରକୁ ସୋମ ତୀର୍ଥ କୁହାଯାଇଥାଏ। ଏଠାରୋ ୬୪ ଯୋଗୀନୀଙ୍କର ମୂର୍ତ୍ତି ରହିଛି। ମନ୍ଦିରରେ ତିନିମୁଖଧାରୀ ମହାଦେବଙ୍କ ମୂର୍ତ୍ତି ରହିଛି।

ବୈତାଳ ମନ୍ଦିର

ବୈତାଳ ମନ୍ଦିର

ଭୁବନେଶ୍ୱର ଓଲ୍‌ଡ ଟାଉନ୍‌ ଠାରେ ରହିଛି ବୈତାଳ ମନ୍ଦିର। ମନ୍ଦିରରେ ଚାମୁଣ୍ଡା ଦେବୀଙ୍କର ମୂର୍ତ୍ତି ରହିଛି। ଏହି ମନ୍ଦିର ୮ମ ଶତାବ୍ଦୀରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ଏହାକୁ ତିନିମୁଣ୍ଡିଆ ଦେଉଳ ମଧ୍ୟ କୁହାଯାଇଥାଏ। ମାତା ଚାମୁଣ୍ଡା ମହାସରସ୍ବତୀ, ମହାଲକ୍ଷ୍ମୀ ଓ ମହାକାଳୀଙ୍କ ସ୍ବରୂପ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ଲଙ୍କେଶ୍ୱରୀ ମନ୍ଦିର

ଲଙ୍କେଶ୍ୱରୀ ମନ୍ଦିର

ସୁବର୍ଣ୍ଣପୁର ଜିଲାର ସୋନପୁର ସହରରେ ମହାନଦୀ କୂଳରେ ରହିଛି ମାତା ଲଙ୍କେଶ୍ୱରୀଙ୍କ ତନ୍ତ୍ରପୀଠ। ପୂର୍ବରୁ ସୋନପୁରକୁ ପଶ୍ଚିମ ଲଙ୍କାନଗରୀ ବୋଲି କୁହାଯାଉଥିଲା। ଏହି ନଗରୀର ଅଧିଷ୍ଠାତୀ ଦେବୀ ଥିଲେ ମାତା ଲଙ୍କେଶ୍ୱରୀ। ଏବେ ମାତା ଲଙ୍କେଶ୍ୱରୀ କୈବର୍ତ୍ତ ସମ୍ପ୍ରଦାୟଙ୍କ ଦ୍ୱାରା ପୂଜିତ ହେଉଛନ୍ତି।

ମୋହିନୀ ମନ୍ଦିର

ମୋହିନୀ ମନ୍ଦିର

ଭୁବନେଶ୍ୱର ବିନ୍ଦୁ ସରୋବରର ଦକ୍ଷିଣ କୂଳରେ ରହିଛି ମୋହିନୀ ଦେବୀଙ୍କ ମନ୍ଦିର। ଏହାର ଉଚ୍ଚତା ୯.୪୫ ମିଟର ଏହାର ନିର୍ମାଣ ଶୈଳୀ ପର୍ଶୁରାମେଶ୍ୱର ମନ୍ଦିର ଶୈଳୀରେ ନିର୍ମିତ ହୋଇଛି। ଏହାର ଜଗମୋହନ ଭାଙ୍ଗି ଯାଇଥିବାବେଳେ ଏବେ ଏହାକୁ ପୁଣି ଥରେ ନିର୍ମାଣ କରାଯାଉଛି। ମନ୍ଦିରରେ ମାତା ଚାମୁଣ୍ଡାଙ୍କୁ ପୂଜା କରାଯାଇଥାଏ। ମନ୍ଦିରରେ ପାର୍ଶ୍ୱ ଦେବତା ଭାବେ ମାତା ପାର୍ବତୀ, କାର୍ତ୍ତିକ ଓ ଗଣେଶ ମହାପ୍ରଭୁଙ୍କ ମୂର୍ତ୍ତି ରହିଛି।