ଶ୍ରେଷ୍ଠ ପାଞ୍ଚ: ଓଷା

ବାଟ ଓଷା

ବାଟ ଓଷା

ବାଟ ଓଷା ପୌଷମାସରେ ପାଳିତ ହୋଇଥାଏ। ଏହି ଓଷାରେ ସ୍ବାମୀ ଓ ସନ୍ତାନମାନଙ୍କ ଭଲ ସ୍ବାସ୍ଥ୍ୟ ପାଇଁ ଯମ ଦେବତାଙ୍କୁ ମହିଳାମାନେ ଚାରିଛକରେ ପୂଜା କରିଥାନ୍ତି। ବାଟ ପହଁରା ଯାଇ ବ୍ରାହ୍ମଣ ଝାଟିଆ ବା ବଜ୍ରମୂଳୀ ଗଛରେ ଭୋଗକୁ ଘୋଡାଯାଇଥାଏ। ଏହି ଓଷାରେ ରାତି ସମୟରେ ଯମ ଦେବତାଙ୍କୁ ପୂଜା କରାଯାଇଥାଏ।

କାଞ୍ଜିଅଁଳା ଓଷା

କାଞ୍ଜିଅଁଳା ଓଷା

ମାର୍ଗଶିର ମାସ ଶୁକ୍ଳପକ୍ଷ ନବମୀରେ କାଞ୍ଜିଅଁଳା ଓଷା ପାଳିତ ହୋଇଥାଏ। ମାତା ଷଷ୍ଠୀଦେବୀଙ୍କ ପାଖରେ ୭ଟି ପିତା ଶୁଖୁଆ ରଖାଯାଇ ପୂଜା ଆସ୍ଥାନକୁ ସିନ୍ଦୂରରେ ସଜ୍ଜା ଯାଇଥାଏ। କାଞ୍ଜି ଓ ଅଁଳା କୋଳି ମାତାଙ୍କୁ ସମର୍ପଣ କରାଯାଇଥାଏ। ସନ୍ତାନକାମୀମାନେ ଏହି ପୂଜା କରିଥାନ୍ତି।

ବୁଧେଇ ଓଷା

ବୁଧେଇ ଓଷା

ଭାଦ୍ର ମାସ ବୁଧବାରରେ ମହିଳାମାନେ ବୁଧେଇ ଓଷା କରିଥାନ୍ତି। ପୂଜାରେ ହଳଦୀରେ ଏକ ପିଣ୍ଡୁଳା ନିର୍ମାଣ କରାଯାଇ ଏହାକୁ ଶିଳ ନିକଟରେ ରଖି ସିନ୍ଦୂରରେ ସଜ୍ଜା ଯାଇଥାଏ। ସନ୍ତାନମାନଙ୍କ ସୁଖ ସମୃଦ୍ଧି ପାଇଁ ଏହି ପୂଜା କରାଯାଇଥାଏ।

ବଡ଼ଓଷା

ବଡ଼ଓଷା

କାର୍ତ୍ତିକ ମାସ ପଞ୍ଚୁକର ତୃତୀୟ ଦିନରେ ବଡ଼ଓଷା ପାଳିତ ହୋଇଥାଏ। ଏହି ଅବସରରେ କଟକ ଧବଳେଶ୍ୱରଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ଏହିଦିନ ପ୍ରଭୁ ଧବଳେଶ୍ୱରଙ୍କୁ ଗଜ ଭୋଗ ଅର୍ପଣ କରାଯାଇଥାଏ।

ଦ୍ୱିତୀୟା ଓଷା

ଦ୍ୱିତୀୟା ଓଷା

ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀରେ ଦ୍ୱିତୀୟା ଓଷା ପାଳିତ ହୋଇଥାଏ। ଏହାକୁ ଦିତୀ ବାହାନ ବା ପୁଅ ଜିଉନ୍ତିଆ ଓଷା ମଧ୍ୟ କୁହାଯାଇଥାଏ। ସନ୍ତାନଙ୍କ ସୁଖ ସମୃଦ୍ଧି କାମନା କରି ଏହି ଓଷା କରାଯାଇଥାଏ। ଏହା ପରଦିନ ଘାଣ୍ଟ ତରକାରି ପ୍ରସ୍ତୁତ କରାଯାଇଥାଏ।