ରାଶିଫଳ - Dharitri.com 23-Jul-2018

ମେଷ

ଆଜି ଅନୁରାଧା ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କ ମନରେ ସାଙ୍ଗଠନିକ ପ୍ରବୃତ୍ତି, ଆଇନ ସମର୍ଥିତ ପ୍ରସ୍ତାବ ପ୍ରଦାନରେ ସହାୟକ ହେବ । କିନ୍ତୁ କର୍ମାସ୍ଥାନ ପ୍ରତି କର୍ମାଧିପଙ୍କ ଦୃଷ୍ଟିର ଅଭାବ ହେତୁ ଆର୍ଥିକ ଅଭାବ, ଅନଟନ ନ ଥିଲେ କଣ ହେଲା କାମଗୁଡିକ ସୁବିଧାରେ ହେବନାହିଁ। ବାଣିଜ୍ୟ,ବ୍ୟବସାୟ ଓ ପରିବହନ ପାଇଁ ବହୁତ ଶୁଭଙ୍କରୀ ହେବ।

ବୃଷ

ଦୈହିକ ଦୁର୍ବଳତା ଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବାର ବୁଦ୍ଧି ଜୁଟିଯିବ ।କୃତିକା ନକ୍ଷତ୍ର କର୍ମକ୍ଷେତ୍ରରେ ଥିବା ସମୟ ମଧ୍ୟରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପ୍ରଶାସନ, ଆଇନ, ଅଦାଲତ ସମ୍ଭନ୍ଧୀୟ ଝାମେଲାର ଅବସାନ ଘଟିବ। ପାରିବାରିକ ସ୍ଥିତି ପୂର୍ବପରି ରହିବ।

ମିଥୁନ

ଆଜିର ଯାତ୍ରା ଓ କାମରେ ବନ୍ଧୁ ସାହାଯ୍ୟ ସହଯୋଗ ଲାଭକରି କାମ ହାସଲ କରିବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବାର ପୂର୍ଣ୍ଣ ସୂଚନା ରହିଛି । ମାତ୍ର ଆରଦ୍ରା ନକ୍ଷତ୍ରର କଚେରୀ ମାମଲା କିମ୍ବା ପାରିବାରିକ ସମସ୍ୟା ବୃଦ୍ଧି ପାଇବା ହେତୁ ବ୍ୟସ୍ତତା ବଢିଯିବ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।

କର୍କଟ

ରାଶିରେ ଏକାଧିକ ଗ୍ରହଙ୍କ ସମାବେଶ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକୁ ପ୍ରଭାବିତ କରିପାରେ । ନିଜ ଅଶ୍ଳେଷା ନକ୍ଷତ୍ର ବନ୍ଧୁଙ୍କ ମଧୁର ଓ ସରଳ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ବିବାଦୀୟ ପରିସ୍ଥିତିର ସମସ୍ୟା ସମାଧାନ ହୋଇଯିବ । ଶିଳ୍ପ, ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିପାରେ।

ସିଂହ

ତୃତୀୟ ବୃହସ୍ପତି ଆପଣଙ୍କ ସ୍ବାଧୀନ ଚିନ୍ତା ଧାରା, କୃପଣତା କିମ୍ବା ଅଜୀର୍ଣ୍ଣପୀଡାକୁ ପୁଷ୍ଟି କରିପାରନ୍ତି। ମଘା ନକ୍ଷତ୍ରର ପରିବାରରେ ସାଧାରଣ କଥାରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଜମିଜମା, ନିର୍ମାଣ, କଳ, କାରଖାନା, ହୋଟେଲ, ରେଷ୍ଟୁରାଣ୍ଟ ପ୍ରଭୃତିରୁ ଲାଭବାନ୍‌ ହେବେ। ମହିଳାମାନଙ୍କ ମାନସିକ ସ୍ଥିତି ଭଲ ରହି ନ ପାରେ।

କନ୍ୟା

ଚିତ୍ରା ନକ୍ଷତ୍ରର ମାନସିକ ଅବସାଦ ବୃଦ୍ଧି ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଅବଶ୍ୟ ହସ୍ତା ନକ୍ଷତ୍ର ସକାଶେ ମିତ୍ର ବନ୍ଧୁମାନେ ଆବଶ୍ୟକ ସମୟରେ ସହଯୋଗ କରିପାରନ୍ତି। ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ପରିବାରରେ ପୁନର୍ବାର ଶାନ୍ତି ଫେରି ଆସିବ । ନିମନ୍ତ୍ରଣ ପ୍ରାପ୍ତ ହୋଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡିପାରେ ।

ତୁଳା

ବିଶାଖା ନକ୍ଷତ୍ରର ପରିବାରରେ ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବା କାରଣରୁ ଆଜିର କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ । ମାନସିକ ଅସ୍ଥିରତା ହେତୁ ଛୋଟ ଛୋଟ କଥାରେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଗୃହ ସମସ୍ୟା ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

ବିଛା

ଅନୁରାଧା ନକ୍ଷତ୍ର ପରିସ୍ଥିତିର ବିଷମତାନୁଯାୟୀ ମାନସିକ ଅସ୍ଥିରତା ସଙ୍ଗକୁ ଭାବପ୍ରବଣ ବଶତଃ ଓଲଟା କଥା କହିବା କାରଣରୁ ଅପଦସ୍ତ ହେବେ । ପାରିବାରିକ ସ୍ତରରେ ବୃଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସମସ୍ୟାର କାରଣ ହୋଇପଡିବ । ସାହିତ୍ୟ, କଳା, ଗବେଷଣା କାମରେ ଉଚ୍ଚ ପ୍ରଶଂସା ପାଇବେ ।

ଧନୁ

କର୍ମାଧିପ ଅଷ୍ଟମସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଆପଣ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ନିନ୍ଦା, ଅପମାନ ପାଇପାରନ୍ତି। ବିଚାରଧାରା, ବନ୍ଧୁ ସମ୍ପର୍କ, ଅତୀତ ଘଟଣା କିମ୍ବା ପୂର୍ବରାଗକୁ ନେଇ ମନରେ ଆଲୋଡନ ସୃଷ୍ଟି ହୋଇପାରେ। ଈର୍ଷା ଓ ଅସୂୟାଭାବ ପୋଷଣ କରି ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।

ମକର

ବାହ୍ୟଲୋକ ମାନଙ୍କ ଠାରୁ ଯେତିକି ଶ୍ରଦ୍ଧା ଓ ସମ୍ମାନ ପାଇବେ ନିଜ ଲୋକ ମାନଙ୍କ ନିକଟରେ ତାହା ଆଶା କରିବା ଦୁଲ୍ଲଭ ହୋଇପଡିବ। ଫଳତଃ ବିଗିଡି ଯାଉଥିବା ଚିନ୍ତାଧାରା ସଙ୍ଗକୁ ସ୍ବାସ୍ଥ୍ୟ ଓ ସ୍ବଭାବରେ ପରିବର୍ତନ ପରିଲକ୍ଷିତ ହୋଇପାରେ। ସରକାରୀ ସ୍ତରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।

କୁମ୍ଭ

ଯାନବାହନ, ସଭାସମିତି ଓ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । କର୍ମକ୍ଷେତ୍ରରେ ଦ୍ୱନ୍ଦାତ୍ମକ ପରିସ୍ଥିତି ସମ୍ବନ୍ଧୀୟ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଶତଭିଷା ନକ୍ଷତ୍ର ସକାଶେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଯାତ୍ରା ବାଣିଜ୍ୟ, ବନ୍ଧୁ ସମ୍ପର୍କ, ମୂଲ୍ୟବାନ୍‌ ଦ୍ରବ୍ୟକ୍ରୟ କରିପାରନ୍ତି।

ମୀନ

ଟେନସନ୍‌ ଲାଗିରହିଲେ ମଧ୍ୟ କାମରେ ପଛଘୁଂଚା ଦେଇ ରହିପାରିବେ ନାହିଁ । ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ପାଇବେ। ରେବତୀ ନକ୍ଷତ୍ରର ଦୂରଯାତ୍ରା, ବନ୍ଧୁମିଳନ, ପ୍ରଶାସନିକ ନିଷ୍ପତି, ଆନୁଷ୍ଠାନିକ କାମ ଯଥା ସମୟରେ ସମ୍ପାଦିତ ହୋଇପାରିବ । ବନ୍ଧୁଙ୍କ କାର୍ଯ୍ୟକଳାପ ପ୍ରତି ଆକ୍ଷେପୋକ୍ତିରୁ ନିବୃତ ରହିବା ଭଲ ।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ