ଉପକୂଳ ଓଡିଶା

ଚୋରଙ୍କ ଟାର୍ଗେଟରେ ପୂରାତନ ମନ୍ଦିର: ଓଳାଭର କାଳୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ଚୋରଙ୍କ ଟାର୍ଗେଟରେ ପୂରାତନ ମନ୍ଦିର: ଓଳାଭର କାଳୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ରାଜକନିକା, ୨୫।୧୨ (ଡି.ଏନ୍‌.ଏ.): ରାଜକନିକା ବ୍ଲକ ଅଞ୍ଚଳରେ ଦିନକୁ ଦିନ ଚୋର ଘଟଣା ବୃଦ୍ଧି ପାଉଛି। ଦୁର୍ବୃତ୍ତମାନେ ବିଶେଷ କରି ଦେବଦେବୀଙ୍କ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ଗତ ୬ମାସ ମଧ୍ୟରେ ବ୍ଲକ ଅଞ୍ଚଳସ୍ଥିତ ଏକାଧିକ ମନ୍ଦିରରୁ ଚୋରି ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଓଳାଭରସ୍ଥିତ ୨ଶହ ବର୍ଷର ପୂରାତନ କାଳୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ଚାନ୍ଦି ଅଳଙ୍କାର ଚୋରି ହୋଇଛି। 

ପଥର ଖାଦାନରେ ପଡି ଶ୍ରମିକ ଗୁରୁତର

ଯାଜପୁର ଅଫିସ,୨୫।୧୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ର ଏକ ବେଆଇନ ପଥର ଖାଦାନରେ ପଡ଼ି ମଙ୍ଗଳବାର ସକାଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ଖ୍ରୀଷ୍ଟମାସରେ ଗ୍ଲୋବାଲ ରେକର୍ଡ ଉଦ୍ୟମ

ଖ୍ରୀଷ୍ଟମାସରେ ଗ୍ଲୋବାଲ ରେକର୍ଡ ଉଦ୍ୟମ

ଯାଜପୁର ଅଫିସ, ୨୫।୧୨: ଖ୍ରୀଷ୍ଟମାସ ଅବସରରେ ମଙ୍ଗଳବାର ଯାଜପୁର ଜିଲା ବ୍ୟାସନଗର ଜେମ୍ସ ସ୍କୁଲର ୬୦୦ ଛାତ୍ରୀଛାତ୍ର ସାନ୍ତା କ୍ଲଜ ମୁଖା ପିନ୍ଧି ଗ୍ଲୋବାଲ ରେକର୍ଡ ପାଇଁ ଉଦ୍ୟମ କରିଛନ୍ତି। ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ ଫାଉଣ୍ଡେସନ ଏହାକୁ ସ୍ବୀକୃତି ଦେଇଛି। 

ଡଙ୍କାରୀରୁ ୫୮.୬୨ କୋଟି ଟଙ୍କା ଅତିରିକ୍ତ ରାଜସ୍ବ ଆଦାୟ ମାମଲା:୧୭ ଗଲେଣି, ସରକାର କ୍ଷତିରେ

ଡଙ୍କାରୀରୁ ୫୮.୬୨ କୋଟି ଟଙ୍କା ଅତିରିକ୍ତ ରାଜସ୍ବ ଆଦାୟ ମାମଲା:୧୭ ଗଲେଣି, ସରକାର କ୍ଷତିରେ

ଯାଜପୁର ଅଫିସ,୨୫ା୧୨:ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ବେଆଇନ କଳାପଥର ଖାଦାନରେ ୨୦୦୨ରୁ ୨୦୧୫ ପର୍ଯ୍ୟନ୍ତ ପରିବେଶଗତ ମଞ୍ଜୁରୀ ନ ଥାଇ କୋଟି କୋଟି ଟଙ୍କାର କଳାପଥର ଉତ୍ତୋଳନ ହୋଇଛି। 

ଦୀକ୍ଷିତପଡ଼ା ପ୍ରିମିୟର ଲିଗ୍‌  : ଏନ୍‌ଏଫ୍‌ ରାଇଡର୍‌, ଏସ୍‌ଟି ଜାଗୁଆର୍‌ ବିଜୟୀ

ଦୀକ୍ଷିତପଡ଼ା ପ୍ରିମିୟର ଲିଗ୍‌ : ଏନ୍‌ଏଫ୍‌ ରାଇଡର୍‌, ଏସ୍‌ଟି ଜାଗୁଆର୍‌ ବିଜୟୀ

ଟାଙ୍ଗୀ(ଖୋର୍ଦ୍ଧା),୨୫ା୧୨(ଡି.ଏନ.ଏ.)-ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଦୀକ୍ଷିତପଡ଼ା ଠାରେ ଅବଦୁଲ କଲାମ ଆସୋସିଏଶନ୍‌ ତରଫରୁ ସୋମବାର ଦୀକ୍ଷିତପଡ଼ା ପ୍ରିମିୟର ଲିଗ୍‌ ମ୍ୟାଚରେ ୨ଟି ଖେଳ ଅନୁଷ୍ଠିତ ହୋଇଯାଇଛି ।

ବସ୍‌ ବାଇକ୍‌ ଧକ୍କା: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୃଷ୍ଣପ୍ରସାଦ,୨୫ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସୀ ଛକଠାରେ ରବିବାର ରାତିରେ ବସ୍‌ ଓ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ  ମୃତ୍ୟୁ  ଘଟିଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି କୁମ୍ପୁଲି ଗ୍ରାମର ପଦ୍ମଚରଣ ମୁଦୁଲି। 

ବାର୍ଡଫ୍ଲୁ: ମରାଗଲାଣି ୨୦ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା :ମାଂସ, ଅଣ୍ଡା ପ୍ରସ୍ତୁତ ଖାଦ୍ୟ ବିକ୍ରି ନେଇ ଆଶଙ୍କା

କୃଷ୍ଣପ୍ରସାଦ,୨୫ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ାମରା ଅଭିଯାନ ଜାରି ରହିଛି ା ସୋମବାର ସୁଦ୍ଧା ୨୦ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା ମରାଯିବା ସହ ପ୍ରଶାସନ ତରଫରୁ ବିଶୋଧନ କରିବା , ନୂଆ ସ୍ଥାନ ଚିହ୍ନଟ କରିବା ଆଦି କାର୍ଯ୍ୟରେ ୧୦ଟିମ୍‌ ନିୟୋଜିତ ହୋଇଛନ୍ତି ା 

୧୯୯୦ ବ୍ୟାଚ୍‌ ବନ୍ଧୁମିଳନ

୧୯୯୦ ବ୍ୟାଚ୍‌ ବନ୍ଧୁମିଳନ

ନିରାକାରପୁର,୨୫ା୧୨(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ସୋମବାର ୧୯୯୦ ବ୍ୟାଚ୍‌ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ବନ ବିଭାଗ ଦ୍ୱାରା କୁଟୁରା ଉଦ୍ଧାର

ବନ ବିଭାଗ ଦ୍ୱାରା କୁଟୁରା ଉଦ୍ଧାର

ନିରାକାରପୁର,୨୫ା୧୨(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ଅଧୀନ ନୂଆଗଡ଼ ପଞ୍ଚାୟତସ୍ଥ ମେହେରବ ଗ୍ରାମବାସୀ ସତାର ଖାଁଙ୍କ କୂଅରୁ ସୋମବାର ବନ କର୍ମଚାରୀ ଏକ କୁଟୁରା ଉଦ୍ଧାର କରିଛନ୍ତି। 

ବଗପାଟିଆରେ ଥଇଥାନ ପ୍ରସଙ୍ଗ:           ସାତଭାୟା ଛାଡିନାହାନ୍ତି ୧୪୮ ପରିବାର

ବଗପାଟିଆରେ ଥଇଥାନ ପ୍ରସଙ୍ଗ: ସାତଭାୟା ଛାଡିନାହାନ୍ତି ୧୪୮ ପରିବାର

କେନ୍ଦ୍ରାପଡା ଅଫିସ, ୨୫ା୧୨- ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟାର ଇଷ୍ଟ ଦେବୀ ମା’ପଞ୍ଚୁବରାହୀଙ୍କ ମୂର୍ତ୍ତିକୁ ଗତ ଏପ୍ରିଲ ୨୦ରେ ଗୁପ୍ତି ନିକଟସ୍ଥ ଥଇଥାନସ୍ଥଳୀ ବଗପାଟିଆର ନୂତନ ମନ୍ଦିରକୁ ନିଆଯାଇଛି। 

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବନ୍ତଳା, ୨୫ା୧୨ (ଡି.ଏନ.ଏ.)ଅନୁଗୋଳ ଜିଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହିରେ ୨୦୧୭ ଜାନୁୟାରୀ ୧ରେ ସ୍ତ୍ରୀ କଳ୍ପନା ମୁଖି(୪୫)ଙ୍କୁ ସ୍ବାମୀ ନିତ୍ୟାନନ୍ଦ ମୁଖି ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହି ମାମଲାର ବିଚାର କରି ସୋମବାର ଜିଲା ଓ ଦୌରାଜଜ୍‌ ଅଶାନ୍ତ କୁମାର ଦାସ ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

ଜିଲାସ୍ତରୀୟ ଶିଶୁ ଉତ୍ସବ ଉଦ୍‌ଘାଟିତ

ଜିଲାସ୍ତରୀୟ ଶିଶୁ ଉତ୍ସବ ଉଦ୍‌ଘାଟିତ

ପାଟକୁରା, ୨୪।୧୨ (ଡି.ଏନ୍‌.ଏ.): ଗରଦପୁର ବ୍ଲକ ଅଧୀନ ପାଟକୁରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ରାପଡ଼ା ଜିଲାସ୍ତରୀୟ ଶିଶୁ ଉତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟଅତିଥି ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲ ଉଦ୍‌ଘାଟନ କରିଥିଲେ। 

ଶର୍ଟ ସର୍କିଟ ଯୋଗୁ ପୋଡ଼ିଗଲା ୪ ବଖରା

ଶର୍ଟ ସର୍କିଟ ଯୋଗୁ ପୋଡ଼ିଗଲା ୪ ବଖରା

ଗଣିଆ,୨୪।୧୨(ଡି.ଏନ.ଏ.)- ଗଣିଆ ତହସିଲର ଛାମୁଣ୍ଡିଆ ରାଜସ୍ବ ସର୍କଲ ଅନ୍ତର୍ଗତ ଛାଡମୂଳ ଗ୍ରାମ ନାହାକସାହିରେ ରବିବାର ରାତିରେ ନିଆଁଲାଗି ୪ ବଖରା ପୋଡି ନଷ୍ଟ ହୋଇଯାଇଛି। 

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି : ୮୦ ଅଭିଯୋଗ ପଞ୍ଜୀକୃତ

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି : ୮୦ ଅଭିଯୋଗ ପଞ୍ଜୀକୃତ

ଗଣିଆ,୨୪।୧୨(ଡି.ଏନ.ଏ.)- ଗଣିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ସୋମବାର ନୟାଗଡ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଏନ୍‌. ତିରୁମାଲା ନାୟକ ମୋଟ ୮୦ ଅଭିଯୋଗର ଶୁଣାଣି କରି ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆଦିବାସୀ ଅଞ୍ଚଳରେ ପୋଲିସର ମୈତ୍ରୀ ଉତ୍ସବ

ଆଦିବାସୀ ଅଞ୍ଚଳରେ ପୋଲିସର ମୈତ୍ରୀ ଉତ୍ସବ

ଦଶପଲ୍ଲା,୨୪।୧୨(ଡି.ଏନ.ଏ.)- ଦଶପଲ୍ଲା ଥାନା ଘୁଗୁଡିପଡା ପଞ୍ଚାୟତର ଶରଧାପୁରଠାରେ ରବିବାର ପୋଲିସ ଜନସମ୍ପର୍କ ମୈତ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବିଜେଡି କର୍ମୀ ସମ୍ମିଳନୀ

ବିଜେଡି କର୍ମୀ ସମ୍ମିଳନୀ

ନୟାଗଡ଼ ଅଫିସ,୨୪।୧୨- ନୟାଗଡ଼ ନିର୍ବାଚନମଣ୍ଡଳୀର ୧୨ନଂ. ଜିଲା ପରିଷଦ ଜୋନ୍‌ (ବାଲୁଗାଁ)ର ବିଜେଡି କର୍ମୀ ସମ୍ମିଳନୀ ରବିବାର ଚମ୍ପତ୍ତିପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ନେତା ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ କର୍ମୀମାନଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। 

ବନ କର୍ମଚାରୀଙ୍କ ଚଢାଉ: ଶାଗୁଆନ ପଟା ଜବତ

ବନ କର୍ମଚାରୀଙ୍କ ଚଢାଉ: ଶାଗୁଆନ ପଟା ଜବତ

ଓଡ଼ଗାଁ,୨୪।୧୨(ସ୍ବ.ପ୍ର.)-ଓଡଗାଁ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବାହାଡ଼ାଝୋଲା ବନ କର୍ମଚାରୀମାନେ ରବିବାର ବିଭିନ୍ନ ସ୍ଥାନରେ ଚଢାଉ କରି ମୂଲ୍ୟବାନ କାଠ ଓ ପଟା ଜବତ କରିଛନ୍ତି । 

‘ଶିଶୁର ବିକାଶ ହେଲେ ସମାଜର ବିକାଶ ସମ୍ଭବ’

‘ଶିଶୁର ବିକାଶ ହେଲେ ସମାଜର ବିକାଶ ସମ୍ଭବ’

ପାଟକୁରା, ୨୪।୧୨(ଡି.ଏନ.ଏ):ପାଟକୁରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ଶିଶୁ ଦିବସ ଉଦଘାଟିତ ହୋଇଯାଇଛି। ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ବାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

ଭୁଷୁଡିଲା ବ୍ରହ୍ମାକୁଣ୍ଡର ନିର୍ମାଣଧୀନ ମୁଖ୍ୟଦ୍ୱାର: ଜଣେ ମୃତ

ଭୁଷୁଡିଲା ବ୍ରହ୍ମାକୁଣ୍ଡର ନିର୍ମାଣଧୀନ ମୁଖ୍ୟଦ୍ୱାର: ଜଣେ ମୃତ

ଯାଜପୁର ଅଫିସ୍‌, ୨୪।୧୨: ଯାଜପୁର ଜିଲା ବିରଜା ମନ୍ଦିର ନିକଟସ୍ଥ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ରହ୍ମାକୁଣ୍ଡର ନିର୍ମାଣାଧୀନ ମୁଖ୍ୟଦ୍ବାର ସୋମବାର ପୂର୍ବାହ୍ନ ୧୦ଟାରେ ଭୁଷୁଡି ପଡିଛି।

ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟରେ ବୁଦ୍ଧଙ୍କ ଅସ୍ଥି:ଆଜି ପ୍ରଧାନମନ୍ତ୍ରୀ କରିବେ ଉଦ୍‌ଘାଟନ

ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟରେ ବୁଦ୍ଧଙ୍କ ଅସ୍ଥି:ଆଜି ପ୍ରଧାନମନ୍ତ୍ରୀ କରିବେ ଉଦ୍‌ଘାଟନ

ଚଣ୍ଡିଖୋଲ,୨୪।୧୨(ଡି.ଏନ.ଏ.) : ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ କୀର୍ତ୍ତିରାଜି ବିଶ୍ୱପ୍ରସିଦ୍ଧ। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଲଳିତଗିରି, ରତ୍ନଗିରି ଓ ଉଦୟଗିରି। ଯାହା ହୀରକ ତ୍ରିଭୁଜ ନାମରେ ପରିଚିତ। ଖ୍ରୀ.ପୂ. ୨ୟ ଶତାବ୍ଦୀରୁ ଆରମ୍ଭ କରି ୧୨ଶ ଶତାବ୍ଦୀ ପର୍ଯ୍ୟନ୍ତ ନିର୍ମିତ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜୀ ଏଠାରେ ଭରପୂର ହୋଇରହିଛି।

ଭତ୍ତା ଚୟନରେ ଅନିୟମିତତା ଅଭିଯୋଗ

ଭତ୍ତା ଚୟନରେ ଅନିୟମିତତା ଅଭିଯୋଗ

ରଣପୁର,୨୪ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକରେ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଛି ା

ଦେବରାଜ କର ମେମୋରିଆଲ ଓପନ୍‌ ଚେସ ପ୍ରତିଯୋଗିତା

ଦେବରାଜ କର ମେମୋରିଆଲ ଓପନ୍‌ ଚେସ ପ୍ରତିଯୋଗିତା

ବୋଲଗଡ଼,୨୪ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଅସରଳାସ୍ଥିତ ହରିହର ବିଦ୍ୟାପୀଠଠାରେ ପ୍ରଥମ ବାର୍ଷିକ ରାଜ୍ୟସ୍ତରୀୟ ଦେବରାଜ କର ଓପନ୍‌ ଚେସ୍‌ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। 

ବୋମା ପକାଇ, ବନ୍ଧୁକ ଦେଖାଇ ଲୁଟ୍‌: ସୁନା ଦୋକାନୀଙ୍କଠାରୁ ନେଇଗଲେ ୨୦ଲକ୍ଷ ଟଙ୍କାର ଅଳଙ୍କାର, ୬୦ ହଜାର ଟଙ୍କା

ବୋମା ପକାଇ, ବନ୍ଧୁକ ଦେଖାଇ ଲୁଟ୍‌: ସୁନା ଦୋକାନୀଙ୍କଠାରୁ ନେଇଗଲେ ୨୦ଲକ୍ଷ ଟଙ୍କାର ଅଳଙ୍କାର, ୬୦ ହଜାର ଟଙ୍କା

ରଣପୁର,୨୪ା୧୨ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ବଜାରରୁ ରବିବାର ରାତିରେ ଦୁର୍ବୃତ୍ତମାନେ ବୋମା ଫୁଟାଇବା ସହିତ ବନ୍ଧୁକ ଦେଖାଇ ଜଣେ ସୁନା ଦୋକାନୀଙ୍କଠାରୁ ୨୦ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏଥିରେ ସୁନା ଦୋକାନୀ ବାବୁ ସାହୁ ସାମାନ୍ୟ ଆହତ ହୋଇଛନ୍ତି। 

କାଚପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ: ଲୁହାଗୁଣ୍ଡ ମିଶ୍ରିତ ପାଣି ପିଉଛନ୍ତି ଛାତ୍ରୀଛାତ୍ର

କାଚପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ: ଲୁହାଗୁଣ୍ଡ ମିଶ୍ରିତ ପାଣି ପିଉଛନ୍ତି ଛାତ୍ରୀଛାତ୍ର

ନୂଆଗାଁ,୨୪ା୧୨ (ଡି.ଏନ.ଏ.)- ସରକାର ବିଭିନ୍ନ ସ୍କୁଲ ଛାତ୍ରୀଛାତ୍ରଙ୍କୁ ସୁସ୍ଥ ଓ ନୀରୋଗ ରଖିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ପାନୀୟ ଜଳ ପାଇଁ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଘରୋଇ ପାଇଖାନା ବ୍ୟବସ୍ଥା କରିଛନ୍ତି।