ଉପକୂଳ ଓଡିଶା

ଖଣ୍ଡପଡ଼ା ମହୋତ୍ସବ ଆରମ୍ଭ: ବାଲୁକା କଳା ଓ ପଲ୍ଲିଶ୍ରୀ ମେଳା ମୁଖ୍ୟ ଆକର୍ଷଣ

ଖଣ୍ଡପଡ଼ା ମହୋତ୍ସବ ଆରମ୍ଭ: ବାଲୁକା କଳା ଓ ପଲ୍ଲିଶ୍ରୀ ମେଳା ମୁଖ୍ୟ ଆକର୍ଷଣ

ଖଣ୍ଡପଡ଼ା,୨୮ା୧୨(ସ୍ବ.ପ୍ର.)-ମହୋତ୍ସବ କମିଟି ଓ ପଲ୍ଲିଶ୍ରୀ ମେଳା କଳାବିକାଶ ପରିଷଦ ପକ୍ଷରୁ ଗୁରୁବାରଠାରୁୁ ଖଣ୍ଡପଡ଼ା ମହୋତ୍ସବ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୨ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଉତ୍ସବକୁ ଖଣ୍ଡପଡା ବିଡିଓ ଶିବାନନ୍ଦ ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି।  

ରିଭ୍ୟୁମିଟିଂ ପାଇଁ ରହିଲେନି ବିଡିଓ, ଅନ୍ୟ ଅଧିକାରୀ : ଅଧା ବାଟରୁ ଫେରିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ରଘୁନାଥପୁର, ୨୮|୧୨( ଡି.ଏନ.ଏ.): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଗୁରୁବାର ଅପରାହ୍ନ ୩ଟାରେ ରଘୁନାଥପୁର ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାର ଥିଲା। ଗତ ୨୩ ତାରିଖରୁ ଏନେଇ ସରକାରୀସ୍ତରରେ ଚିଠି ମାଧ୍ୟମରେ ବ୍ଲକକୁ ଅବଗତ କରାଯାଇଥିଲା।

୪ ମାସ ପରେ ବି ମିଳିଲାନି ଶିଶୁପୁତ୍ରର ସନ୍ଧାନ, ଥାନା ଘେରିଲେ ବସ୍ତି ବାସିନ୍ଦା

୪ ମାସ ପରେ ବି ମିଳିଲାନି ଶିଶୁପୁତ୍ରର ସନ୍ଧାନ, ଥାନା ଘେରିଲେ ବସ୍ତି ବାସିନ୍ଦା

ପାରାଦୀପ,୨୮ା୧୨(ସ୍ବ.ପ୍ର.): ୨ ବର୍ଷର ଶିଶୁପୁତ୍ରକୁ ମା’ ଖୁଆଇ ସାରି ଖରାବେଳେ ଶୁଆଇଦେଇ ବାସନ ମାଜିବାକୁ ଯାଇଥିଲେ। ଘର ଆଗରେ ଜେଜେ ମା’ ଓ ଅନ୍ୟ ମହିଳାମାନେ କଥାବାର୍ତ୍ତାରେ ମସଗୁଲ ଥିଲେ। ସମୟ ଅପରାହ୍ନ ୧.୩୦ରୁ ୨ଟା ମଧ୍ୟରେ ହେବ। 

ମିସେସ୍‌ ହାର୍ଡ ୱାର୍କିଂ ହେଲେ ଶତରୂପା

ମିସେସ୍‌ ହାର୍ଡ ୱାର୍କିଂ ହେଲେ ଶତରୂପା

କୁଜଙ୍ଗ,୨୮ା୧୨(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ପଙ୍କପାଳ ଗ୍ରାମର ବିଶିଷ୍ଟ ସାମାଜିକ କର୍ମୀ ଦିବଂଗତ କେଦାରନାଥ ମିଶ୍ରଙ୍କ ବୋହୂ ଶତରୂପା ଦାଶ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ମିସେସ୍‌ ଇଣ୍ଡିଆ ମାଇଁ ଆଇଡେନ୍‌ଣ୍ଟିଟି’  ପ୍ରତିଯୋଗିତାରେ ଭାଗନେଇ ହାର୍ଡ ୱାର୍କିଂରେ ଟାଇଟେଲ୍‌ ବିଜୟୀ ହୋଇଛନ୍ତି। 

ଜଗତ୍‌ସିଂହପୁର ମୋହ ଛାଡୁନାହାନ୍ତି ଏସ୍‌ଡିପିଓ: ରିଲିଭ୍‌ ପରେ ବି ଫାଟକରେ ସାଇନ୍‌ ବୋର୍ଡ

ଜଗତ୍‌ସିଂହପୁର ମୋହ ଛାଡୁନାହାନ୍ତି ଏସ୍‌ଡିପିଓ: ରିଲିଭ୍‌ ପରେ ବି ଫାଟକରେ ସାଇନ୍‌ ବୋର୍ଡ

ଜଗତ୍‌ସିଂହପୁର ଅଫିସ,୨୮ା୧୨: ଏସ୍‌ଡିପିଓ ସୁଯୋଗ୍ୟ ମିଶ୍ରଙ୍କ ଜଗତ୍‌ସିଂହପୁର ମୋହ ଛାଡୁନି। ପ୍ରାୟ ୨ ମାସ ହେଲା ତାଙ୍କର ବଦଳି ହେଲାଣି। ୧ ମାସ ପୂର୍ବରୁ ରିଲିଭ୍‌ ହୋଇସାରିଲେଣି। କିନ୍ତୁ ସେ ଷ୍ଟେସନ୍‌ ଛାଡୁ ନାହାନ୍ତି।

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଡେରାବିଶ,୨୭।୧୨ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନସ୍ଥ କଟକ-ଚାନ୍ଦବାଲି ରାସ୍ତାର ଚାନ୍ଦୋଳଠାରେ ଗୁରୁବାର ସଡକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗ୍ରାମର ରବୀନ୍ଦ୍ର ସାମନ୍ତରାୟଙ୍କ ପୁଅ ଆଲୋକ (୨୮) ।

ଅଗ୍ନିକାଣ୍ଡରେ ଧାନ ସହ ଗାଡି ଜଳିଗଲା

ମାର୍ଶାଘାଇ,୨୭।୧୨(ଡିଏନଏ)-ଗୁରୁବାର  ମାର୍ଶାଘାଇ ବ୍ଲକର ଦଶିପୁର ଗ୍ରାମରେ ଧାନ ବୋଝେଇ ଏକ ମିନି ଟ୍ରକରେ ନିଅଁା ଲାଗିଯିବାରୁ  ଅମଳ ହୋଇଥିବା ଧାନ ପୋଡିଯାଇଛି ।

ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ୭୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ବିକ୍ରି

ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ୭୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ବିକ୍ରି

କେନ୍ଦ୍ରାପଡା ଅଫିସ,୨୭।୧୨-କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଗତ ୨୦ ତାରିଖରୁ ଚାଲିଥିବା ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲା ସାଂସ୍କୃତିକ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି ।ଏ

 କାର-ବାଇକ୍‌ ଧକ୍କା, ଜଣେ ମୃତ

କାର-ବାଇକ୍‌ ଧକ୍କା, ଜଣେ ମୃତ

ମାର୍ଶାଘାଇ,୨୭ା୧୨(ଡିଏନଏ): ୫ ନଂ (କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂ ନିକଟରେ ମଙ୍ଗଳବାର  ବିଳମ୍ବ୍‌ିତ ରାତିରେ କାର୍‌ ଓ ବାଇକ ମଧ୍ୟରେ ଧକ୍କା ଘଟି ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସ୍ଥାନୀୟ ଦରବଚ୍ଛା ଗ୍ରାମର ସୁରେଶ ମଲ୍ଲଙ୍କ ପୁଅ ଭାରତ ଭୂଷଣ(୫୧)।

ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ ଘୋଷଣା ପାଇଁ ଯୁବ ବିକାଶ ପରିଷଦର ଦାବି

ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ ଘୋଷଣା ପାଇଁ ଯୁବ ବିକାଶ ପରିଷଦର ଦାବି

ପଟ୍ଟାମୁଣ୍ଡାଇ, ୨୭।୧୨(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପକ୍ଷରୁ ଗୁରୁବାର ପରିଷଦ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୁବ ବିକାଶ ପରିଷଦ ଗଠିତ ହୋଇଛି । ଏହାକୁ ୮ଟି ଜୋନରେ ବିଭକ୍ତ କରାଯାଇଛି । ଯୁବ ପରିଷଦର ସଭାପତି ଭାବେ ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ନିର୍ବାଚିତ କରାଯାଇଛି । 

ସହାୟତା ବାହାନାରେ ଶୋଷଣ: ମୁହଁରେ ଚାଷୀଙ୍କ କଥା, ମଧ୍ୟସ୍ଥ ମାଲାମାଲ

ସହାୟତା ବାହାନାରେ ଶୋଷଣ: ମୁହଁରେ ଚାଷୀଙ୍କ କଥା, ମଧ୍ୟସ୍ଥ ମାଲାମାଲ

ଯାଜପୁର ଅଫିସ,୨୭ା୧୨: ମୁହଁରେ ଚାଷୀଙ୍କ କଥା କହି ସରକାର ଯୋଗାଣ ବିଭାଗ, ମିଲ୍‌ ମାଲିକ ଓ ବ୍ୟବସାୟୀଙ୍କ ହିତରେ କାର୍ଯ୍ୟ କରୁଥିବା ମନେ ହେଉଛି। ଏଥିଯୋଗୁ ମଧ୍ୟସ୍ଥ ମାଲାମାଲ୍‌ ହେଉଥିବାବେଳେ ଚାଷୀ ଶୋଷଣର ଶିକାର ହେଉଛନ୍ତି।

ଚକୁଳିଆ ପଣ୍ଡାଙ୍କ ନଗର ପରିକ୍ରମା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚକୁଳିଆ ପଣ୍ଡାଙ୍କ ନଗର ପରିକ୍ରମା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଖଣ୍ଡପଡ଼ା,୨୭ା୧୨(ସ୍ବ.ପ୍ର.)-ଖଣ୍ଡପଡ଼ା କଳାବିକାଶ ପରିଷଦ ପକ୍ଷରୁ ଖଣ୍ଡପଡ଼ା ମହୋତ୍ସବ ଡିସେମ୍ବର ୨୭ ଓ ୨୮ ଦୁଇ ଦିନ ଧରି ଅନୁଷ୍ଠିତ ହେବ।

ହାଇସ୍କୁଲରେ ଜୀବେ ଦୟା ସଚେତନତା

ହାଇସ୍କୁଲରେ ଜୀବେ ଦୟା ସଚେତନତା

ଖଣ୍ଡପଡା,୨୭ା୧୨(ସ୍ବ.ପ୍ର,)-ଖଣ୍ଡପଡା ବ୍ଲକ କଣ୍ଟିଲୋ ପଞ୍ଚାୟତର ବିଶିଷ୍ଟ ପରିବେଶବିତ୍‌ ତଥା ଗଛସାର୍‌ ଭାବେ ପରିଚିତ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ନିଜସ୍ବ ବ୍ୟୟରେ ଜୀବଜନ୍ତୁ ଓ ବୃକ୍ଷଲତାର ସୁରକ୍ଷା ନିମନ୍ତେ ବିଭିନ୍ନ କାର୍ଯ୍ୟ ଓ ସଚେତନତା ସୃଷ୍ଟି କରୁଛନ୍ତି ା 

ସୁନା ଦୋକାନରୁ ଡକାୟତି ଯୋଜନା ପଣ୍ଡ: ୬ ଆନ୍ତଃଜିଲା ଡକାୟତଙ୍କୁ କୋର୍ଟଚାଲାଣ

ସୁନା ଦୋକାନରୁ ଡକାୟତି ଯୋଜନା ପଣ୍ଡ: ୬ ଆନ୍ତଃଜିଲା ଡକାୟତଙ୍କୁ କୋର୍ଟଚାଲାଣ

ରଣପୁର,୨୬ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚମ୍ପାଗଡ଼ କାଜୁ ଜଙ୍ଗଲ ଭିତରୁ ୬ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରିଛି ା ଏମାନେ ସୁନା ଦୋକାନରୁ ଅଳଙ୍କାର ଲୁଟ୍‌ ପାଇଁ ଯୋଜନା କରୁଥିବାବେଳେ ଧରାପଡ଼ିଯିବାର ସେମାନଙ୍କ ଉଦ୍ୟମ ପଣ୍ଡ ହୋଇଯାଇଥିବା କୁହାଯାଇଛି। 

ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡିର ପ୍ରତିଷ୍ଠା ଦିବସ

ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡିର ପ୍ରତିଷ୍ଠା ଦିବସ

ଡେରାବିଶ, ୨୬।୧୨ (ସ୍ବ.ପ୍ର.)- ବିଜୁ ଜନତା ଦଳ (ବିଜେଡି)ର ୨୧ ତମ ପ୍ରତିଷ୍ଠା ଦିବସ ଡେରାବିଶ ବ୍ଲକ ଅଧୀନ ଚାନ୍ଦୋଳଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଆୟୋଜିତ ଏହି ପ୍ରତିଷ୍ଠା ଦିବସରେ ବ୍ଲକ ବିଜେଡ଼ି ସଭାପତି ଦେବାଶିଷ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ।

କୋରେଇରେ କଂଗ୍ରେସ ପାଳିଲା କଳା ଦିବସ

କୋରେଇରେ କଂଗ୍ରେସ ପାଳିଲା କଳା ଦିବସ

ଯାଜପୁର ରୋଡ୍‌, ୨୬।୧୨ (ନି.ପ୍ର.)-ଯାଜପୁର ଜିଲା କୋରେଇ ବ୍ଲକ କଂଗ୍ରେସ ପକ୍ଷରୁ ବୁଧବାର ବିଜେଡିର ୨୧ତମ ପ୍ରତିଷ୍ଠା ଦିବସକୁ କଳା ଦିବସ ଭାବେ ପାଳନ କରାଯାଉଛି। 

ପାଟିରେ କଳା ପଟି ବାନ୍ଧି କଂଗ୍ରେସ କର୍ମୀଙ୍କ ଧାରଣା

ପାଟିରେ କଳା ପଟି ବାନ୍ଧି କଂଗ୍ରେସ କର୍ମୀଙ୍କ ଧାରଣା

ନାଉଗାଁ, ୨୬।୧୨ (ସ୍ବ.ପ୍ର.)- ପ୍ରଦେଶ କଂଗ୍ରେସ କମିଟି ଆହ୍ବାନକ୍ରମେ ବ୍ଲକ ଅଧୀନ ୧୬ଟି ପଞ୍ଚାୟତର କଂଗ୍ରେସ କର୍ମୀମାନେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ କଳା ଦିବସ ପାଳନ କରୁଛନ୍ତି। 

ମଇଥାନ ଇସ୍ପାତ ଏସ୍‌ଏମ୍‌ଏସ୍‌ରେ ବିସ୍ଫୋରଣ, ୫ଗୁରୁତର

ମଇଥାନ ଇସ୍ପାତ ଏସ୍‌ଏମ୍‌ଏସ୍‌ରେ ବିସ୍ଫୋରଣ, ୫ଗୁରୁତର

ଯାଜପୁର ଅଫିସ,୨୬।୧୨: ଯାଜପୁର ଜିଲା କଳିଙ୍ଗନଗର ମଇଥାନ ଇସ୍ପାତ ଏସଏମଏସରେ ବୁଧବାର ବିସ୍ଫୋରଣ ଘଟିଛି। ଏଥିରେ ୫ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଶରୀର ୮୦% ପୋଡ଼ି ଯାଇିଛି। ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। 

ଡକାୟତି ଉଦ୍ୟମ ପଣ୍ଡ: ୬ ଗିରଫ

ଡକାୟତି ଉଦ୍ୟମ ପଣ୍ଡ: ୬ ଗିରଫ

ରଣପୁର, ୨୬।୧୨(ସ୍ବ.ପ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଜାତୀୟ ରାଜପଥରେ  ପାଟ୍ରୋଲିଂ କରୁଥିଲାବେଳେ ଚମ୍ପାଗଡ଼  କାଜୁ  ଜଙ୍ଗଲ ଭିତରୁ ୬ ଡକାୟତଙ୍କୁ ଗିରଫ କରିଛି। 

ନଡ଼ିଆ ଗଛ ଚଢ଼ି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁରେଶ

ନଡ଼ିଆ ଗଛ ଚଢ଼ି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁରେଶ

ଭାପୁର,୨୬ା୧୨(ଡି.ଏନ.ଏ.)-ନଡ଼ିଆ ଓ ତାଳ ଗଛ ଚଢ଼ି ନିଜର ଆର୍ଥିକ ସ୍ଥିତି ସୁଧାରିବା ସହ ନୟାଗଡ଼ ଜିଲାରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୁରେଶଚନ୍ଦ୍ର ତ୍ରିପାଠୀ (୬୨)। ଭାପୁର ବ୍ଲକ ମନ୍ଦାରବେରେଣୀ ଗ୍ରାମରେ ଖଲେଶ୍ୱର ତ୍ରିପାଠୀଙ୍କ ୪ ପୁଅ ମଧ୍ୟରୁ ୩ୟ ପୁତ୍ର ହେଉଛନ୍ତି ସୁରେଶ। 

ମା’କାଳୀଜାଇଙ୍କ ପୀଠରେ ପର୍ଯ୍ୟଟକଙ୍କ ଭିଡ଼

ମା’କାଳୀଜାଇଙ୍କ ପୀଠରେ ପର୍ଯ୍ୟଟକଙ୍କ ଭିଡ଼

କୃଷ୍ଣପ୍ରସାଦ,୨୬ା୧୨(ଡି.ଏନ.ଏ.)-ପୁରୀ ଜିଲା ଅନ୍ତର୍ଗତ ଚିଲିକାର ଅଧୀଷ୍ଟାତ୍ରୀ ତଥା ପାରିକୁଦର ଇଷ୍ଟଦେବୀ ମା’କାଳୀଜାଇଙ୍କ ପୀଠ ବଡଦିନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି ା ମଙ୍ଗଳବାର ଏଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକଙ୍କ  ଭିଡ଼ ଜମିଛି। ନୌବିହାର, ବିଦେଶୀ ପକ୍ଷୀଙ୍କ ଆଗମନ ଏବଂ କାଳୀଜାଇ ପୀଠ ଦର୍ଶକଙ୍କୁ ଆକର୍ଷିତ କରିଛି।

ବିଜେଡି ପକ୍ଷରୁ ୱାର୍ଡସ୍ତରୀୟ ସମାବେଶ

ବିଜେଡି ପକ୍ଷରୁ ୱାର୍ଡସ୍ତରୀୟ ସମାବେଶ

ଖଣ୍ଡପଡ଼ା,୨୬ା୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ସହରର ମା’ଉମାଦେବୀ ପୀଠରେ ବିଜେଡି ପକ୍ଷରୁ ମଙ୍ଗଳବାର ୱାର୍ଡସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡାର ପୂର୍ବତନ ନଗରପାଳ କିଶୋରଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ସମାବେଶ ଆୟୋଜିତ ହୋଇଥିଲା। 

ବଡ଼ଦିନ: ପର୍ଯ୍ୟଟନସ୍ଥଳରେ ବଣଭୋଜି ପାଇଁ ଭିଡ଼

ଖଣ୍ଡପଡା,୨୬ା୧୨(ସ୍ବ.ପ୍ର.)-ବଡଦିନ ପାଳନ ଅବସରରେ ମଙ୍ଗଳବାର କଣ୍ଟିଲୋ ଶ୍ରୀନୀଳମାଧବ ପୀଠ ଓ ମହାନଦୀ କୂଳରେ ଅବସ୍ଥିତ ସୌନ୍ଦର୍ଯ୍ୟଭରା ଗୋକୁଳାନନ୍ଦ ପୀଠସ୍ଥିତ ସିଧାମୂଳାକୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ଦେଖାଦେଇଛି। 

ଡେରାବିଶ ମହୋତ୍ସବ ଆରମ୍ଭ: ସଂସ୍କୃତି, ପରମ୍ପରାକୁ ପରିବ୍ୟାପ୍ତ କରେ ମହୋତ୍ସବ

ଡେରାବିଶ, ୨୫।୧୨ (ସ୍ବ.ପ୍ର.): ଡେରାବିଶର ଐତିହ୍ୟ, ସଂସ୍କୃତି ଓ ସ୍ବାଭିମାନକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ମଙ୍ଗଳବାର ଅପରାହ୍ନରୁ ଆରମ୍ଭ ହୋଇଛି ସପ୍ତମ ଡେରାବିଶ ମହୋତ୍ସବ। ଡେରାବିଶ ସାଂସ୍କୃତିକସଂଗଠନ ଓ ଜିଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ସାତଦିନିଆ ମହୋତ୍ସବକୁ ମୁଖ୍ୟଅତିଥି ଅବସରପ୍ରାପ୍ତ ବିଚାରପତି ବୈଶାମ୍ପନ କର ଉଦ୍‌ଘାଟନ କରିଥିଲେ।