ଉପକୂଳ ଓଡିଶା

ବର୍ଷା ଜଳରେ ଧାନ ଫସଲ ନଷ୍ଟ: ତହସିଲ ଘେରିଲା ଚାଷୀ ଶ୍ରମିକ ସଂଘ

ବର୍ଷା ଜଳରେ ଧାନ ଫସଲ ନଷ୍ଟ: ତହସିଲ ଘେରିଲା ଚାଷୀ ଶ୍ରମିକ ସଂଘ

ଡେରାବିଶ,୨୨।୯(ସ୍ବ.ପ୍ର.)- କେନ୍ଦ୍ରପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଅଞ୍ଚଳରେ ଗତ ୬ତାରିଖ ବ୍ୟାପକ ଫସଲ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଶାସନିକ ସହାୟତା ଯୋଗାଇ ଦେବା ଦାବିରେ ଜିଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଶନିବାର ଡେରାବିଶ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମାଡ଼ ଅଭିଯୋଗ

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମାଡ଼ ଅଭିଯୋଗ

ରାଜନଗର,୨୨।୯(ଡିଏନଏ)- ରାଜନଗର ବ୍ଲକ ଅନ୍ତର୍ଗତ ସନବଡ଼ ଗୋପାଳପୁର ପଞ୍ଚାୟତର ଭାଟପଡ଼ା ଗ୍ରାମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିବେକାନନ୍ଦ ମଲିକ ରାଶନ କାର୍ଡ ପାଇଁ ହିତାଧିକାରୀ ଚୟନ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ସେହି ଗ୍ରାମର ଜଣେ ଯୁବକ ମାଡ଼ ମାରିଥିବା ଶନିବାର ରାଜନଗର ଥାନାରେ ଅଭିଯୋଗ ହୋଇଛି। ବି

ସଂକୀର୍ତ୍ତନ କଳାକାର ଚୟନର ଅନ୍ତିମ ପର୍ଯ୍ୟାୟ ଶିବିର

ସଂକୀର୍ତ୍ତନ କଳାକାର ଚୟନର ଅନ୍ତିମ ପର୍ଯ୍ୟାୟ ଶିବିର

ମାର୍ଶାଘାଇ,୨୨।୯(ଡିଏନଏ)- ମାର୍ଶାଘାଇ ବ୍ଲକ ପରିସରରେ ବ୍ଲକସ୍ତରୀୟ ସଂକୀର୍ତ୍ତନ କଳାକାର ଚୟନର ୩ୟ ତଥା ଅନ୍ତିମ ପର୍ଯ୍ୟାୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂକୀର୍ତ୍ତନ ମଣ୍ଡଳୀର କଳାକାରଙ୍କୁ ବ୍ୟକ୍ତିଗତ ଭାବେ ପରୀକ୍ଷା କରାଯାଉଛି

ଡେଙ୍ଗୁ ନିରାକରଣ ପାଇଁ ସଚେତନତା ରାଲି

ଡେଙ୍ଗୁ ନିରାକରଣ ପାଇଁ ସଚେତନତା ରାଲି

ରାଜନଗର, ୨୨।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର  ବ୍ଲକ ରାଜନଗର ଗ୍ରାମ ଏବଂ ଏହାର ଆଖପାଖ ଗାଁରେ ଡେଙ୍ଗୁ ବ୍ୟାପୁଛି। ଏଥିରେ ୫ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। 

କୁଷ୍ଠରୋଗ ଚିହ୍ନଟୀକରଣ ଅଭିଯାନ

କୁଷ୍ଠରୋଗ ଚିହ୍ନଟୀକରଣ ଅଭିଯାନ

ରାଜନଗର, ୨୨।୯(ଡି.ଏନ୍‌.ଏ): ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ କୁଷ୍ଠରୋଗ ଚିହ୍ନଟୀକରଣ ଅଭିଯାନ ପାଇଁ ଏକ କର୍ମଶାଳା ଶନିବାର ରାଜନଗର ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। 

ପ୍ରାଚୀନ ‘ଅଙ୍କ’ପରମ୍ପରାକୁ ଭୁଲିଗଲେଣି ଯୁବପିଢ଼ି

ଖଣ୍ଡପଡା,୨୨ା୯(ସ୍ବ.ପ୍ର.)- ଶୁକ୍ରବାର ବାମନ ଜନ୍ମ ଦିବସକୁ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ପାରମ୍ପରିକ ରୀତିରେ ପାଳନ କରାଯାଇଛି ା ଉକତ୍ଳୀୟ ସଂସ୍କୃତି ଓ ସାମାଜିକ ଚଳଣିରେ ଏହି ପର୍ବକୁ ସୁନିଆ ବା ଅଙ୍କ ପର୍ବ ବୋଲି କୁହାଯାଇଥାଏ। 

ବୁଡିଯାଉଥିବା ଡଙ୍ଗା ଉଦ୍ଧାର :ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ବୁଡିଯାଉଥିବା ଡଙ୍ଗା ଉଦ୍ଧାର :ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ମହାକାଳପଡା, ୨୨ା୯(ଡି.ଏନ୍‌.ଏ.)
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ସମୁଦ୍ର ଓ ନଦୀଗୁଡିକ ଅଶାନ୍ତ ରହିଛି । 

 ବିପଦସଙ୍କୁଳ ଅବସ୍ଥାରେ ବାଉଁଶ ଚାର

ବିପଦସଙ୍କୁଳ ଅବସ୍ଥାରେ ବାଉଁଶ ଚାର

ମହାକାଳପଡା, ୨୨।୯ (ଡି.ଏନ.ଏ.)
ମହାକାଳପଡା ବ୍ଲକର କଂସାର ବଡ ଦାଣ୍ଡୁଆ ଓ ସୁନିତି ପଞ୍ଚାୟତ ସୀମା ସଂଲଗ୍ନ ମିଲନମୋଡ ନିକଟ ଗୋବରୀ ଶାଖା ନାଳରେ ଯାତାୟାତ ପାଇଁ ବାଉଁଶ ଚାର ନିର୍ମାଣ ହୋଇଛି। ତେବେ ଲଗାଣ ବର୍ଷା ଯୋଗୁ ଏହି ବାଟଦେଇ ଯାତାୟାତ ବିପଦସଙ୍କୁଳ  ହୋଇପଡିଛି।

ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ନଦୀରୁ ମାଟି ଉଠିଲା

ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ନଦୀରୁ ମାଟି ଉଠିଲା

ରାଜନଗର,,୨୨ା୯(ଡି.ଏନ୍‌.ଏ.) 
ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ମା’ ଦୁର୍ଗାଙ୍କ ଆଗମନ ପାଇଁ ରାଜନଗର ଏବେ ଚଳଚଞ୍ଚଳ ହୋଇଉଠିଛି। 

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରାଜକନିକା,୨୨ା୯( ଡି.ଏନ୍‌.ଏ.)
ରାଜକନିକା ବ୍ଲକ ହାଟସାହି ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗାଁର ଜଣେ କ୍ୟାନସର ପୀଡିତାଙ୍କ ପାଇଁ ଅର୍ଥ ସାଜିଛି ବାଧକ। ସେ ହେଲେ ସାଗରିକା ସାହାଣୀ (୨୫)। ଗରିବ ପରିବାରରେ ଜନ୍ମନେଇଥିତ୍ବା ଏହି ଯୁବତୀ ଏବେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ମଦ ବେପାରକୁ ନେଇ ବିବାଦ, ୫ ଅଟକ :ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର

ମଦ ବେପାରକୁ ନେଇ ବିବାଦ, ୫ ଅଟକ :ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର

କୋରେଇ,୨୨ା୯(ସ୍ବ.ପ୍ର.)- ପାଣିକୋଇଲି ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଞ୍ଚାୟତରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି ା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କ ହାତଗୋଡ ବାନ୍ଧି ରାସ୍ତାରେ ପକାଇ ଦେଇଥିବାବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି। ଏ ନେଇ ପୋଲିସ ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତିକରି ୨ଟି ମାମଲା(୧୪୩/୧୮ ଓ ୧୪୪/୧୮) ରୁଜୁ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ା  

ରାସ୍ତା ନିର୍ମାଣକୁ ନେଇ ମାରପିଟ୍‌ ଘଟଣା

ରାସ୍ତା ନିର୍ମାଣକୁ ନେଇ ମାରପିଟ୍‌ ଘଟଣା

କୋରେଇ,୨୨ା୯(ସ୍ବ.ପ୍ର.)- ରାସ୍ତା ନିର୍ମାଣକୁ ନେଇ ମାରପିଟ୍‌ ଘଟଣାରେ ଶାଶୂ, ବୋହୂ ଶୁକ୍ରବାର ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ପରେ କୁଆଖିଆ ପୋଲିସ ଏକ ମାମଲା(୧୫୫/୧୮) ରୁଜୁ କରିଛି। 

ଖବରକାଗଜ ବିତରକ ସଂଘ ସଭାପତିଙ୍କୁ ସମ୍ବର୍ଦ୍ଧନା

ଖବରକାଗଜ ବିତରକ ସଂଘ ସଭାପତିଙ୍କୁ ସମ୍ବର୍ଦ୍ଧନା

ସିଂହପୁର,୨୨ା୯(ଡି.ଏନ୍‌.ଏ)- ସିଂହପୁର ବୁଦ୍ଧିଜୀବୀ ସଙ୍ଗଠନ ତରଫରୁ ଶୁକ୍ରବାର ସିଂହପୁରସ୍ଥିତ ଉକତ୍ଳମଣି ଖବରକାଗଜ ବିତରକ ସଂଘ ସଭାପତି ଧନେଶ୍ୱର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। 

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ଚଣ୍ଡିଖୋଲ,୨୨ା୯(ଡ.ଏନ.ଏ.)- ଚଣ୍ଡିଖୋଲ-ପାରାଦୀପ ୫ନଂ.(କ) ଜାତୀୟ ରାଜପଥ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାବେଳେ ରାଜପଥରେ ଟୋଲଗେଟ୍‌ ବସାଯାଇ ଟିକସ ଆଦାୟ କରାଯାଉଛି।

ଶିକ୍ଷା ସହାୟକଙ୍କ ବନ୍ଧୁମିଳନ

ଶିକ୍ଷା ସହାୟକଙ୍କ ବନ୍ଧୁମିଳନ


ବରୀ,୨୨ା୯(ସ୍ବ.ପ୍ର.)- ବରୀ ବ୍ଲକ ଅଧୀନ କିମ୍ଭୀରିିଆପାଳ ପଞ୍ଚାୟତର ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ୨୦୧୫ ଶିକ୍ଷା ସହାୟକ ନିଯୁକ୍ତି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। 

ଝଗଡ଼ା ସମାଧାନ କରିବାକୁ ଆସି ଝିଅ ଶାଶୁଘରେ ମାଡ଼ ଖାଇଲେ ବାପା,ଦାଦା

ଝଗଡ଼ା ସମାଧାନ କରିବାକୁ ଆସି ଝିଅ ଶାଶୁଘରେ ମାଡ଼ ଖାଇଲେ ବାପା,ଦାଦା

ଦଶରଥପୁର,୨୨ା୯(ଡିଏନ୍‌ଏ)- ଝିଅ ଶାଶୂଘରେ ହୋଇଥିବା ଝଗଡାର ସମାଧାନ କରିବାକୁ ଆସିଥିବା ଝିଅର ବାପା,ଦାଦା ଓ ସମ୍ପର୍କୀୟଙ୍କୁ ଶୁକ୍ରବାର ଶାଶୁଘର ଲୋକେ ନିସ୍ତୁକ ମାଡମାରିଥିଲେ।

ସାଇକେଲକୁ ପିଟିଲା ଟ୍ରେଲର, ୨ ଗୁରୁତର

କୋରେଇ,୨୨ା୯(ସ୍ବ.ପ୍ର.)- କୋରେଇ ଥାନା ଅଧୀନ ୨୦ ନଂ. ଜାତୀୟ ରାଜପଥ ଯାଜପୁରରୋଡ-ପାଣିକୋଇଲି ରାସ୍ତାର ଧନପୁର ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରେଲର ଭାରସାମ୍ୟ ହରାଇ ରାସ୍ତାରେ ଥିବା ଦୁଇଟି ସାଇକେଲ ଉପରେ ଚଢିଯାଇଥିଲା। 

ପୁଣି ବର୍ଷା, ବଢିଲା ବିପନ୍ନଙ୍କ ଦୁର୍ଦ୍ଦଶା

ପୁଣି ବର୍ଷା, ବଢିଲା ବିପନ୍ନଙ୍କ ଦୁର୍ଦ୍ଦଶା

କୁଜଙ୍ଗ,୨୨ା୯(ସ୍ବ.ପ୍ର.): ଦୁଇ ସପ୍ତାହ ତଳେ ୪୮ ଘଣ୍ଟା ଧରି କୁଜଙ୍ଗ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ସେହି ସବୁ ଅଞ୍ଚଳରୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇ ନ ଥିବାବେଳେ ୨ ଦିନ ହେଲା ପୁଣି ଲଘୁଚାପ ଜନିତ ବର୍ଷା ହେବା ଯୋଗୁ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ବଢିଯାଇଛି। ଅନେକ ସ୍ଥାନରେ ସ୍ବଭାବିକ ଜଳ ନିଷ୍କାସନ ପଥ ନାହିଁ।  

ବିଶ୍ୱକର୍ମା ପୂଜାକୁ ବର୍ଷା ମାଡ଼, ଆଗୁଆ ହେଲା ଭସାଣି

ବିଶ୍ୱକର୍ମା ପୂଜାକୁ ବର୍ଷା ମାଡ଼, ଆଗୁଆ ହେଲା ଭସାଣି

ପାରାଦୀପ,୨୨ା୯(ସ୍ବ.ପ୍ର.): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଚଳିତବର୍ଷ ଲଘୁଚାପ ଜନିତ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ପବନରେ ବିଭିନ୍ନ ସଂଗଠନ ପକ୍ଷରୁ କରାଯାଇଥିବା ସୁଦୃଶ୍ୟ ତୋରଣ ସବୁ ଭାଙ୍ଗି ପଡିବା ସହ ଆଲୋକ ସାଜସଜା ନଷ୍ଟ ହୋଇଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ପୂଜା ପାଇଁ ଖୋଲିଥିବା ଦୋକାନ ବଜାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। 

ଦାମଙ୍କ ବହିଷ୍କାର ପରେ କର୍ମୀଙ୍କୁ ଡକରା, ଖୁବଶୀଘ୍ର ନେତୃତ୍ୱ ଘୋଷଣା

ଦାମଙ୍କ ବହିଷ୍କାର ପରେ କର୍ମୀଙ୍କୁ ଡକରା, ଖୁବଶୀଘ୍ର ନେତୃତ୍ୱ ଘୋଷଣା

ପାରାଦୀପ,୨୨ା୯(ସ୍ବ.ପ୍ର.): ପାରାଦୀପ ବିଧାୟକ ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯିବାକୁ ଇତିମଧ୍ୟରେ ୧୦ ଦିନ ବିତିଲାଣି। କିନ୍ତୁ ଦାମଙ୍କ ପରେ ପାରାଦୀପ ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦଳ କାହାକୁ ଦେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ।

ସୁନିଆରେ ସୁନାଥାଳିରେ ଶ୍ରୀରଘୁନାଥଜୀଉଙ୍କୁ ଲାଗିହେଲା କାକରାପଠା

ସୁନିଆରେ ସୁନାଥାଳିରେ ଶ୍ରୀରଘୁନାଥଜୀଉଙ୍କୁ ଲାଗିହେଲା କାକରାପଠା

ଓଡ଼ଗାଁ,୨୧।୯(ସ୍ବ.ପ୍ର.)-ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ସୁନିଆରେ ସୁନାଥାଳିରେ ଶ୍ରୀଜୀଉଙ୍କୁ ସ୍ବତନ୍ତ୍ର କାକରା ପିଠା ଲାଗି ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସୁନିଆ ଓ ବାମନ ଜନ୍ମ ମହୋତ୍ସବ ଶୁକ୍ରବାର ମଧ୍ୟାହ୍ନରେ ପାଳିତ ହୋଇଛି।

ଇଞ୍ଜିନରୁ ବଗି ବିଚ୍ଛିନ୍ନ

ଇଞ୍ଜିନରୁ ବଗି ବିଚ୍ଛିନ୍ନ

ନିରାକାରପୁର,୨୧। ୯(ଡି.ଏନ.ଏ.)-ନିରାକାରପୁର ଲେବୁଲ କ୍ରସିଂ ନିକଟରେ ୫୮ ବଗି ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍‌ ଶୁକ୍ରବାର ପୂର୍ବାହ୍ନ ୧୧ଟା ବେଳେ ବଗିରୁ ଅଲଗା ହୋଇଯାଇଥିଲା।

 ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ କାଶତଣ୍ଡୀ ଫୁଲ

ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ କାଶତଣ୍ଡୀ ଫୁଲ

ଗଣିଆ,୨୧।୯(ଡି.ଏନ୍‌.ଏ.)- ଋତୁ ପରିବର୍ତ୍ତନର ତାଳେ ତାଳେ ବଦଳିଥାଏ ପ୍ରକୃତିକ ଚିତ୍ର। ଆଉ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦିଏ। ଗହୀର ବିଲରେ କାଶତଣ୍ଡୀ ଫୁଲକୁ ଦେଖିଲେ ଏହା ଅନୁଭବ କରିହୁଏ। 

ଚାଷ ଜମିରୁ ପାଣି ନ ଛାଡୁନୁ ପୁଣି ଲଗାଣ ବର୍ଷା

ଚାଷ ଜମିରୁ ପାଣି ନ ଛାଡୁନୁ ପୁଣି ଲଗାଣ ବର୍ଷା

ପାଟକୁରା, ୨୧।୯ (ଡି.ଏନ୍‌.ଏ): ଗତ ସପ୍ତାହରେ ଲଘୁଚାପଜନିତ ବର୍ଷା ଯୋଗୁ ଗରଦପୁର ବ୍ଲକ ଅଞ୍ଚଳରେ ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଅନେକ ଜମିରେ ଧାନ ଫସଲ ପଚି ନଷ୍ଟ ହୋଇଥିଲା।