ଉପକୂଳ ଓଡିଶା

ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରାଲି

ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରାଲି

କାଳିଆପାଣି,୨୬ା୪(ଡି.ଏନ୍‌.ଏ)- କାଳିଆପାଣି ଆମ ପୋଲିସ ପକ୍ଷରୁ ଦୁଇଦିନ ଧରି ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ଗୁରୁବାର ସକାଳ ୯ଟାରେ କାଳିଆପାଣି ପଞ୍ଚାୟତ କାଯର୍‌ୟାଳୟରୁ ବାଇକ ଶୋଭାଯାତ୍ରା କରାଯାଇଥିଲା ସରପଞ୍ଚ କଳ୍ପନା ଜେନା ଓ ଶ୍ରମିକ ସଂଘ ନେତା ନାରାୟଣ ଚନ୍ଦ୍ର ଧୀର ଅତିଥିଭାବେ ଯୋଗଦେଇ ଶୋଭାଯାତ୍ରାର ଉଦ୍‌ଘାଟନ କରିଥିଲେ ।

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା

ବିରଜାକ୍ଷେତ୍ର,୨୬ା୪(ଡି.ଏନ୍‌.ଏ.)- ରାଜ୍ୟ ଦକ୍ଷତା ପ୍ରାଧିକରଣ ଆନୁକୂଲ୍ୟରେ ଜିଲାପାଳଙ୍କ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ ଅଧ୍ୟକ୍ଷତା କରିଥିଲେ। ଚଳିତ ମାସ ୨୯ ଓ ୩୦ ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଦକ୍ଷତା ସହିତ ଜଡ଼ିତ ବିଭିନ୍ନ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ରାଜନଗର, ୨୬।୪ (ଡି.ଏନ୍‌.ଏ.)- ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ଗୁରୁବାର ପାଳିତ ହୋଇଯାଇଛି।

କଠୋର ଦଣ୍ଡ ବଳାତ୍କାର ଘଟଣା କମାଇବ

କେନ୍ଦ୍ରାପଡା ଅଫିସ,୨୬।୪-ଯୋଧପୁର ଜିଲା ସ୍ବତନ୍ତ୍ର କୋର୍ଟ ୨୦୧୩ ମସିହାରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ବୁଧବାର ପ୍ରକାଶ କରି ଧାର୍ମିକ ଗୁରୁ ଆଶାରାମ ବାପୁଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଛନ୍ତି। ସେହିପରି ରାଜ୍ୟରେ ବଢୁଥିବା ନାବାଳିକା ବଳାତ୍କାର ମାମଲାରେ ଡିଜିପି ଆର.ପି. ଶର୍ମା ଚିନ୍ତା ପ୍ରକଟ କରି ଏଥିରେ ନିକଟ ସମ୍ପର୍କୀୟଙ୍କ ଭାଗୀଦାରି ବେଶି ବୋଲି ସୂଚନା ଦେଇଛନ୍ତି ା ଗତ ୩ ମାସ ମଧ୍ୟରେ କେନ୍ଦ୍ରପଡା ଜିଲାରେ ନାବାଳିକା ବଳାତ୍କାର ମାମଲା ମଧ୍ୟ କିଛି କମ ନୁହେଁ ା ଜିଲାରେ ୨ଟି ଭିଡିଓ ଭାଇରାଲ ମାମଲା ସହିତ ୩ ଶିଶୁଙ୍କୁ ବଳାତ୍କାର ହୋଇଥିବା ପୋଲିସ ତଥ୍ୟରୁ ସୂଚନା ମିଳିଛି ା ତ୍ୱରିତ ବିଚାର ଓ କଠୋର ଦଣ୍ଡ ବ୍ୟବସ୍ଥା ଏହି ଅପରାଧ ପ୍ରବଣତାକୁ କମାଇ ପାରିବ ବୋଲି ମତ ମିଳିଛି ା

ଭିଜିଲାନ୍ସ ଜାଲରେ ଚାନ୍ଦିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ଚାନ୍ଦିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଡୁବୁରି,୨୬।୪(ଡି.ଏନ୍‌.ଏ.): ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁ ପ୍ରସାଦ ଧୀର ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଡୁବୁରୀସ୍ଥିତ ଆଇଡିବିଆଇ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ବିଲ୍‌ କରାଇଦେବା ପାଇଁ ସେ ମାଧୁରୀ ଅଙ୍ଗରାଇ ନାମକ ଜଣେ ମହିଳାଙ୍କଠାରୁ ୨୫ହଜାର ଲାଞ୍ଚ ନେଉଥିଲେ।

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଛତ୍ରପୁର, ୨୬।୪ (ଡି.ଏନ.ଏ.)- ଛତ୍ରପୁର ଥାନା ପୁରୁଣାପାଟଣା ଷ୍ଟେଶନ ରୋଡ୍‌ ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଛତ୍ରପୁର ରେଡ୍ଡୀସାହିର ଜି. ଶ୍ରୀନୁ। ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଖବର ପାଇ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି।

ବାଇକ୍‌ ଦୁର୍ଘଟଣାରେ ୫ ଗୁରୁତର

ବାଇକ୍‌ ଦୁର୍ଘଟଣାରେ ୫ ଗୁରୁତର

ପୁରୀ ଅଫିସ,୨୬।୪: ପୁରୀ-ବ୍ରହ୍ମଗିରି ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ କଙ୍କଣଦେଇପୁରର ରମେଶ ସାହୁ, ବସନ୍ତ ସାହୁ, କାବୁଲା ଘଟୁଆରୀ, ଗଙ୍ଗାଧର ଘଟୁଆରୀ ଓ ଗୋବିନ୍ଦ ଘଟୁଆରୀ। ସେମାନଙ୍କୁ ଜିଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ପୁରୀ ଅଫିସ/ସାକ୍ଷୀଗୋପାଳ (ଡି.ଏନ.ଏ.), ୨୬ା୪: ପାଇଖାନା ନିର୍ମାଣ ବିଲ୍‌ ପାସ ଲାଗି ଲାଞ୍ଚ ନେବା ବେଳେ ସତ୍ୟବାଦୀ ବ୍ଲକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ସାହୁ ଗୁରୁବାର ପୁରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ତାଙ୍କ ଠାରୁ ୬୧୦୦ ଲାଞ୍ଚ ଟଙ୍କା ଏବଂ ସରକାରୀ କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଜବତ କରିଛି। ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।

ମା’ଚଣ୍ଡୀଙ୍କ ପୀଠରେ ମଣ୍ଡା ପିଠା ଭୋଗ

ମା’ଚଣ୍ଡୀଙ୍କ ପୀଠରେ ମଣ୍ଡା ପିଠା ଭୋଗ

ଡେରାବିଶ, ୨୬।୪ (ସ୍ବ.ପ୍ର.)- କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରସ୍ଥିତ ମା’ଚଣ୍ଡୀଙ୍କ ମନ୍ଦିରରେ ମଣ୍ଡା ପିଠା ଭୋଗ ଲାଗି କରିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ଼ ଜମିଛି। ବୈଶାଖ ମାସର ୫ ଗୁରୁବାର ମା’ଙ୍କ ନିକଟରେ ମଣ୍ଡା ପିଠା ଲାଗି କଲେ ପରିବାରର ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ପ୍ରତି ବର୍ଷ ବୈଶାଖ ମାସର ୫ଗୁରୁବାର ଏଠାରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ମାନସିକଧାରୀମାନେ ପିଠା ପାଇଁ ଆବଶ୍ୟକ ଚାଉଳ ଚୂନା, ଛେନା, ଗୁଡ଼ ଆଦି ଘରୁ ଆଣି ନୂଆ ମାଟି ହାଣ୍ଡିରେ ଭୋଗ ତିଆରି କରନ୍ତି। ପ୍ରଥମ ୫ଟି ପିଠା ମା’ଙ୍କ ଉଦ୍ଦେଶ୍ୟରେ ଫୋପାଡ଼ି ଦିଆଯାଏ।

ଯଅଁରାବାରିମୂଳରେ ବର, ଅଶ୍ୱତ୍ଥ ଗଛ ବିବାହ

ଯଅଁରାବାରିମୂଳରେ ବର, ଅଶ୍ୱତ୍ଥ ଗଛ ବିବାହ

ଡେରାବିଶ, ୨୬।୪ (ସ୍ବ.ପ୍ର.)- ଡେରାବିଶ ବ୍ଲକ ଯଅଁରାବାରିମୂଳ ଗ୍ରାମସ୍ଥିତ ଭାଗବତୀଙ୍କ ପୀଠରେ ବର ଗଛ ଓ ଅଶ୍ୱତ୍ଥ ଗଛ ବିବାହ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିବାହ ଉତ୍ସବରେ ଅଶ୍ୱତ୍ଥ ଗଛ (ବର) ପିତା ଭାବେ ଗ୍ରାମର କିଶୋର ଜେନା ଓ ତାଙ୍କ ସ୍ତ୍ରୀ ସବିତା ମାତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ବର ଗଛ (କନ୍ୟା) ପିତା ଭାବେ ନିର୍ମଳ କୁମାର ବଳ ଓ ସୁଜାତା ବଳ ମାତା ଭାବେ ଦାୟିତ୍ୱ ତୁଲାଇଥିଲେ।

କୃଷକ କ୍ଷେତ୍ର ଦିବସ

କୃଷକ କ୍ଷେତ୍ର ଦିବସ

ପାଟକୁରା, ୨୬।୪ (ଡି.ଏନ୍‌.ଏ.)- ଗରଦପୁର ବ୍ଲକ ବେଡାରୀସ୍ଥିତ ଅବଧୂତ ଆଶ୍ରମ ପରିସରରେ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଏଠାରେ ପଞ୍ଚାୟତର କୃଷକମାନଙ୍କୁ କୃଷି ବିଭାଗ ତରଫରୁ ମୁଗ ବିହନ ମାଗଣା ଯୋଗାଇ ଦିଆଯାଇଛି।

ଟ୍ରାନ୍ସଫରମର ଚୋରି ବେଳେ ବିଦ୍ୟୁତ୍‌ ସସ୍ପର୍ଶରେ ଆସି ଯୁବକ ମୃତ

ଟ୍ରାନ୍ସଫରମର ଚୋରି ବେଳେ ବିଦ୍ୟୁତ୍‌ ସସ୍ପର୍ଶରେ ଆସି ଯୁବକ ମୃତ

ରାଜକନିକା, ୨୬।୪ (ଡି.ଏନ୍‌.ଏ.)- ରାଜକନିକା ବ୍ଲକ ଭାରିଗଦା ଗ୍ରାମ ନିକଟସ୍ଥ ଏକ ଟ୍ରାନ୍ସଫରମର ଉପରେ ଚଡ଼ି ମୋଟର ଚୋରି କରିବା ସମୟରେ ବିଦ୍ୟୁତ୍‌ ସସ୍ପର୍ଶରେ ଆସି ଗୁରୁବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଅଗ୍ନିକାଣ୍ଡ: ୮ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୮ ବଖରା ଜଳିଗଲା

ଜଗତ୍‌ସିଂହପୁର ଅଫିସ,୨୬।୪: ଜଗତ୍‌ସିଂହପୁର ଜିଲା ନୂଆଗାଁ ଥାନା ଅନ୍ତର୍ଗତ ଗୋଠଡ଼ା ଇଛାପୁର ଗ୍ରାମରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲଲାଟ ବିଶ୍ୱାଳ, ବିନୟ ବିଶ୍ୱାଳ ଏବଂ ଶତ୍ରୁଘ୍ନ ବିଶ୍ୱାଳଙ୍କ ୮ ବଖରା ଘର ଜଳିଯାଇଛି।

ସଡ଼କ ସୁରକ୍ଷା ପାଇଁ ଗଣଦୌଡ଼

ସଡ଼କ ସୁରକ୍ଷା ପାଇଁ ଗଣଦୌଡ଼

କେନ୍ଦ୍ରାପଡ଼ା ଅଫିସ,୨୬।୪: ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କେନ୍ଦ୍ରାପଡ଼ା ସହରର ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରୁ ତିନିମୁହାଣି ରାମମନ୍ଦିର ପର୍ଯ୍ୟନ୍ତ ଗୁରୁବାର ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି।

ସଡ଼କ ଦୁର୍ଘଟଣାରେ ଯାଜପୁର ବିଜେଡି ଜିଲା ପରିଷଦ ସଦସ୍ୟ ମୃତ

ସଡ଼କ ଦୁର୍ଘଟଣାରେ ଯାଜପୁର ବିଜେଡି ଜିଲା ପରିଷଦ ସଦସ୍ୟ ମୃତ

ଯାଜପୁର ରୋଡ,୨୬।୪: ଯାଜପୁର ରୋଡ ଚୋରଦା କଣ୍ଟଗଡିଆ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁରର ବିଜେଡି ଜିଲା ପରିଷଦ ସଦସ୍ୟ ଭାଗବତ ପ୍ରସାଦ ମିଶ୍ର। ଭାଗବତ ଜିଲାର ୩୦ନଂ ଜୋନର ଜିଲା ପରିଷଦ ସଦସ୍ୟ ଥିଲେ।

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ନୟାଗଡ ଅଫିସ, ୨୬।୪: ନୟାଗଡ ଏନ୍‌ଏସି ପୁରୁଣା ସହରଠାରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ ବଖରା ଘର ଧ୍ୱଂସ ହୋଇଯାଇଛି। ବିପନ୍ନ କିଷାନ ଓ ଅଶୋକଙ୍କ ଦୁଇ ବଖରା ଲେଖାଏ ପୋଡି ଯାଇଥିବା ବେଳେ ଲକ୍ଷ୍ମୀ ନାରାୟଣ ଓ ଚୈତନ୍ୟଙ୍କ ଗୋଟିଏ ଲେଖାଏ ଘର ପୋଡି ଯାଇଛି।

ସାମନ୍ତରାପୁର-ରାଉତରାପୁର ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ସାମନ୍ତରାପୁର-ରାଉତରାପୁର ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ରସୁଲପୁର,୨୬।୪(ଡି.ଏନ୍‌.ଏ.) ରସୁଲପୁର ବ୍ଲକ ଅଧିନସ୍ଥ ବ୍ରାହ୍ମଣୀ ନଦୀ ଉପରେ ସାମନ୍ତରାପୁର-ରାଉତରାପୁର ପଞ୍ଚାୟତକୁ ପୋଲ ସଂଯୋଗ ହେବା ନେଇ ଅନିଶ୍ଚିତତା ଜାରି ରହିଛି। କେବେ ଏହି ପୋଲି ନିର୍ମାଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା

ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା

ବାଲିଚନ୍ଦ୍ରପୁର,୨୬।୪(ସ୍ବ.ପ୍ର.) ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଚ୍ୟୁତ ବସନ୍ତ ଗ୍ରାମପଞ୍ଚାୟତରେ ଥିବା ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଓ ଅର୍ଥ ହଡ଼ପ ଅଭିଯୋଗ ହୋଇଛି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ସମ୍ମୁଖରେ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ନିରାକାରପୁର,୨୫ା୪(ଡି.ଏନ.ଏ.)-ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ ଆଉ ବୟସ। ୮୦ବର୍ଷ ବୟସରେ ଉଚ୍ଚା ଉଚ୍ଚା ନଡିଆ, ତାଳ ଗଛରେ ଚଢି ତାଳ,ନଡିଆ ତୋଳି ଯାହା ପାରିଶ୍ରମିକ ପାଆନ୍ତି ସେଥିରେ ତାଙ୍କର ପାଞ୍ଚ ପ୍ରାଣୀ କୁଟୁମ୍ଭ ଚଳାନ୍ତି। ଏପରି ଦୃଢମନୋବଳ ରଖିଥିବା ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଡ଼ିଆ ପଞ୍ଚାୟତ ଡ଼ିଆ ଗ୍ରାମର ବୈରାଗୀ ସାହୁ।

ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ନୟାଗଡ ଅଫିସ,୨୫ା୪- ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ଯୁକ୍ତ ୩ ଅର୍ଥନୀତି ଅନର୍ସ ପରୀକ୍ଷା ଥିଲା। ଏଥିରେ ସିଲାବସ୍‌ ବାହାରୁ ପ୍ରଶ୍ନ ପଡିଥିବାରୁ ଏହାର ପ୍ରତିବାଦରେ ଛାତ୍ରୀଛାତ୍ର କଲେଜ ଆଗରେ ଧାରଣା ଦେଇଥିଲେ।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

କେନ୍ଦ୍ରାପଡ଼ା ଅଫିସ, ୨୫।୪- ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଏକ ସଚେତନତା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ର ଚିକିତ୍ସାଧିକାରୀ ଡା. ବୈଷ୍ଣବ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନଚଷ୍ଠିତ ଏହି ସଭାରେ ଜିଲାରେ ମ୍ୟାଲେରିଆ ରୋଗର ପ୍ରଭାବ, କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା।

ଜିଲା କଂଗ୍ରେସର ପ୍ରତିବାଦ ସଭା

ଜିଲା କଂଗ୍ରେସର ପ୍ରତିବାଦ ସଭା

କେନ୍ଦ୍ରାପଡ଼ା ଅଫିସ, ୨୫।୪- ତେଲ ଦର ବୃଦ୍ଧି ଓ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଭୁଷୁଡ଼ି ଥିବା ଅଭିଯୋଗରେ ଜିଲା କଂଗେସ ପକ୍ଷରୁ ଏକ ପ୍ରତିବାଦ ସଭା ଜିଳାପାଳଙ୍କ କାର୍ଯ୍ୟାଳୟ ଆଗରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ସୈମେନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦଳୀୟ ନେତା ଓ କର୍ମୀ ସମାଲୋଚନା କରିଥିଲେ।

ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଡେରାବିଶ,୨୫।୪(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାପାଳ ରେଘୁଜୀଙ୍କ ନିର୍ଦ୍ଦେଶ କ୍ରମେ ଡେରାବିଶ ତହସିଲ ଅଧୀନ ଛତାଠାରେ ଥିବା ସରକାରୀ ଜମିରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି। ତହସିଲଦାର କାହ୍ନୁଚରଣ ଲେଙ୍କାଙ୍କ ଉପସ୍ଥିତିରେ ଉକ୍ତ ଜମିରେ ନିର୍ମିତ ଘରଗୁଡିକୁ ଭଙ୍ଗାଯାଇଛି।

ସାଲେପୁର ମହୋତ୍ସବ, ଉତ୍କଳ ଦିବସ ପାଳିତ

ସାଲେପୁର ମହୋତ୍ସବ, ଉତ୍କଳ ଦିବସ ପାଳିତ

ସାଲେପୁର,୨୫।୪(ଡି.ଏନ୍‌.ଏ.): ସ୍ଥାନୀୟ ହାଇସ୍କୁଲ ପଡିଆରେ ବୁଧବାର ୪ ଦିନ ବ୍ୟାପି ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସାଲେପୁର ମଧୁଜୟନ୍ତୀ କମିଟିର ସଭାପତି ତଥା ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି।